Posted inଜାତୀୟ

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଜିଦ୍‌ରେ ଚାଷୀ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ରବିବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଚାଷୀମାନେ ନିଜ ଦାବିରେ ଅଡ଼ିବସିଥିବାବେଳେ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇପାରେ। କ୍ୟାବିନେଟ ଅନୁମୋଦନ ପରେ ୨୯ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ଭୋଟ ହେବ। ନିର୍ବାଚନରେ ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଦୋଳନରତ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଶୁକ୍ରବାର ଟିଭିରେ ଘୋଷଣା କରିଥିଲେ। ହେଲେ ମୋଦିଙ୍କ ଘୋଷଣାକୁ ଆନ୍ଦୋଳନରତ କୃଷକମାନେ ବିଶ୍ୱାସକୁ ନେଇପାରୁନାହାନ୍ତି। ପାର୍ଲାମେଣ୍ଟରେ ୩ କୃଷି ଆଇନ ଆନୁଷ୍ଠାନିକ ଭାବେ ରଦ୍ଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ଅଡ଼ିବସିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ପାର୍ଲାମେଣ୍ଟରେ ନୂଆ ଆଇନ ଆଣିବାକୁ କୃଷକ ନେତାମାନେ ଦାବି କରିଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଘୋଷିତ କୃଷି ଆଇନ ଉଚ୍ଛେଦ ପ୍ରସ୍ତାବକୁ କେବଳ କଥାରେ ନୁହେଁ, ବରଂ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ସରକାର ଜାଣିଗଲେଣି। ତେଣୁ ଆସନ୍ତା ୨୯ରେ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ ଏହା ଉପରେ ବିଧେୟକ ଆଣିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପୂର୍ବରୁ ୨୪ ତାରିଖରେ କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରେ ବୋଲି ଜଣାପଡ଼ିଛି।
ସିଂଘୁ ସୀମାରେ ଆନ୍ଦୋଳନରତ କୃଷକମାନେ ରବିବାର ଏକ ବୈଠକ କରିଥିଲେ। ଏନେଇ ଏସ୍‌କେଏମ୍‌ ନେତା ବଲବୀର ସିଂ ରାଜଓ୍ବୋଲ କହିଛନ୍ତି, କୃଷି ଆଇନ ଉଚ୍ଛେଦ ଉପରେ ଆମେ ଆଲୋଚନା କରିଛୁ। ଏନେଇ କେତେକ ନିଷ୍ପତ୍ତି ନିଆଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆମେ ଆନ୍ଦୋଳନ ଜାରି ରଖିବୁ। ଏହାକୁ ଉଚ୍ଛେଦ କରାଯିବା ପରେ ହିଁ ଓହରିବୁ। ସୋମବାର ଲକ୍ଷ୍ନୌର ଇକୋ ଗାର୍ଡେନରେ କୃଷକମାନଙ୍କ ମହାପଞ୍ଚାୟତ ହେବ। ୨୬ ତାରିଖରେ ଦିଲ୍ଲୀର ୩ ସୀମାରେ ସମାବେଶ ହେବ। ୨୯ରେ ପାର୍ଲାମେଣ୍ଟକୁ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ରାଜଓ୍ବୋଲ ସ୍ପଷ୍ଟ କରିଛନ୍ତି। ସେହିପରି କୃଷକଙ୍କ ଦାବିଗୁଡ଼ିକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯିବ। ସେଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଖୋଲାଚିଠି ପଠାଯିବ ବୋଲି ସିଂଘୁ ସୀମାରେ ଅନୁଷ୍ଠିତ ବୈଠକ ପରେ କେତେଜଣ ଚାଷୀ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ୨୦୨୦ ଜୁନ୍‌ ୫ରେ କେନ୍ଦ୍ର ସରକାର ୩ କୃଷି ଅଧ୍ୟାଦେଶ ଆଣିଥିଲେ। ସେପ୍ଟେମ୍ବର ୧୪ରେ ଉକ୍ତ ବିଲ୍‌ଗୁଡ଼ିକୁ ପାର୍ଲାମେଣ୍ଟରେ ଆଗତ କରାଯାଇଥିଲା। ଏହା ୧୭ ତାରିଖରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ୨୦ରେ ରାଜ୍ୟ ସଭାରେ ପାରିତ ହୋଇଥିଲା। ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସଙ୍ଗଠନ ଏହାକୁ ବିରୋଧ କରି ପ୍ରତ୍ୟାହାର ଦାବି କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୨୭ରେ ୩ କୃଷି ଆଇନ ଉପରେ ମୋହର ଦେଇଥିଲେ। ଗତବର୍ଷ ନଭେମ୍ବରରୁ ପଞ୍ଜାବ, ହରିୟାଣା, ୟୁପି, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର କୃଷକମାନେ ଦିଲ୍ଲୀ ସୀମାରେ ଏହାର ପ୍ରତ୍ୟାହାର ଦାବିରେ ଅଡ଼ିବସିଥିବାବେଳେ ୨୦୨୧ ଜାନୁୟାରୀରେ ସୁପ୍ରିମକୋର୍ଟ ଉକ୍ତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

 

ମୋଦିଙ୍କ ଆଗରେ ୬ ଦାବି

୧. ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଏମ୍‌ଏସ୍‌ପି ସୁନିଶ୍ଚିତ କରିବା ପାଇଁ ପାର୍ଲାମେଣ୍ଟରେ ଆଇନ ଆଣନ୍ତୁ।
୨. କୃଷକମାନଙ୍କ ବିରୋଧରେ ଦାଏର କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ। ଏନ୍‌ସିଆର୍‌ ଏବଂ ସଂଲଗ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ ଆଇନ, ୨୦୨୧ରେ କୃଷକଙ୍କ ବିରୋଧରେ ଥିବା ଦଣ୍ଡବିଧାନକୁ ହଟାଯାଉ।
୩. ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ସିଂଘୁ ସୀମାରେ ଏକ ସ୍ମାରକ ନିର୍ମାଣ କରାଯାଉ।
୪. ପ୍ରାୟ ୭୦୦ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସହ ଅନ୍ୟ ସୁବିଧା ପ୍ରଦାନ କରାଯାଉ।
୫. ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୦-୨୧ର ଚିଠା ପ୍ରତ୍ୟାହାର କରାଯାଉ।
୬. ଲଖିମପୁର ଖେରି ହିଂସାରେ ସମ୍ପୃକ୍ତ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିଷ୍କାର ସହ ଗିରଫ କରାଯାଉ। ଏଥିସହ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ କୃଷକଙ୍କ ସମସ୍ୟା ନେଇ କେନ୍ଦ୍ର ସରକାର ତୁରନ୍ତ ଆଲୋଚନା କରନ୍ତୁ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ କୃଷକ ସଙ୍ଗଠନ ପକ୍ଷରୁ ପଠାଯାଇଥିବା ଖୋଲାଚିଠିରେ ଦାବି କରାଯାଇଛି।

କୃଷି ଆଇନ ପ୍ରତ୍ୟାହାର

୨୪ରେ ମିଳିପାରେ କ୍ୟାବିନେଟ ମଞ୍ଜୁରୀ
ଆଜି ଲକ୍ଷ୍ନୌରେ ମହାପଞ୍ଚାୟତ
୨୭ରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବ ଏସ୍‌କେଏମ୍‌


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?