ହାତୀ ମରୁଛନ୍ତି, ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା

ଯାଜପୁର ଅଫିସ,୮ା୭:ରାଜ୍ୟରେ ହାତୀ ସୁରକ୍ଷା ଏବଂ ସହଜ ଚଳପ୍ରଚଳ ସ୍ଥାନର ଅଭାବକୁ ଦୂର କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତନ ୧୦୩୮.୩ ବର୍ଗ କି.ମି.ରୁ ୨୧୮୧.୫୨୧ବର୍ଗ କି.ମି.କୁ ଏବଂ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ୪୨୬.୯୧ରୁ ୧୭୯୭.୦୪୮ ବର୍ଗ କି.ମି.କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣରେ ହାତୀ ପଲ ସହଜରେ ଚଳପ୍ରଚଳ ପାଇଁ ଗଳି ପୋଲ ବା ଏଲିଫ୍ୟାଣ୍ଟ ଅଣ୍ଡର ପାସେସ୍‌ (ଇୟୁପି) ଉପଯୁକ୍ତ ଭାବେ ଓ ଆବଶ୍ୟକ ସଂଖ୍ୟାରେ ନିର୍ମାଣ ହେଉନାହିଁ। ଏହି ମର୍ମରେ ଓଡ଼ିଶା ବନ୍ୟଜନ୍ତୁ ସମ୍ପଦ ସୋସାଇଟି ପକ୍ଷରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ମାମଲା(ନଂ.୬୧/୨୦୨୧/ଇଜେଡ) ରୁଜୁ ହୋଇଥିଲା। ହେଲେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ବିଭିନ୍ନ ବୈଷୟିକ ଆଳ ଦେଖାଇ ନିର୍ଦ୍ଧାରିତ ୫୦ ମିଟର ସ୍ପାନ୍‌ ବଦଳରେ ୨୫ ମିଟର ସ୍ପାନ୍‌ର ଇୟୁପି ନିର୍ମାଣ କରାଯାଇପାରେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି ା
ସରକାରୀ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ୭୮୪ ହାତୀଙ୍କ ମୃତ୍ୟୁ ହୋଇଛି। ଏନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ୍‌ ତଲବ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହାତୀବଂଶ ସୁରକ୍ଷା ପାଇଁ ରାଜ୍ୟରେ ୧୪ ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଗତ ୧୦ ବର୍ଷରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟ୍‌ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ଏହାବାଦ୍‌ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣବେଳେ ହାତୀଙ୍କ ସୁରକ୍ଷା ବିଷୟକୁ ଦଳିମକଚି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଠିକାଦାର ମିଶି ନିଜ ସ୍ବାର୍ଥ ସାଧନରେ ମାତିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ୫୫ନଂ. ଜାତୀୟ ରାଜପଥର ମଙ୍ଗୁଳି-ଅନୁଗୋଳ ଏବଂ ଅନୁଗୋଳ-ସମ୍ବଲପୁରର ସମ୍ପ୍ରସାରଣ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଏହି ଜାତୀୟ ରାଜପଥ କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲା ଦେଇ ଯାଇଛି। ଏହି ଅଞ୍ଚଳରେ ବିପୁଳ ସଂଖ୍ୟାରେ ହାତୀ ବସବାସ କରୁଥିବା ସହ ସମ୍ବଲପୁର ଏବଂ ଅନୁଗୋଳ ଜିଲା ସମେତ କଟକ ଜିଲାର ଓରଣ୍ଡା-ବାଲି ଏବଂ ଢେଙ୍କାନାଳ ଜିଲାର ରସାସିଂହ ଅଞ୍ଚଳ ଦେଇ ହାତୀ ଜାତୀୟ ରାଜପଥ ଅତିକ୍ରମ କରିଥାନ୍ତି। ଏହାବାଦ୍‌ ୫୫ ନଂ. ଜାତୀୟ ରାଜପଥ ମହାନଦୀ ହାତୀ ସଂରକ୍ଷିତ ଏବଂ ସାତକୋଶିଆ ବାଘ ସଂରକ୍ଷିତ ଅଞ୍ଚଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି। ତେଣୁ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଏନ୍‌ଜିଟିରେ ସୋସାଇଟି ପକ୍ଷରୁ ହୋଇଥିବା ଅଭିଯୋଗରେ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ରିପୋର୍ଟ-୨୦୧୬ର ନିର୍ଦ୍ଦେଶନାମା ଅନୁଯାୟୀ ଇୟୁପିର ଲମ୍ବ ୫୦ ମିଟର ହେବା ଆବଶ୍ୟକ। ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି, ହାତୀ ପଲର ସହଜ ଚଳାଚଳ ପାଇଁ ଇୟୁପିର ଉଚ୍ଚତା ୬ ରୁ ୮ ମିଟର ଏବଂ ଓସାର ୧୦ ରୁ ୧୨ ମିଟର ହେବା କଥା। କିନ୍ତୁ ୫୫ ନଂ. ଜାତୀୟ ରାଜପଥ ନିର୍ମାଣରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ବୈଷୟିକ ଦୃଷ୍ଟିକୋଣକୁ ଆଳ କରି ୫୦ ମିଟର ସ୍ପାନ ପରିବର୍ତ୍ତେ ୨୫ ମିଟର ସ୍ପାନ ଲମ୍ବର ଇୟୁପି ନିର୍ମାଣ କରାଯାଇଛି। ଏହାଦ୍ୱାରା ଏକାଥରକେ ୫୦ରୁ ୬୦ ହାତୀ ଚଳାଚଳରେ ଏହି ଇୟୁପି ଯଥେଷ୍ଟ ନୁହେଁ ବୋଲି ଅଭିଯୋଗକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଏହାର ପ୍ରତିବାଦ କରି ଏନ୍‌ଏଚ୍‌ଏଆଇ ପକ୍ଷରୁ ଏନ୍‌ଜିଟିରେ ୨୩ା୧୦ା୨୦୨୧ରେ ଏକ କାଉଣ୍ଟର ଆଫିଡାଭିଟ ଦାଖଲ କରାଯାଇଥିଲା। ଉକ୍ତ ଆଫିଡାଭିଟରେ ଦର୍ଶାଯାଇଥିଲା ଯେ, ୧୧୨ କି.ମି.ଦୂର ମଙ୍ଗୁଳି-ଅନୁଗୋଳ ଜାତୀୟ ରାଜପଥରେ ୬୬.୭୮୩ ହେକ୍ଟରର ୨୦.୭୦ କି.ମି. ଜଙ୍ଗଲ ଅଞ୍ଚଳ ରହିଛି। ଆଇନ ଅନୁସାରେ ଜମି ପରିବର୍ତ୍ତନ କରାଯାଇଛି। ସେହିପରି ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥର ଦୂରତା ୧୫୦.୮୫୮ କି.ମି. ହୋଇଥିବାବେଳେ ସେଥିରେ ୧୦୯.୦୮୨ ହେକ୍ଟର ଜମିର ୨୮.୮୦ କି.ମି. ଜଙ୍ଗଲ ଜମି ରହିଛି। ହାତୀଙ୍କ ସହଜ ଚଳାଚଳ ପାଇଁ ବିଭାଗ ପକ୍ଷରୁ ଅନୁଗୋଳ-ସମ୍ବଲପୁର ଡିଭିଜନରେ ୧୨ ଇୟୁପି ଏବଂ ୧ ଫ୍ଲାଏ ଓଭର ଏବଂ କଟକ-ଅନୁଗୋଳ ଡିଭିଜନରେ ୫ ଓ ଆଠଗଡ ଡିଭିଜନରେ ୨ ଇୟୁପି ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏନ୍‌ଜିଟିର ଜିଷ୍ଟିସ ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତା ଉଭୟ ପକ୍ଷଙ୍କ ରିପୋର୍ଟକୁ ଆଧାର କରି ଆବଶ୍ୟକ ପରିମାଣର ୨୫ ମିଟର ସ୍ପାନ ଇୟୁପି ନିର୍ମାଣ କରିବାକୁ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଡ୍‌ଭୋକେଟ ଜେନେରାଲ କାର୍ଯ୍ୟାଳୟରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଓଡିଶା ବନ୍ୟଜନ୍ତୁ ୱାର୍ଡେନ ମୁଖ୍ୟଙ୍କୁ ଗୁରୁବାର ସୂଚିତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକଟ ଏନଜିଟି ଶଙ୍କର ପ୍ରସାଦ ପାଣି କହିଛନ୍ତି, ବିପୁଳ ଅର୍ଥ ବଞ୍ଚାଇବାକୁ ଯାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୈଷୟିକ ଆଳ କରିଛନ୍ତି। ଏଥିରେ ହାତୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇନାହାନ୍ତି। ନଦୀ ଉପରେ ୧ କି.ମି.ରୁ ଊର୍ଦ୍ଧ୍ୱ ସ୍ପାନ ନିର୍ମାଣ ହୋଇ ପାରୁଥିବାବେଳେ ରାଜପଥରେ ଏହା କାହିଁକି ସମ୍ବବପର ନୁହେଁ ବୋଲି ସେ ପ୍ରଶ୍ନ କରିବା ସହ ଏହି ଉପରେ ସୁପ୍ରିମକୋର୍ଟରେ ଏକ ମାମଲା (ନଂ.୪୫୬୫/ ୨୦୨୨) ରୁଜୁ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri