ଚାଷୀ-ପୋଲିସ ମୁହାଁମୁହିଁ: ହଂସପାଳରେ ଧାରଣା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅନେକ ହଜାର ଚାଷୀ ମଙ୍ଗଳବାର ଭୁବନେଶ୍ୱରକୁ ବିଭିନ୍ନ ଦାବି ନେଇ ପଦଯାତ୍ରାରେ ଆସିବା ବେଳେ ହଂସପାଳଠାରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସଙ୍ଗଠନର ଡାକରାରେ ଅକ୍ଟୋବର ୧୩ ତାରିଖରୁ ଧାନମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା ହଂସପାଳରେ ପହଞ୍ଚିଥିଲା। ଏ ନେଇ ଭୁବନେଶ୍ୱର ସହରରେ ହାଇ ଆଲର୍ଟ ଜାରି ହେବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ସହରକୁ ଦୂରଦୂରାନ୍ତରୁ ଆସୁଥିବା ଚାଷୀମାନେ ସଭାସ୍ଥଳକୁ କିପରି ଯାଇ ନ ପାରିବେ ସେଥିପାଇଁ ସେମାନଙ୍କୁ ବିଭିନ୍ନ ଜାଗାରେ ଅଟକା ଯାଇଥିଲା। ଏହାକୁ ପ୍ରତିବାଦ କରି କୃଷକମାନେ ହଂସପାଳଠାରେ ପ୍ରତିବାଦ କରି ଧାରଣା ଦେଇଥିଲେ। ଚାଷୀ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ, ଲୋକ ପ୍ରତିନିଧିମାନେ ଚାଷୀମାନଙ୍କ ଗହଣକୁ ନ ଆସିବା ଅତ୍ୟନ୍ତ ଉଦ୍‌ବେଗଜନକ ଓ ଲଜ୍ଜାଜନକ ଘଟଣା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକପ୍ରତିନିଧିମାନେ ଚାଷୀମାନଙ୍କୁ ଉପେକ୍ଷା କରିବା ଦୁଃଖ ଓ କ୍ରୋଧ ସୃଷ୍ଟି କରିଛି। ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କଲାବେଳେ ଚାଷୀ ଭତ୍ତା ପାସୋରି ଯାଉଛନ୍ତି। ସରକାରୀ କର୍ମଚାରୀଙ୍କ ସମସ୍ତ ଦାବି ସରକାର ମାନି ନେଉଥିଲାବେଳେ ଚାଷୀଙ୍କ କୌଣସି ଦାବିକୁ ଶୁଣନ୍ତି ନାହିଁ କି ଗୁରୁତ୍ୱ ଦେଉନାହାନ୍ତି। ଜଣେ କର୍ମଚାରୀଙ୍କ ପେନ୍‌ସନ ଓ ଚାଷୀର ବାର୍ଦ୍ଧକ୍ୟ ଭତ୍ତା ଭିତରେ ଆକାଶପାତାଳ ଫରକ ରହିଛି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠ ଗୋଷ୍ଠୀଙ୍କ ବିଜୟ ହେବା କଥା। ମାତ୍ର ଏଠାରେ ଚାଷୀଙ୍କ ବିଜୟ ହୋଇପାରୁନାହିଁ। ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଭ୍ୟ ପ୍ରସନ୍ନ କୁଅଁର, ଦେବୀପ୍ରସାଦ ମହାରଣା ବକ୍ତବ୍ୟ ରଖିବା ସହ ଆନ୍ଦୋଳନାତ୍ମକ ସଙ୍ଗୀତ ପରିବେଷଣ କରିଥିଲେ। ସହସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ନିମାଁଇ ରାୟ ଆନ୍ଦୋଳନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

ସୁଭଦ୍ରା ଯୋଜନା ଶୁଭାରମ୍ଭକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ: ଆବେଦନ ପ୍ରକ୍ରିୟା ହେବ…

ଭୁବନେଶ୍ୱର,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ...

ଆଳୁ ଦର ବଢିବା ନେଇ ବଡ଼ ନିଷ୍ପତ୍ତି ନେଲେ ନବୀନ, ଲେଖିଲେ ଚିଠି…

ଭୁବନେଶ୍ୱର,୨୬।୭: ଆଳୁ ସଙ୍କଟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚିଠିରେ ନବୀନ କହିଛନ୍ତି, ଆଳୁର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri