ଭଞ୍ଜନଗର ଡିଏଫ୍‌ଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା: କାଠ ଚୋରିକୁ ରୋକିବା, ନୂତନ ବନୀକରଣରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅପରାହ୍ନରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସିଏଫ୍‌ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଡିଏଫ୍‌ଓ ଆଚାର୍ଯ୍ୟ ସଭାରେ ତାଙ୍କର କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଶୂଳପାଣି ଶତପଥି ସଭାକୁ ସଂଯୋଜନା କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ବନ୍ୟପ୍ରାଣୀ ସୁରକ୍ଷା ସଭ୍ୟ ରମେଶ ପାତ୍ର, ଏ ସି ଏଫ ରଶ୍ମି ରଞ୍ଜନ ସ୍ବାଇଁ, ରେଞ୍ଜର ବିମ୍ବାଧର ସାହୁ, ପୋଲସରା ରେଞ୍ଜର ଅନିଲ ପଣ୍ଡା, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ ,ସୋରଡା ଏ ସି ଏଫ ନିହାର ରଞ୍ଜନ ମଲ୍ଲିକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସାଇଁ, ଅନୁପମ ବାନାର୍ଜୀ, ଖବରଦାତା
ଲୋକନାଥ କର, ବିଶ୍ବମ୍ବର ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇ ଆଚାର୍ଯ୍ୟଙ୍କ କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଆଚାର୍ଯ୍ୟ ଏଠାରେ ଦାୟିତ୍ୱ ନେବାପରେ କାଠ ଚୋରିକୁ ରୋକିବା ସହ ନୂତନ ବନୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ କର୍ମଚାରୀ ମଧ୍ୟରେ ସମନ୍ବୟ ରକ୍ଷା କରି ବିଭାଗକୁ ବହୁ ଆଗକୁ ନେବାରେ ଆଚାର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବକ୍ତାମାନେ କହିଥିଲେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ କ୍ୟାଡର ଆଇଏଫ୍‌ଏସ୍‌ ଅଧିକାରିଣୀ ଭିପାସା ପାରୁଲ ଓଡ଼ିଶା କ୍ୟାଡର୍‌କୁ ଆସିବା ପରେ ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ଭାବେ ବଦଳି ହୋଇଛନ୍ତି। ସେ ଆସନ୍ତାକାଲି ତାଙ୍କର ନୂତନ ଦାୟିତ୍ୱରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ବର୍ତ୍ତମାନର ଡିଏଫ୍‌ଓ ଆଚାର୍ଯ୍ୟଙ୍କ ଅନ୍ୟତ୍ର ବଦଳି ହୋଇ ନ ଥିବା ଯୋଗୁ ସେ ଭୁବନେଶ୍ୱର ପିସିସିଏଫ୍‌ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଏଠାରୁ ରିଲିଭ ହେବାପରେ ପିସିସିଏଫ୍‌ କାର୍ଯ୍ୟାଳୟରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?