ଭିମ୍‌ସାରରେ ନକଲି ନିଯୁକ୍ତିପତ୍ର

ସମ୍ବଲପୁର, ୯ା୧୧(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ଭିମ୍‌ସାରରେ ୪ଜଣ ଯୁବତୀଯୁବକଙ୍କୁ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସ୍ବାକ୍ଷର ସହ ଓଡ଼ିିଶା ସରକାରଙ୍କ ଲୋଗୋ ରହିଛି। ନିଯୁକ୍ତି ପାଇଥିବା ଜଣେ ଯୁବକ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ଏହି ପତ୍ର ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଚାକିରି ଦେବାକୁ କହି ଟଙ୍କା ଅସୁଲି କରୁଥିବା ଏକ ଠକ ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥିବା କୁହାଯାଉଛି। ଏହାଦ୍ୱାରା ଭିମ୍‌ସାରର ଛବି ଖରାପ ହେଉଛି। ଅନେକ ବେକାର ଯୁବତୀଯୁବକ ଚାକିରି ପାଇବା ଆଶାରେ ଠକେଇର ଶିକାର ହେଉଛନ୍ତି। ତେଣୁ ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଭାଇରାଲ ହୋଇଥିବା ଚିଠିରେ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର ପକ୍ଷରୁ ଚିଠି କରାଯାଇଛି। ନିଯୁକ୍ତିପତ୍ରରେ ବୀରକିଶୋର ପରିଡା, ବର୍ଷାରାଣୀ ବିଭାର, ସ୍ନେହା ଡାଙ୍ଗୁଆ, ସୁଶୀଲ ଗୌଣ୍ଡଙ୍କ ନାମ ଉଲ୍ଲେଖ ରହିଛି। ଠିକଣା ନ ଥିବାରୁ ଉକ୍ତ ଯୁବତୀଯୁବକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ହେଲେ ବୁର୍ଲାରେ ଏକ ର଼୍ୟାକେଟ କାମ କରୁଛି। ସେମାନେ ସ୍ଥାନୀୟ ତଥା ଜିଲାର ବିଭିନ୍ନ ସ୍ଥାନରୁ ଯୁବତୀଯୁବକଙ୍କୁ ଚାକିରି କରାଇଦେବା ନାମରେ ଟଙ୍କା ଲୁଟୁଛନ୍ତି। ଏହି ଘଟଣାରେ ସେମାନେ ଜଣ ପିଛା ୪୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ବିଶ୍ୱାସ ଜିଣିବା ପାଇଁ ଉକ୍ତ ଚିଠିରେ ଭିମ୍‌ସାର ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକ, ଡିନ୍‌ଙ୍କ ପାଖକୁ ପତ୍ର ଦିଆଯାଇଥିବା ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଭିମ୍‌ସାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାଏକ କହିଛନ୍ତି, କିଛିଦିନ ପୂର୍ବରୁ ମୋ ପାଖକୁ ଏଭଳି ଖବର ଆସିଥିଲା। ହେଲେ କେହି ଅଭିଯୋଗ କରି ନାହାନ୍ତି। ଏବେ କୌଣସି ଚାକିରି ଦିଆଯାଉ ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମ ପାଖକୁ କୌଣସି ଚିଠି ଆସି ନାହିଁ। ଏହା ଏକ ଠକ ଗ୍ରୁପ୍‌ର କାମ। ଚାକିରି ଦେବା ନାମରେ ଠକେଇ କରୁଛନ୍ତି। ଭିମ୍‌ସାରରେ ଆଉଟସୋର୍ସିଂ ମାଧ୍ୟମରେ କେତେକ ନିଯୁକ୍ତି ଦିଆଯାଇଥିଲା। ତାହା ମଧ୍ୟ ଏବେ ବନ୍ଦ ଅଛି। ନିଯୁକ୍ତି ଦେବା ପାଇଁ ଭିମ୍‌ସାରର ସ୍ବତନ୍ତ୍ର କ୍ଷମତା ରହିଛି। ହେଲେ କୌଣସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ନିଯୁକ୍ତି କେମିତି ହେବ। ତେଣୁ ଯୁବତୀଯୁବକ ଓ ଅଭିଭାବକଙ୍କୁ ଅନୁରୋଧ, ଏଭଳି ପ୍ରଲୋଭନରେ କେହି ପଡନ୍ତୁ ନାହିଁ। ସ୍ବତନ୍ତ୍ର ନୀତିନିୟମ ଓ ପ୍ରକ୍ରିୟାରେ ନିଯୁକ୍ତି ହୋଇଥାଏ। ସରକାର କିମ୍ବା ଭିମ୍‌ସାର ପକ୍ଷରୁ ପ୍ରକାଶ ପାଉଥିବା ବିଜ୍ଞାପନ ଉପରେ କେବଳ ଭରସା କରନ୍ତୁ ବୋଲି ଅଧୀକ୍ଷକ ନାଏକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri