ଭଣ୍ଡ ଦର୍ଶନ

ହରେକୃଷ୍ଣ ଦାସ

 

ଛଦ୍ମ ମୁନିବେଶ ଧାରଣ କରି ରାବଣ ସୀତାଙ୍କ ହରଣ କଲା ପରେ ଏବଂ ମାରିଚ ରାକ୍ଷସ ସୁନା ହରିଣ ରୂପ ଧାରଣ କରି ଶ୍ରୀରାମଙ୍କ ବୁଦ୍ଧି ଭ୍ରଂଶ କଲା ପରେ ଅନ୍ତତଃ ଏ କଥାଟି ସ୍ପଷ୍ଟ ହୋଇଗଲା ଯେ ଚତୁରତାର ସହ ଛଳନାପୂର୍ଣ୍ଣ ଅଭିନୟ କରିପାରିଲେ ଜଣେ ବୁଦ୍ଧିମାନ ଲୋକକୁ ବି ଧୋକା ଦିଆଯାଇପାରେ। ଏ କଥା ଅବଶ୍ୟ ଭିନ୍ନ ଯେ ଶ୍ରୀରାମଙ୍କର ଏଭଳି ଆଚରଣ ପାଇଁ ‘ବିନାଶ କାଳେ ବିପରୀତ ବୁଦ୍ଧି’ ଉକ୍ତିଟିକୁ ତାଙ୍କ ସପକ୍ଷରେ ସଫେଇ ଆକାରରେ ପ୍ରଦାନ କରାଯାଏ। କିନ୍ତୁ ଅସଲ କଥା ହେଲା ଛଦ୍ମବେଶ ଧାରଣ କରି ଜଣେ ବୁଦ୍ଧିମାନ ଲୋକକୁ ମଧ୍ୟ ବୋକା ବନେଇ ଦିଆଯାଇପାରେ। ଏଇ କାରଣରୁ ଅନେକ ଲୋକଙ୍କର ଭଣ୍ଡ ଚେହେରା ସହଜରେ ଧରାପଡ଼େନି ଏବଂ ସମାଜ ଆଖିରେ ସେମାନେ ଅତ୍ୟନ୍ତ ସାଧୁ ପ୍ରକୃତିର ହୋଇଥିବା ପରିଚୟ ହାସଲ କରିପାରନ୍ତି।
ବନ୍ଧୁ ଜଣକ କଥା କଥାକେ ସଂସାର ଓ ଜୀବନର ଅଳିକତା ବିଷୟରେ ବିଭିନ୍ନ ଶ୍ଳୋକ ଆବୃତ୍ତି କରି ଦାର୍ଶନିକ ଭାଷଣ ମାରି ନିଜକୁ ଏମିତି ନିରାସକ୍ତ ଦେଖେଇ ହୁଅନ୍ତି ସତେ ଯେମିତି ବୈରାଗ୍ୟ ଜର୍ଜରିତ ଜ୍ଞାନୀ ସନ୍ଥ ଜଣେ। କିନ୍ତୁ ଗୋଟେ ଭାବବିହ୍ବଳ ମୁହୂର୍ତ୍ତରେ ଆମେ ପରସ୍ପରର ପାରିବାରିକ ଜୀବନର ଭଲମନ୍ଦ କଥା ହେଲାବେଳେ ବନ୍ଧୁଙ୍କ ଆଖି ଓଦା ହୋଇଯିବା ଦେଖି କାରଣ ପଚାରିବାରୁ ସେ ଯାହା ବଖାଣିଲେ, ସେସବୁ ଶୁଣି ଦୁଃଖ ଯେତିକି ଲାଗିଲା ତାଙ୍କ ପ୍ରତି ଦୟା ସେତିକି ଆସିଲା। ତାଙ୍କ ସ୍ତ୍ରୀ ଖୁବ୍‌ ଜିଦଖୋର, ସନ୍ଦେହୀ ଓ ସ୍ବେଚ୍ଛାଚାରୀ। ଏମିତିକି ତାଙ୍କ ମୁଡ୍‌ ଠିକ୍‌ ନ ଥିଲେ ରୋଷେଇବାସ କରନ୍ତିନି, କରିଥିଲେ ବି ସ୍ବାମୀଙ୍କୁ ଖାଇବାକୁ ଦିଅନ୍ତିନି। ଅଳ୍ପ ବୟସର ପୁଅ ତା’ ବାପାଙ୍କୁ ଡରାଇ ଧମକାଇ ନିଜ ଇଚ୍ଛାରେ ସମୟ ବରବାଦ କରୁଛି। ଏ ଉଭୟଙ୍କର ଉତ୍ପାତରେ ଅତିଷ୍ଠ ହେଇ ବନ୍ଧୁ ଜଣକ ମାନସିକ ସ୍ତରରେ ରୁଗ୍ଣ। ତାଙ୍କର ଏ ଅବସ୍ଥା ହେଉଛି କାହାକୁ ଦେଖେଇ ହେଉ ନ ଥିବା ଅଜାଗା ଘାଆ ବୋଲି କହି ବନ୍ଧୁ ଆଖି ପୋଛିଲେ। ପରିସ୍ଥିତି ହାଲୁକା କରିବାକୁ ଯାଇ କହିଲି ”ଏତେ ସିରିୟସ ହୁଅନି । ଏମିତିଆ କାହାଣୀ ସମସ୍ତଙ୍କ ଘରେ ଅଛି। ହେଲେ ତମେ ଯେମିତି ଜ୍ଞାନ ଚର୍ଚ୍ଚା କର, ଶୁଣିଲେ ଲାଗେ ଯେ ତମେ ହଉଛ ସଂସାରରେ ଥିବା ଗୋଟେ ଯୋଗୀ। ତମର କିଛି ଦୁଃଖ ଥିଲାଭଳି ଲାଗେନି।“ ଲାଗିବ କେମିତି? ଫୁଟାଣି ଦେଖେଇ ଗୁଡ଼ାଏ ଗପି, ଭିତରେ ସବୁ କଷ୍ଟକୁ ଚାପି ରଖିବାକୁ ଚେଷ୍ଟା କରୁଛି।
ବନ୍ଧୁ ଜଣକ ନିଜକୁ ବିଦ୍ବାନ ଦେଖେଇବାକୁ ଚେଷ୍ଟା କରି ଅନେକ ସମୟରେ ବିଭିନ୍ନ ବିଷୟରେ ଲେଖନ୍ତି ଯଦିଓ ସେସବୁ ଉଚ୍ଚମାନର ହୋଇପାରେନି। ଅନ୍ୟମାନଙ୍କ ଲେଖାପଢ଼ା ତଥା ଏଥି ସମ୍ପର୍କିତ ସଫଳତା ପ୍ରତି ନିଜର ଈର୍ଷା ଅସୂୟାକୁ ଲୁଚେଇ ରଖି ସେମାନଙ୍କ ପ୍ରତି ସମ୍ବେଦନଶୀଳ ବୋଲି ଦେଖେଇ ବେଳେବଳେ କହନ୍ତି, ”ଏତେ ଲେଖାଲେଖିରେ ମାତି ଦେହ ଉପରେ କାହିଁକି ଅତ୍ୟାଚାର କରୁଛ? ଅସଲ ଜ୍ଞାନ ପଛରେ ଧାଇଁଲେ ଜାଣିବ ଯେ ଏ ସବୁ ମାନସମ୍ମାନ, ପୁରସ୍କାର, ପ୍ରତିଷ୍ଠା ପୂରା ମୂଲ୍ୟହୀନ। ଏ ଭ୍ରମ ପଛରେ କାହିଁକି ପଡ଼ିଛ? ଦେହର ଯତ୍ନ ନିଅ, ସୁସ୍ଥ ରୁହ।“ ଖୁବ୍‌ ଚତୁରତାର ସହିତ ସେ ନିଜ ବିଫଳତାଜନିତ କ୍ଷୋଭ ଓ ଅସହିଷ୍ଣୁତାକୁ ନିଜ ବାକଚାତୁରିରେ ଲୁଚାଇବାକୁ ଚେଷ୍ଟା କରନ୍ତି। ଅନେକ ସମୟରେ ବାକପଟୁତା ବଳରେ ସେ ଲୋକଙ୍କୁ ପ୍ରଭାବିତ କରି ନିଜ ପାଇଁ ମିଛ ପରିଚୟ ତିଆରି କରିପାରନ୍ତି। ବନ୍ଧୁଙ୍କ ଚରିତ୍ରର ଏ ବାସ୍ତବତା ମୁଁ ଜାଣେ ବୋଲି କେବେ ତାଙ୍କୁ ସୂଚାଇ ଦେବାକୁ ଇଚ୍ଛା କରେନି। ତେଣୁ ସେ ବି ଏ ଭ୍ରମରେ ଥିଲେ ଯେ ତାଙ୍କ ମିଛ ପରିଚୟକୁ ତାଙ୍କ ବାସ୍ତବ ଚରିତ୍ର ବୋଲି ହୁଏତ ମୁଁ ମାନି ନେଇଥିବି। ଆଜି ନିଜ ବାସ୍ତବତାର ଦୟନୀୟ ଚିତ୍ର ସେ ମୋ ସାମ୍ନାରେ ରଖିବା ବେଳେ ମୁଁ ତାଙ୍କୁ ଉପହାସ କରିପାରୁ ନ ଥାଏ, ବରଂ ତାଙ୍କ ପ୍ରତି ସ୍ବତଃ ସମବେଦନା ଚାଲିଆସିଲା।
ଆମ ଗପସପର ବିବରଣୀ ଶୁଣିବା ପରେ ଝିଅ ପଚାରିଲା, ”ସତରେ କ’ଣ ଲୋକମାନେ ବାହାରକୁ ଯାହା ଦେଖା ଯାଆନ୍ତି ଭିତରେ ସେୟା ନୁହନ୍ତି? ମୁଁ ଭାବୁଥିଲି ଏସବୁ କେବଳ ଫିଲ୍ମରେ ଥାଏ ବୋଲି।“ ହଁ, ଫିଲ୍ମର ଷ୍ଟୋରି ସବୁ ଆଉ କୋଉଠୁ ଆସେ କି? ଗୁଡ଼ାଏ ଲୋକ ଅନ୍ୟମାନଙ୍କ ପାଖରେ ନିଜକୁ ଧର୍ମାବତାର ବୋଲି ଦେଖେଇ ହୁଅନ୍ତି। କିନ୍ତୁ ପ୍ରକୃତରେ ସେମାନେ ପାପୀ ହୋଇଥିବେ। ଅନ୍ୟମାନଙ୍କ ସୁଖ ଶାନ୍ତି ସହି ନ ପାରି ଈର୍ଷାରେ ଜଳୁଥିବେ, ସେମାନଙ୍କୁ କେମିତି ଖାଲରେ ପକେଇବେ ସେଇ ଯୋଜନାରେ ମାତିଥିବେ। ମୁଁ କାହାର ମିଛ ସହିପାରେନି କହୁଥିବା ଲୋକଟା ପ୍ରକୃତରେ ପରମ ମିଛୁଆ ହାଇଥିବ। ଏଭଳି ଲୋକଙ୍କଠାରୁ ଦୂରେଇ ରହିବା ଦରକାର। ଅଧିକାଂଶ ଲୋକ ଜହ୍ନ ଭଳିଆ ନିଜ ଅନ୍ଧାରୀ ଦିଗ ଲୁଚେଇ ବାହାରକୁ କେବଳ ସଫା ଦେଖେଇ ହୁଅନ୍ତି। ବାହାରେ ଖୁବ୍‌ ଦରଦି ଓ ମେଳାପି ବୋଲାଉଥିବା ଲୋକ ଯେ ପ୍ରକୃତରେ କେମିତି ରୁକ୍ଷ ଓ ଅବିବେକୀ ଭଳି ଆଚରଣ କରେ, ସେ କଥା କେବଳ ତା’ ଘର ଲୋକ ହିଁ ଜାଣନ୍ତି। ଏଗୁଡ଼ାକ ସବୁ ଭଣ୍ଡ।
କାହାର କଅଁଳ, ଆତ୍ମୀୟତା ଭରା କଥା କି ତା’ର ଚିକ୍କଣ ବାଆଜିଆ ବେଶଭୂଷାକୁ ତା’ର ପ୍ରକୃତ ପରିଚୟ ନ ଭାବି ତା’ର ଅନ୍ତର ପଢ଼ିବାକୁ ଚେଷ୍ଟା କରିବା ଉଚିତ। ନ ହେଲେ ଠକି ହେଇଯିବା ନିଶ୍ଚିତ। ଆମ ଗାଁର ସୁର ସାର୍‌ଙ୍କୁ ମନେରଖିଛୁ? ଦେଖିଲେ ଧାର୍ମିକ ଲାଗନ୍ତି। ତାଙ୍କ ପୁଅ ବି ଗାଁରେ ଗୋଟେ ମନ୍ଦିର ତୋଳିଛନ୍ତି ନା? ରୁଦ୍ରାକ୍ଷ ମାଳ ପକେଇ, ଗୁଡ଼ାଏ ଚିତା ଚଇତନ ହେଇ ପ୍ରବଚନ ଦେଉଥିବା ସୈତାନ ସେ। ଗୋଟେ ଗାଁରେ ପ୍ରବଚନ ଶେଷରେ ଅନୈତିକ କାର୍ଯ୍ୟରେ ଧରାପଡ଼ିିଥିଲା। ତା’ ପୁଅ ବି ସେମିତି ପାକିସ୍ତାନୀ ଏଜେଣ୍ଟଙ୍କୁ ଆମ ସିକ୍ୟୁରିଟି ତଥ୍ୟ ବିକି ପୁଳାଏ ଟଙ୍କା ଆଣି ଚାକିରି ଛାଡ଼ି ଚାଲିଆସି ସେଇ ଟଙ୍କାରେ ମନ୍ଦିର ତୋଳି ବଦାନ୍ୟ ଦେଖେଇ ହେଉଥିଲା। କିନ୍ତୁ ବିନାଶ କାଳେ ବିପରୀତ ବୁଦ୍ଧି ଘୋଟିବାର ଫଳ ବାପ ମାଡ଼ଖାଇ ଭୋଗିଲା, ପୁଅ ଜେଲ ଯାଇ ଭୋଗିଲା।’ ଏକଥା ଶୁଣି ଝିଅ କହିଲା,‘ଏଥର ବୁଝିଲି, ଭଣ୍ଡ ଦର୍ଶନ କହିବା ଦ୍ବାରା ସେଦିନ ତମେ କ’ଣ ବୁଝେଇବାକୁ ଚାହୁଁଥିଲ।’
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି କଲେଜ
ମୋ:୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?