କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ୍‌ ମିଡ଼ିଆରେ ପ୍ରଚାର ହୋଇଥିଲା ଯେ, ଏପ୍ରିଲ୍‌ ୧୫ ସୁଦ୍ଧା ଭାରତରେ କରୋନାରେ ଆକ୍ରାନ୍ତ ହୋଇ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ। ଏହି ତଥ୍ୟ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସୋସିଆଲ୍‌ ମିଡ଼ିଆରେ ପ୍ରଚାରିତ ହେଉଛି। ମାତ୍ର ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏଭଳି କୌଣସି ସତର୍କ ସୂଚନା ଜାରି କରି ନାହିଁ। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହା ଅସତ୍ୟ ଖବର ବୋଲି ଟୁଇଟ୍‌ କରି କୁହାଯାଇଛି। ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଏଭଳି ଅପପ୍ରଚାର କରାଯାଉଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଭାରତରେ କରୋନା ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଫେବୃୟାରୀରେ ପ୍ରଶଂସା କରାଯାଇଥିଲା। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାରିଫ୍‌ ମଧ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼

ମୁମ୍ବାଇ,୯।୪: କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ...

କ୍ୱାରାଣ୍ଟାଇନ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୧୦।୬: ଭଦ୍ରକ ଜିଲା ଭଦ୍ରକ ବ୍ଲକ କୋର୍କୋରା ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର

ଲଣ୍ଡନ,୩୦ା୬(ଆଇଏଏନ୍‌ଏସ୍‌): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍‌ ଅଲ୍‌ ହୁସେନ୍‌...

ଝାରସୁଗୁଡାରୁ ୨୩ କରୋନା ପଜିଟିଭ ଚିହ୍ନଟ: ରହିଛନ୍ତି ଫାର୍ମାସିଷ୍ଟ, ୨ ସ୍ବାବ୍‌ ସଂଗ୍ରହକାରୀ

ଝାରସୁଗୁଡା ଅଫିସ,୨୪।୬: ଝାରସୁଗୁଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ବୁଧବାର ପୁଣି ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ...

ରବିବାର ଛାଡ଼ି ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏଥର ରବିବାର ଓ ଛୁଟିଦିନକୁ ଛାଡ଼ି ସବୁଦିନ ଟିକାକରଣ କରାଯିବ ବୋଲି ସୋମବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ...

ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି...

ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ

ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ...

ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ...

Advertisement

BGU

Archives

Model This Week

Why Dharitri