ଚାଷୀ-ପୋଲିସ ମୁହାଁମୁହିଁ: ହଂସପାଳରେ ଧାରଣା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅନେକ ହଜାର ଚାଷୀ ମଙ୍ଗଳବାର ଭୁବନେଶ୍ୱରକୁ ବିଭିନ୍ନ ଦାବି ନେଇ ପଦଯାତ୍ରାରେ ଆସିବା ବେଳେ ହଂସପାଳଠାରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସଙ୍ଗଠନର ଡାକରାରେ ଅକ୍ଟୋବର ୧୩ ତାରିଖରୁ ଧାନମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା ହଂସପାଳରେ ପହଞ୍ଚିଥିଲା। ଏ ନେଇ ଭୁବନେଶ୍ୱର ସହରରେ ହାଇ ଆଲର୍ଟ ଜାରି ହେବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ସହରକୁ ଦୂରଦୂରାନ୍ତରୁ ଆସୁଥିବା ଚାଷୀମାନେ ସଭାସ୍ଥଳକୁ କିପରି ଯାଇ ନ ପାରିବେ ସେଥିପାଇଁ ସେମାନଙ୍କୁ ବିଭିନ୍ନ ଜାଗାରେ ଅଟକା ଯାଇଥିଲା। ଏହାକୁ ପ୍ରତିବାଦ କରି କୃଷକମାନେ ହଂସପାଳଠାରେ ପ୍ରତିବାଦ କରି ଧାରଣା ଦେଇଥିଲେ। ଚାଷୀ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ, ଲୋକ ପ୍ରତିନିଧିମାନେ ଚାଷୀମାନଙ୍କ ଗହଣକୁ ନ ଆସିବା ଅତ୍ୟନ୍ତ ଉଦ୍‌ବେଗଜନକ ଓ ଲଜ୍ଜାଜନକ ଘଟଣା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକପ୍ରତିନିଧିମାନେ ଚାଷୀମାନଙ୍କୁ ଉପେକ୍ଷା କରିବା ଦୁଃଖ ଓ କ୍ରୋଧ ସୃଷ୍ଟି କରିଛି। ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କଲାବେଳେ ଚାଷୀ ଭତ୍ତା ପାସୋରି ଯାଉଛନ୍ତି। ସରକାରୀ କର୍ମଚାରୀଙ୍କ ସମସ୍ତ ଦାବି ସରକାର ମାନି ନେଉଥିଲାବେଳେ ଚାଷୀଙ୍କ କୌଣସି ଦାବିକୁ ଶୁଣନ୍ତି ନାହିଁ କି ଗୁରୁତ୍ୱ ଦେଉନାହାନ୍ତି। ଜଣେ କର୍ମଚାରୀଙ୍କ ପେନ୍‌ସନ ଓ ଚାଷୀର ବାର୍ଦ୍ଧକ୍ୟ ଭତ୍ତା ଭିତରେ ଆକାଶପାତାଳ ଫରକ ରହିଛି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠ ଗୋଷ୍ଠୀଙ୍କ ବିଜୟ ହେବା କଥା। ମାତ୍ର ଏଠାରେ ଚାଷୀଙ୍କ ବିଜୟ ହୋଇପାରୁନାହିଁ। ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଭ୍ୟ ପ୍ରସନ୍ନ କୁଅଁର, ଦେବୀପ୍ରସାଦ ମହାରଣା ବକ୍ତବ୍ୟ ରଖିବା ସହ ଆନ୍ଦୋଳନାତ୍ମକ ସଙ୍ଗୀତ ପରିବେଷଣ କରିଥିଲେ। ସହସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ନିମାଁଇ ରାୟ ଆନ୍ଦୋଳନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri