Posted inଜାତୀୟ

ମିଛ ଏନ୍‌କାଉଣ୍ଟର ଧରାପଡ଼ିଲା

ନୂଆଦିଲ୍ଲୀ/ହାଇଦ୍ରାବାଦ,୨୧ା୫: ୨୦୧୯ ଡିସେମ୍ବର ୬ ସକାଳେ ଲୋକଙ୍କ ନିଦ ଭାଙ୍ଗି ନ ଥିବାବେଳେ ହାଇଦ୍ରାବାଦ ପୋଲିସ ଗୁଳିରେ ମରିସାରିଥିଲେ ୪ ଅଭିଯୁକ୍ତ। ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ କିପରି ଅପହରଣ, ଗଣବଳାତ୍କାର ପରେ ହତ୍ୟା କରି ଜାଳି ଦେଇଥିଲେ ତାହାର ରହର୍ସାଲ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ଅପରାଧସ୍ଥଳକୁ ନେଇ ଏନ୍‌କାଉଣ୍ଟର କରିଥିଲା। ପୋଲିସ ଅଧିକାରୀଙ୍କ ଗୁଳିମାଡ଼ରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ବହୁଚର୍ଚ୍ଚିତ ତଥା ବିବାଦୀୟ ଏନ୍‌କାଉଣ୍ଟର ଫେକ୍‌ ଥିଲା। ପୋଲିସ ନିଜେ ମନଗଢ଼ା ତଥା ଅବିଶ୍ୱସନୀୟ କାହାଣୀ ଲେଖି ଆମତ୍ରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଥିବା ଦର୍ଶାଇଥିଲା ବୋଲି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତଦନ୍ତ କମିଶନ ରିପୋର୍ଟ ଦାଖଲ କରିଛନ୍ତି। ଏଥିସହ ଫେକ୍‌ ଏନ୍‌କାଉଣ୍ଟରରେ ସାମିଲ ଥିବା ସମସ୍ତ ୧୦ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିସ କରିଛନ୍ତି। ଉକ୍ତ ରିପୋର୍ଟକୁ ଶୁକ୍ରବାର ସାର୍ବଜନୀନ କରାଯାଇଛି।
ହାଇଦ୍ରାବାଦ ଫେକ୍‌ ଏନ୍‌କାଉଣ୍ଟରକୁ ନେଇ ପୋଲିସ ଅଧିକାରୀମାନଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଖଲ କରାଯାଇଥିଲା। ଗୋଟିଏ ପିଟିଶନ ଆଇନଜୀବୀ ଜି.ଏସ୍‌. ମଣି ଓ ପ୍ରଦୀପ କୁମାର ଯାଦବ ଏବଂ ଅନ୍ୟଟି ଓକିଲ ଏମ୍‌.ଏଲ୍‌. ଶର୍ମା ଦାଖଲ କରିଥିଲେ। ମଣି ଓ ଯାଦବ ଏହାକୁ ଫେକ୍‌ ଏନ୍‌କାଉଣ୍ଟର ଦର୍ଶାଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ କରିବାକୁ ଅନୁରୋଧ କରିଥିଲେ। ହାଇଦ୍ରାବାଦ ପୋଲିସ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର କରିଥିଲା ତାହାର ତଦନ୍ତ ପାଇଁ ୨୦୧୯ ଡିସେମ୍ବର ୧୨ରେ ସିରପୁରକର କମିଶନ ଗଠନ କରାଯାଇଥିଲା। ୬ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି.ଏସ୍‌. ସିରପୁରକର ଅଧ୍ୟକ୍ଷତା କରିଥିବାବେଳେ ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରେଖା ସୋନ୍ଦୁର ବାଲ୍‌ଡୋଟା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ନିର୍ଦ୍ଦେଶକ ଡି.ଆର୍‌. କାର୍ତ୍ତିକେୟନ୍‌ ସଦସ୍ୟ ରହିଥିଲେ। ୨୦୨୦ ଜୁଲାଇରୁ ୨୦୨୧ ଅଗଷ୍ଟ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ କମିଶନଙ୍କ ଅବଧି ୬ ମାସ ଲେଖାଏ ୩ ଥର ବଢ଼ାଯାଇଥିଲା। ସିରପୁରକର କମିଶନ ଶୁକ୍ରବାର ବନ୍ଦ ଲଫାପାରେ ବିସ୍ତୃତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ରିପୋର୍ଟକୁ ଜଉମୁଦ ଲଫାପା ଭିତରେ ବନ୍ଦ ରଖିବାକୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଓ୍ବାନ ପରାମର୍ଶ ଦେଇଥିଲେ, ଯାହାକୁ ଅଦାଲତ ଗ୍ରହଣ କରିନାହାନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ରିପୋର୍ଟକୁ ତେଲଙ୍ଗାନା ହାଇକୋର୍ଟକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହା ଏକ ଏନ୍‌କାଉଣ୍ଟର ମାମଲା, ଯାହାକୁ ଏଠାରେ ରଖାଯିବା ଦରକାର ନାହିଁ। କମିଶନ ଏଥିରେ ପୋଲିସକୁ ଦୋଷୀ ଦର୍ଶାଇଛନ୍ତି। ଏଥିସହ କେତେକ ସୁପାରିସ ମଧ୍ୟ କରିଛନ୍ତି। ତେଣୁ ଉଭୟ ପକ୍ଷଙ୍କୁ ରିପୋର୍ଟର କପି ଦେବା ପାଇଁ ରେଜେଷ୍ଟ୍ରି ବ୍ୟବସ୍ଥା କରନ୍ତୁ। ଏନ୍‌କାଉଣ୍ଟରରେ ସାମିଲ ଥିବା ୧୦ ପୋଲିସ ଅଧିକାରୀ ହେଲେ ଭି. ସୁରେନ୍ଦର, କେ. ନରସିଂହ ରେଡ୍ଡୀ, ଶାଇକ୍‌ ଲାଲ ମଧାର, ମହମ୍ମଦ ସିରାଜୁଦ୍ଦିନ, କୋଚେରଲା ରବି, କେ. ଭେଙ୍କଟେଶ୍ୱରଲୁ, ଏସ୍‌. ଅରବିନ୍ଦ ଗୌଡ଼, ଡି. ଜାନକୀରାମ, ଆର. ବାଲୁ ରାଠୋଡ୍‌ ଏବଂ ଡି. ଶ୍ରୀକାନ୍ତ। ଏହି ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିଥିବାରୁ ଏମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୦୨, ୩୪ ଓ ୨୦୧ ବଳରେ ମାମଲା ରୁଜୁ କରିବାକୁ ତଦନ୍ତ କମିଶନ ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri