ନକଲି ଆଦିବାସୀ: ଚପିଗଲା ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି) ୧୫।୧୧ : କେତେଜଣ ସାଧାରଣ ଏବଂ ଓବିସି ବର୍ଗର ବ୍ୟକ୍ତି ପଡ଼ୋଶୀ ଜିଲାରେ କିଛି ଜମି କିଣି ସେହି ପଟ୍ଟା ବଳରେ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏନେଇ ଅଭିଯୋଗ ହେଲେ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ତହସିଲ ପ୍ରଶାସନ ସେମାନଙ୍କ ପୂର୍ବପୁରୁଷଙ୍କ ଜମି ପଟ୍ଟା କିମ୍ବା ଅନ୍ୟାନ୍ୟ ଦଲିଲର ତନଖି ନ କରି କ୍ଲିନ୍‌ଚିଟ୍‌ ଦେଉଛନ୍ତି। ଫଳରେ ଆଦିବାସୀ ସମ୍ପ୍ରଦାୟର ମେଧାବୀ ଛାତ୍ରୀଛାତ୍ର ବିଭିନ୍ନ ନିଯୁକ୍ତି ସୁଯୋଗରୁ ବଞ୍ଚିତ ରହିଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକ ଅଞ୍ଚଳରେ ବିଶେଷକରି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଏଭଳି ଏକାଧିକ ଅଭିଯୋଗ ହୋଇଥିଲେ ହେଁ ଜିଲା ଶିକ୍ଷା ବିଭାଗ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନ ଥିବା ମତପ୍ରକାଶ ପାଇଛି। ବଲାଙ୍ଗୀର ଜିଲାରେ ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଯାଜପୁରରେ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି।
ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଇ) ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଓ ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କୁ ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ଶତାଧିକ ଥର ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ କେତେଜଣ ହାତଗଣତି ନକଲି ଶିକ୍ଷକଙ୍କୁ ବାଦ୍‌ ଦେଲେ ଅନେକ ନକଲି ଶିକ୍ଷକ ଏବେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଅଭିଯୋଗ ହେଉଛି। ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ଛପି ରହିଥିବାବେଳେ କେବଳ ଅସନଝର ପଞ୍ଚାୟତରେ ୧୦ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଆସୁଛି। ଏହି ପଞ୍ଚାୟତର ପଛିକୋଟ ହାଇସ୍କୁଲର ମାନସ କୁମାର ନାୟକ ଓ ତରପଦା ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନା ନାୟକ ନକଲି ଜାତିଗତ ପ୍ରମାଣପତ୍ର ଦାଖଲ କରି ପୂର୍ବରୁ ଚାକିରିରୁ ନିଲମ୍ବିତ ହୋଇଥିଲେ। ଏହି ପଞ୍ଚାୟତର ଅନ୍ୟ ୧୦ ଶିକ୍ଷକ ଅନୁରୂପ ଭାବେ ନିଯୁକ୍ତି ପାଇଥିଲେ ହେଁ ସେମାନଙ୍କୁ ରାଜନୈତିକ ଚାପରେ ସୁରକ୍ଷା ଦିଆଯାଉଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ ପକ୍ଷରୁ ୮ା୮ା୨୦୨୨ରେ ଯାଜପୁର ଜିଲା ଶିକ୍ଷାଧିକାରୀ ଓ କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ନକଲି ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ (ପତ୍ରସଂଖ୍ୟା ୭୬୩୧) ଦେଇଥିଲେ। ଏଥିରେ ଅନ୍ନପୂର୍ଣ୍ଣା ଦେହୁରୀ, ଭଗବତୀ ଦେହୁରୀ, ମୁରଲୀଧର ଦେହୁରୀ, ମଧୁସୂଦନ ନାୟକ, ସୁଶାନ୍ତ କୁମାର ନାୟକ, ବିପିନ ନାୟକ, ରାମଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ଯେନା, ସରୋଜିନୀ ସ୍ବାଇଁଙ୍କ ନାମ ଉଲ୍ଲେଖ ରହିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାମ ବାଦ୍‌ ପଡ଼ିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ବ୍ୟାସନଗର ତହସିଲଦାର ଏହାର ତଦନ୍ତ ରିପୋର୍ଟ ୧୪ା୨ା୨୦୨୩ରେ କୋରେଇ ବିଇଓଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ରିପୋର୍ଟରେ ସେମାନଙ୍କ ଜାତିଗତ ପ୍ରମାଣପତ୍ର ଅସଲି ବୋଲି ଦର୍ଶାଯାଇଥିଲା। ବ୍ୟାସନଗର ତହସିଲଦାରଙ୍କ ଉକ୍ତ ତଦନ୍ତ ରିପୋର୍ଟକୁ କୋରେଇ ବିଇଓ ସୁଦର୍ଶନ ମଲ୍ଲିକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦେଇଥିଲେ। ଏହିକ୍ରମରେ ଆର୍‌ଡିସିଙ୍କ ପକ୍ଷରୁ ହୋଇଥିବା ତଦନ୍ତ ନିର୍ଦ୍ଦେଶକୁ ବିଇଓ ଏବଂ ତହସିଲଦାର ମିଳିମିଶି ଚାପିଦେଲେ ବୋଲି ସାଧାରଣରେ ଏବେ ବି ଆଲୋଚନା ହେଉଛି। ବାସ୍ତବରେ ଅଭିଯୁକ୍ତ ଶିକ୍ଷକମାନଙ୍କ ପୂର୍ବପୁରୁଷ ଜମି ପଟ୍ଟାଗୁଡ଼ିକର ତନଖି ନ କରି ପଡୋଶୀ ଜିଲାରୁ କିଛି ଜମି କିଣି ସେଥିରେ ଆଦିବାସୀ ଦର୍ଶାଇ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହଯୋଗରେ ଆଦିବାସୀ ପ୍ରମାଣପତ୍ର ହାସଲ କରିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଯେଉଁ ୪ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ବ୍ୟାସନଗର ତହସିଲରୁ ଜାରି ହୋଇନାହିଁ ସେମାନଙ୍କୁ କୋରେଇ ବିଇଓ କାରଣ ଦର୍ଶାଅ ଚିଠି କରିଥିଲେ। ହେଲେ ସମ୍ପୃକ୍ତ ଶିକ୍ଷକମାନେ ଏହାକୁ କର୍ଣ୍ଣପାତ କରିନାହାନ୍ତି କିମ୍ବା ବିଇଓ ପରବର୍ତ୍ତୀ ପଦକ୍ଷେପ ନ ନେଇ ନୀରବ ରହିଛନ୍ତି। ଏହିକ୍ରମରେ ଜଣେ ବ୍ୟକ୍ତି ନକଲି ଆଦିବାସୀ ପ୍ରମାଣପତ୍ର ବଳରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ବଦଳି କରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଡିଇଓ ନିବେଦିତା ପାଣିଙ୍କୁ ପଚାରିବାରୁ ସେ କହିଛନ୍ତି ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ସମୟରେ ସେ ଏଠାରେ ନ ଥିଲେ। ତେଣୁ ଆବଶ୍ୟକ କାଗଜପତ୍ର ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?