ଗୀତିକାର ମାୟା ଗୋବିନ୍ଦଙ୍କର ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଗୀତିକାର ମାୟା ଗୋବିନ୍ଦଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ସେ ତାଙ୍କ ପୁଅ ଅଜୟଙ୍କ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଜୁହୁସ୍ଥିତ ପୱନ ହଂସ ଶ୍ମଶାନ ଗୃହରେ କରାଯିବ । ୧୭ ଜାନୁୟାରୀ ୧୯୪୦ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମ ନେଇଥିଲେ ମାୟା । ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ବିଏଡ କରିଥିଲେ । ଏହାସହ ସେ କଥକରେ ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ ଥିଲେ ।
ମାୟା ଗୋବିନ୍ଦ ତାଙ୍କ କ୍ୟାରିୟରରେ ୩୫୦ରୁ ଅଧିକ ଫିଲ୍ମରେ ଗୀତ ଲେଖିଛନ୍ତି । ତାଙ୍କୁ ପ୍ରଥମ ବ୍ରେକ୍ ନିର୍ଦ୍ଦେଶକ ଆତ୍ମାରାମ ତାଙ୍କ ଫିଲ୍ମ ‘ଆରୋପ’ରେ ଦେଇଥିଲେ । ଯେଉଁଥିରେ ସେ ପ୍ରମାଣ କରିଥିଲେ କି ଲିରିକ୍ସ ଲେଖିବାରେ ସେ ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ । ୧୯୭୯ରେ ‘ସାୱନ କୋ ଆନେ ଦୋ’ ଫିଲ୍ମର କଜରେ କି ବାତି ଗୋବିନ୍ଦଙ୍କୁ ପରିଚିତ କରାଇଥିଲା । ମାୟା ବାବରି, ଦଲାଲ, ଗଜ ଗାମିନି, ମେ ଖିଲାଡି ତୁ ଅନାଡି ଓ ହପ୍ତା ୱସୁଲି ଭଳି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି । ଏହା ବ୍ୟତୀତ ମାୟା ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ମହାଭାରତ ପାଇଁ ସେ ଖୁବ୍ ଗୀତ, ଦୋହା ଓ ଛନ୍ଦ ଲେଖିିଛନ୍ତି । ମାୟା ଗୋବିନ୍ଦ ହିଁ ଫାଲଗୁନି ପାଠକଙ୍କ ଲୋକପ୍ରିୟ ଗୀତ ‘ମେନେ ପାୟଲ ହେ ଛନକାଇ’ ମଧ୍ୟ ଲେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର,୨୯ା୭: ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର…

ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ/ଢାକା,୨୯।୭: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ବୁଧବାର କହିଛନ୍ତି ଯେ ଗିରଫ, ଜେଲ କିମ୍ବା ମୃତ୍ୟୁଦଣ୍ଡର ବିପଦ ସତ୍ତ୍ୱେ ସେ ଡିସେମ୍ବର ସୁଦ୍ଧା ତାଙ୍କ ଦେଶକୁ…

ସରକାରଙ୍କୁ ଚେତାବନୀ ଦେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ, କହିଲେ-କଙ୍ଗନାଙ୍କୁ…

ନୂଆଦିଲ୍ଲୀ, ୨୯।୭: ଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ‘ସିଜେପି’ (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେ ସଙ୍କେତ ଦେଇଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବି ଉପରେ…

ରାହୁଲ ଗାନ୍ଧୀଙ୍କ ‘ଇଡିଅଟ’ ଶବ୍ଦ ବ୍ୟବହାରକୁ ନେଇ ଲୋକ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ଆଲୋଚନା ଚାଲିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହକୁ ସମ୍ବୋଧିତ କରୁଛନ୍ତି। ତାଙ୍କ ଭାଷଣ…

CJP ପ୍ରଦର୍ଶନରେ ଲଠିଚାର୍ଜକୁ ନେଇ ଖାର୍ଗେ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବୁଧବାର ରାଜ୍ୟ ସଭାରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri