ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୮ା୭: ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟି ନେଉଥିବା ଘଟଣା ନେଇ ବାରମ୍ବାର ଥାନାରେ ଏତଲା ହେଉଛି। ହେଲେ ବର୍ତ୍ତମାନ ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌ ଖୋଲାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ମେସେଜ୍‌ ଆସୁଥିବା ଘଟଣା ଦୃଷ୍ଟିକୁ ଆସିଛି। ଏ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା।
ସୂଚନାଯୋଗ୍ୟ, ଗତ ୫ ତାରିଖ ସନ୍ଧ୍ୟା ୫ଟା ୧୦ ରେ ହିଞ୍ଜିଳି ତହସିଲଦାର ପରିଡାଙ୍କୁ ଏକ ହ୍ବାଟ୍ସଆପ୍‌ ନମ୍ବରରେ ମେସେଜ୍‌ ଆସିଥିଲା। ଉକ୍ତ ନମ୍ବର ପ୍ରୋଫାଇଲରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଫଟୋ ଥିଲା। ଉକ୍ତ ନମ୍ବରରୁ ତହସିଲଦାରଙ୍କୁ ପ୍ରଥମ ମେସେଜ୍‌ ଆସି ସେଥିରେ ହାଲୋ କୁମାର ହାଓ ଆର ୟୁ ବୋଲି ପଚରା ଯାଇଥିଲା। ସନ୍ଧ୍ୟା ୫ଟା ୪୯ରେ ଉକ୍ତ ମେସେଜ୍‌ ଦେଖି ଏହା ଜିଲାପାଳଙ୍କ ହ୍ବାଟ୍ସଆପ୍‌ ନମ୍ବର ଭାବି ଉତ୍ତର ରଖିଥିଲେ। ପୁଣି ୫ଟା ୫୧ରେ ସେହି ନମ୍ବରରୁ ହୋୟାର ଆର ୟୁ ଆଟ ଦ ମୁମେଣ୍ଟ ବୋଲି ମେସେଜ୍‌ ଆସିଥିଲା। ଏହି ସମୟରେ ତହସିଲଦାର ଉତ୍ତର ରଖିଥିଲେ। ୫ ମିନିଟ୍‌ ପରେ ଅର୍ଥାତ୍‌ ୫ଟା ୫୬ରେ ସେହି ନମ୍ବରରୁ ଆଉ ଏକ ମେସେଜ୍‌ ଆସିଥିଲା। ମୁଁ ଫୋନ୍‌ କଲ୍‌ ମିଟିଂରେ ବ୍ୟସ୍ତ ରହିଛି ତେଣୁ ମୋତେ କିଛି ସହାୟତା କର। ଏହାସହ ଏକ ମିସ୍‌ ଭଏସ୍‌ କଲ୍‌ ଉକ୍ତ ନମ୍ବରରୁ ଆସିଥିଲା। କିଛି ସମୟ ପରେ ଅର୍ଥାତ ୬ଟା ୬ ରେ ପୁଣି ହାଲୋ ମେସେଜ୍‌ ଆସିଥିଲା। ମାତ୍ର କିଛି ସମୟ ମଧ୍ୟରେ ଏତେଗୁଡାଏ ମେସେଜ୍‌ ଦେଖି ତହସିଲଦାର ଜିଲାପାଳଙ୍କ ସହ ଯୋଗାଯୋଗ କରିଥିଲେ। ଜିଲାପାଳଙ୍କ ସହ କଥାବର୍ତ୍ତା ହେବା ପରେ ଏହା ଫେକ୍‌ ହ୍ବାଟ୍ସଆପ୍‌ ମେସେଜ୍‌ ବୋଲି ଜାଣି ପାରିଥିଲେ। ଉକ୍ତ ନମ୍ବରକୁ ଥାନା ଅଧିକାରୀ ଟ୍ରାକିଂ କରିବା ବେଳେ ଏହା ପଞ୍ଜାବର ବୋଲି ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri