Posted inଜାତୀୟ

ବିଲେଇ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା

ପ୍ରୟାଗରାଜ,୧।୪: ପ୍ରାୟ ୭ ଦିନ ହେଲା ହଜିଯାଇଛି ପୋଷା ବିଲେଇ। ଏହାକୁ ଖୋଜି ଆଣିଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ମହମ୍ମଦ ତାହିରଙ୍କ ଘରେଥିବା ପୋଷା ବିଲେଇଟି କେଉଁ ଆଡେ ନିଖୋଜ ହୋଇଯାଇଛି। ଲୁସି ନାମକ ଏହି ବିଲେଇର ପତ୍ତା ୭ ଦିନ ହେଲା ମିଳୁନି। ଏବେ ହଜି ଯାଇଥିବା ବିଲେଇକୁ ଖୋଜି ଆଣିବା ପାଇଁ ପରିବାର ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଯଦି କେହି ଲୁସିକୁ ଖୋଜି ଆଣିବେ, ତା’ହେଲେ ତାଙ୍କୁ ତାହିର ପରିବାର ୧୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି। ବିଲେଇ ନିଖୋଜ ନେଇ ପରିବାର ପକ୍ଷରୁ ସିଭିଲ ଲାଇନ ଅଞ୍ଚଳରେ ଥିବା ବିଭିନ୍ନ କାନ୍ଥ, ବଜାର, ବିଦ୍ୟୁତ ଖୁଣ୍ଟ ଆଦିରେ ଲୁସିର ଫଟୋ ଥିବା ପୋଷ୍ଟର ମଧ୍ୟ ଲଗା ଯାଇଛି।

ମହମ୍ମଦ ତାହିର କହିଛନ୍ତି, ପ୍ରାୟ ଦେଢ଼ ବର୍ଷ ତଳେ ଲୁସିକୁ ଆମେ ଘରକୁ ଆଣିଥିଲୁ। ସେ ଆମର ପରିବାରର ସଦସ୍ୟ, ଆମ ପିଲା ଭଳି ଥିଲା। ଆମ ସହ ଖାଉଥିଲା ଓ ଆମ ସହ ଶୋଉଥିଲା। କିନ୍ତୁ ୭ ଦିନ ହେଲା ସେ କେଉଁଆ ଚାଲି ଯାଇଛି। ତା’କୁ ନ ପାଇ ପରିବାର ସବୁ ସଦସ୍ୟ ଭାଙ୍ଗି ପଡ଼ିଛୁ। ଲୁସିକୁ ଠାବ କରିବାକୁ ଆମେ ତା’ର ଫଟୋ ଚାରିଆଡେ ଲଗାଇଛୁ। ଲୁସିକୁ ଆମକୁ ଫେରାଇ ଦେଲେ, ଆମେ ୧୦ ହଜାର ଟଙ୍କା ମଧ୍ୟ ଦେବୁ। ଯଦି କେହି ତାଙ୍କୁ ରଖିଥିବେ ତେବେ ଟଙ୍କା ଯୋଗୁ ଫେରାଇ ଦେବେ ବୋଲି ସେ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ କଂଗ୍ରେସକୁ ଡବଲ ଝଟ୍‌କା: ନା ମିଳିଲା କ୍ଷମତା ନା ମଳିଲା ବିରୋଧୀ ଦଳର ନେତା ପଦ

ଅହମ୍ମଦାବାଦ,୮।୧୨: ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଡବଲ ଝଟ୍‌କା ଲାଗିଛି। ଚଳିତ ଥର କଂଗ୍ରେସକୁ କେବଳ ଲଜ୍ଜ୍ୟାଜନକ ପରାଜୟର ସମ୍ମୁଖୀନ ହେବାକୁ...

ରାମମନ୍ଦିର ନିର୍ମାଣ ନେଇ ସୁବ୍ରମଣିୟମ୍‌ ସ୍ବାମୀ ଓ ସଞ୍ଜୟ ରାଓ୍ବତ ମୋଦିଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ସମୟରେ ରାମ ମନ୍ଦିର ବିବାଦଠାରୁ ଭାଜପା ଦୂରେଇ ରହିଥିଲା। ତେବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ପରେ ପୁଣିଥରେ ଦେଶରେ...

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ...

କାଶୀ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ ଯୋଡ଼ା ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୦।୧ : କାଶୀର ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡ଼ା ଜୋତା ପଠାଇଛନ୍ତି। ଏଭଳି କରି ପ୍ରଧାନମନ୍ତ୍ରୀ ପୁଣି ଥରେ...

ଦେଶରେ କରୋନା ସୁସ୍ଥ ହାର ୪୧.୬୧ ପ୍ରତିଶତ

ନୂଆଦିଲ୍ଲୀ,୨୬।୫: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଅତିକ୍ରମ କରିଥିଲେ ମଧ୍ୟ ଏଠାରେ ସୁସ୍ଥ ହାର ଭଲ ରହିଛି ବୋଲି ସୋମବାର ପ୍ରକାଶ କରିଛନ୍ତି...

ପାଗ ପରିବର୍ତ୍ତନ ନ ହେଲେ ବଢିପାରେ ଅଡ୍‌-ଇଭିନର ଅବଧି

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅଡ୍‌-ଇଭିନ ନମ୍ବରର ଅବଧି ଶୁକ୍ରବାର ସମାପ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍‌ ହୋଇ ନାହିଁ। ତେବେ...

ଏଏପିକୁ ଚ୍ୟାଲେଞ୍ଜ୍‌ ଦେଲା ଭାଜପା

ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଏକ୍ସାଇଜ ନୀତି ପ୍ରସଙ୍ଗରେ ରବିବାର ଭାଜପା ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆମ୍‌ ଆଦ୍‌ମୀ ପାର୍ଟି ଉପରେ ଆକ୍ରମଣ କରିଛି। ଲାଏ ଡିଟେକ୍ଟର...

ତାନ୍ତ୍ରିକଙ୍କ ପରାମର୍ଶରେ ଦଳର ନାମ ପରିବର୍ତ୍ତନ କରିଛନ୍ତି କେସିଆର, ସୀତାରମଣଙ୍କ ସମାଲୋଚନା ନେଇ ଇସିଙ୍କ ଦ୍ୱାରସ୍ଥ ହେଲା ବିଆରଏସ…

ହାଇଦ୍ରାବାଦ,୧୧।୧୦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ବଣ୍ଡି...

Advertisement
Archives

Model This Week