Posted inଖେଳ

ବିଶିଷ୍ଟ କ୍ୟୁ ସ୍ପୋର୍ଟ୍ସ ଖେଳାଳି ଏହସାନ୍‌ଙ୍କ ପରଲୋକ

ଭୁବନେଶ୍ୱର,୨୩ା୧୧(ସ୍ପୋର୍ଟ୍ସ ବ୍ୟୁରୋ)-ଓଡ଼ିଶାର ବିଶିଷ୍ଟ କ୍ୟୁ ସ୍ପୋର୍ଟ୍ସଖେଳାଳି ଏହସାନ ଉଲ୍‌ ହକ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ ଏବଂ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ହକ୍‌ ଭାଇ ନାମରେ ପରିଚିତ ଥିଲେ। ସେ ଓଡ଼ିଶାର ପ୍ରଥମ କ୍ୟୁଇଷ୍ଟ ଥିଲେ ଯିଏକି ଜଣେ ଟପ୍‌ କ୍ୟୁଇଷ୍ଟ ଭାବେ ଫୁଲ୍‌ ଟାଇମ୍‌ କ୍ୟାରିୟର କରି ଉଦାହରଣ ସୃଷ୍ଟି କରିଥିଲେ। ସେ ଓଡ଼ିଶାରେ ଅନେକ ଖେଳାଳି ସୃଷ୍ଟି କରିଛନ୍ତି। ହକ୍‌ଙ୍କ ଜନ୍ମସ୍ଥାନ ଯଦିଓ ପଶ୍ଚିମବଙ୍ଗରେ ସେ ଭୁବନେଶ୍ୱରରେ ବାସ କରିଆସୁଥିଲେ। ପୂର୍ବତନ ଜାତୀୟ ଟପ୍‌ ୧୬ ଖେଳାଳି ୯ଥର ରାଜ୍ୟ ସ୍ନୁକର ଏବଂ୧୦ଥର ରାଜ୍ୟ ବିଲିୟାଡର୍‌ସ ଚାମ୍ପିୟନ ହୋଇଥିଲେ। ହକ୍‌ଙ୍କୁ ନାଲ୍‌କୋ ଓଡ଼ିଶାରେ ଫୁଲ୍‌ ଟାଇମ୍‌ ପେରୋଲ୍‌ କ୍ୟାରିୟର ସୁଯୋଗ ମିଳିଥିଲା। ହକ୍‌ଙ୍କ ବିୟୋଗରେ ଗୋବିନ୍ଦ ଶର୍ମାଙ୍କ ସମେତ ଓଡ଼ିଶା କ୍ୟୁ ସ୍ପୋର୍ଟ୍ସ ସମୁଦାୟ ଏବଂ ବିଲିୟାଡର୍‌ସ ଓ ଓଡ଼ିଶା ସ୍ନୁକର ଆସୋସିଏଶନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପଶ୍ଚିମବଙ୍ଗସ୍ଥିତ ତାଙ୍କ ଜନ୍ମସ୍ଥାନରେ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

କ୍ରିକେଟ ଦୁନିଆରେ ବଲିଉଡ ଷ୍ଟାର୍‌ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ଏହି ଦଳର ହେଲେ ମାଲିକ

ନୂଆଦିଲ୍ଲୀ,୨୬।୬: ବଲିଉଡର ଅନେକ ତାରକା କ୍ରିକେଟ ଦୁନିଆରେ ମଧ୍ୟ ବେଶ ନାଁ କମାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ମାଲିକ ଶାହରୁଖ ଖାନ ହୁଅନ୍ତୁ କିମ୍ବା ପଞ୍ଜାବ କିଙ୍ଗସର…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri