Posted inଫୁରସତ

ଏହି ମଡେଲଙ୍କ ଦାନ୍ତ ମାଗିଲେ ପ୍ରଶଂସକ, ଯାଚିଲେ ଏତିକି ଟଙ୍କା; ଜାଣିଲେ…

ଆମେରିକାର ଜଣେ ମଡେଲ ସୋସିଆଲ ମିଡିଆରେ ଏକ ବିଚିତ୍ର କଥା ଶେୟାର କରିଛନ୍ତି। ଏହି ମଡେଲଙ୍କ ନା ଏଲି ରେ’। ସେ କହିଛନ୍ତି, ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ଦାନ୍ତ ମାଗିଥିଲେ। ଏହା ବଦଳରେ ସେ ଏଲିଙ୍କୁ ମୋଟା ଅଙ୍କର ଅର୍ଥ ଦେବା ପାଇଁ ବି କହିଥିଲେ। ଏହା ପରେ କ’ଣ ହେଲା ପୂରା ଘଟଣା ଜାଣନ୍ତୁ…

ଏକ ରିପୋର୍ଟ ଅନୁଯାୟୀ, ବୋଷ୍ଟନରେ ରହୁଥିବା ଏଲି କହିଛନ୍ତି, ଥରେ ତାଙ୍କୁ ଜଣେ ପ୍ରଶଂସକ ଦାନ୍ତ ମାଗିଥିଲେ। ତାଙ୍କ କହିବା କଥା ଏଲିଙ୍କ ଦାନ୍ତକୁ ସେ ବହୁତ ଭଲପାଆନ୍ତି। ପ୍ରଶଂସକ ଜଣକ କହିଥିଲେ, ଆପଣ ମୋତେ ଆପଣଙ୍କ ଦାନ୍ତ ଦେଲେ ମୁଁ ୧୫ ଲକ୍ଷ ଟଙ୍କା ଦେବି। ଖାଲି ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଥିଲେ, ଡାକ୍ତରଙ୍କ ପୂରା ଖର୍ଚ୍ଚ ବହନ। ଏହି ଦାନ୍ତ ବଦଳରେ ନୂଆ ଦାନ୍ତ ଲଗାଇବାକୁ ଚାହୁଁଥିଲେ ତା’ର ମଧ୍ୟ ବ୍ୟବସ୍ଥା କରାଇଦେବି। ମାତ୍ର ଏବେ ମୋତେ ଆପଣଙ୍କର ସେହି ସୁନ୍ଦର ଦାନ୍ତ ଦରକାର। ପ୍ରଶଂସକଙ୍କ ଏପରି ଅଜବ ଦାବି ଶୁଣି ଏଲିଙ୍କର ହୋସ୍‌ ଉଡ଼ିଗଲା। ସେ ମନା କରି ଦେଇଥିଲେ। ଏବେ ବି ଯଦି ଏଲି ଏ ବିଷୟରେ ଭାବୁଛନ୍ତି ହସି ହସି ଗଡୁଛନ୍ତି ବୋଲି ଭିଡିଓରେ କହିଛନ୍ତି।

ଏଲି ଜଣେ ନର୍ସ। ୧୫ ବର୍ଷ ନର୍ସ ଚାକିରି କରିବା ପରେ ଏହାକୁ ଛାଡ଼ି ସେ ସ୍ବାମୀଙ୍କ ସହ ଆଡଲ୍ଟ କଣ୍ଟେଷ୍ଟରେ ଭାଗ ନେଇଥିଲେ। ଯାହାକୁ ସେ ତାଙ୍କ କ୍ୟାରିୟର ଭାବେ ଗ୍ରହଣ କରି ନେଇଛନ୍ତି। ଆଜି ତାଙ୍କ ପାଖରେ କୋଟିକୋଟି ଟଙ୍କାର ସମ୍ପତ୍ତି। ଲୋକେ ତାଙ୍କୁ ମିଲେନିୟାର ଏଲି ନାମରେ ଡାକୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ଲାଗିବ ବିୟର୍‌ ପରି

ସକାଳକୁ ତାଜା ଓ ସତେଜ କରେ କପେ ଚା’। ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା। ତେବେ କାହାକୁ କେଉଁ ପ୍ରକାର ଚା’...

ସବୁଠୁ ଛୋଟ ମୋଟର ବାଇକ: ଉଚ୍ଚତା ୨.୫ ଇଞ୍ଚ, ଓଜନ ମାତ୍ର ୧.୦୮ କି.ଗ୍ରା.

ଆଜିକାଲି ଘରେ ଘରେ ବାଇକ ଅଛି। ହେଲେ ଆମେ ଏଠି ଯେଉଁ ବାଇକ କଥା କହୁଛୁ ତାକୁ କେହି କେବେ ଦେଖି ନ ଥିବେ। ଆଉ...

ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…

ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ...

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ମୋଗଲ ସମୟରେ ଦୀପାବଳି ପାଳନ

ନୂଆଦିଲ୍ଲୀ: ମୋଗଲ ଶାସନ କାଳରେ ଦିଓ୍ବାଲି ବା ଦୀପାବଳି ପର୍ବ ଜଶ୍ନ-ଇ-ଚିରାଗନ ଭାବରେ ପରିଚିତ ଥିଲା ଓ ଏହା ଖୁବ୍‌ ଉତ୍ସାହ ଉଦ୍ଦୀପନାର ସହ ପାଳନ...

୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନେବ ୮ ସପ୍ତାହର ଶିଶୁ: ରୋଗ ବିଷୟରେ ଜାଣିଲେ ଲାଗିବ ଭୟ

ବ୍ରିଟେନରେ, ମାତ୍ର ଆଠ ସପ୍ତାହର ଏକ ପିଲାକୁ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ଦିଆଯିବ। ବର୍ତ୍ତମାନ ଆପଣ ଭାବୁଥିବେ ଏମିତି କେଉଁ ରୋଗ ଶିଶୁଟିକୁ ହେଇଛି,...

ଏସବୁ ଅଙ୍ଗ କୁହେ ନାରୀଙ୍କ ମନ କଥା…

ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍‌...

Advertisement
Archives

Model This Week