ନକଲି ମୁଖା ତଳର ମନ

ଫାଲ୍‌ଗୁନ ମାସର ଦୋଳପୂର୍ଣ୍ଣିମା ହୋଇଥାଏ। ମୁଁ ଡ୍ରଇଂ ରୁମ୍‌ରେ ଗୀତ ଶୁଣୁଥିଲି। ଠିକ୍‌ ସେତିକିବେଳେ ମୋ ସାଙ୍ଗ ଅରୁଣ ଫୋନ୍‌ କଲା। କହିଲା, ଆଜି ଦୋଳପୁନେଇଁରେ କ’ଣ କରୁଛୁ? ଚାଲ୍‌ ଯିବା, ଠାକୁରଙ୍କ ମେଳନ ଦେଖିବାକୁ। ସଙ୍ଗେସଙ୍ଗେ ମୋ ଘରକୁ ଆସିଲା। ତା’ପରେ ଆମେ ବାହାରିପଡ଼ିଲୁ ମେଳନ ଦେଖିବା ପାଇଁ। ମେଳନ ପଡ଼ିଆରେ ଝାଞ୍ଜ ଓ ମୃଦଙ୍ଗର ତାଳେ ତାଳେ ଅଣାଯାଉଥିଲା ଠାକୁରଙ୍କୁ ।
ଏଇ ସମୟରେ ମୁଖାଦିଆ ତାଡ଼କା ଓ ବାଘନାଚ ଉପରେ ମୋ ନଜର ପଡ଼ିଲା। ଲୋକମାନେ ତାଡ଼କା ମୁଖା ପିନ୍ଧି ଖୁବ୍‌ ଆନନ୍ଦରେ ମନଖୋଲି ନାଚୁଥାନ୍ତି। ଏସବୁ ଦେଖି ମୁଁ ପଡ଼ିଆର ଗୋଟିଏ ଜାଗାରେ ବସି ମୁଖାର ମାହାମତ୍‌ୟ ବିଷୟରେ ଭାବିଲି। ନାଚୁଥିବା ଲୋକମାନେ ତାଡ଼କା, ବାଘ ପ୍ରଭୃତିର ମୁଖା ସିନା ମୁହଁରେ ଦେଇଛନ୍ତି, ମାତ୍ର ତାଙ୍କ ମୁଖା ତଳର ମନ ଖୁବ୍‌ ପବିତ୍ର ଏବଂ ଅସଲି। ନିଜର ମନପ୍ରାଣ ଦେଇ ଠାକୁରଙ୍କୁ ଆନନ୍ଦିତ କରିବା ପାଇଁ ସେମାନେ ନାଚି ଚାଲୁଥାନ୍ତି। ସେମାନଙ୍କ ମନ ହେଲା ଅସଲି ମୁଖା ତଳର ମନ। ତାଙ୍କ ମନରେ ଆବିଳତା ନ ଥିଲା। ନିଜକୁ ସମର୍ପିଥା’ନ୍ତି ଠାକୁରଙ୍କ ଶରଣରେ। ମୁଖା ଯେତେ ରୁଦ୍ଧ ହେଲେ ମଧ୍ୟ ସେମାନେ ନାଚିବାରେ ଅବହେଳା କରୁ ନ ଥାନ୍ତି। ଏଠି ପଚାରିପାରନ୍ତି ସେମାନଙ୍କର ମନ ଯଦି ଅସଲି ମୁଖା ତଳର ମନ, ତା’ହେଲେ ନକଲି ମୁଖା ତଳର ମନ କାହାର? ଠିକ୍‌ କଥା, ନକଲି ମୁଖା ତଳର ମନ ଥିବା ମଣିଷ ଆଜିର ସମାଜରେ ଘୂରିବୁଲୁଛନ୍ତି ଏବଂ ସମାଜରେ ସେମାନଙ୍କର ଅଭାବ ନାହିଁ। ଏମାନଙ୍କର ମନ କହେ ନକଲି କଥା। ଯଥା ମଧୁର କଥା, କିନ୍ତୁ ପଛରେ ମନ କୁଟିଳ ଏବଂ ଖରାପ କାମରେ ବ୍ୟସ୍ତ ରୁହନ୍ତି। ଏମାନେ ଗୋଟିଏ ମୁଖାରେ କହନ୍ତି ଏବଂ ଅନ୍ୟଟିରେ ବିପରୀତ କାମ କରନ୍ତି। ଆଜିର ଦୁନିଆର ହାଲ୍‌ଚାଲ୍‌କୁ ବୁଝିଲେ ଜଣାପଡ଼େ ଯେ, କିଏ ନକଲି ମୁଖାର ମନ ନେଇ ଭାଇକୁ ମାରିଲାଣି ତ ଆଉ କିଏ ସ୍ତ୍ରୀକୁ ମାରି ଟାଙ୍ଗିଦେଲାଣି। କେରଳରେ ଘଟିଥିବା ଏକ ସଦ୍ୟ ଘଟଣା, ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଅର୍ଥ ଓ ଯୌବନର ଲାଳସାରେ ଦୁଇ ନିରୀହ ମଣିଷକୁ ବଳିପକାଇ ତାଙ୍କ ମାଂସ ରାନ୍ଧି ଖାଇବା ଭଳି ଜଘନ୍ୟ କାର୍ଯ୍ୟ ଏକ ନକଲି ମୁଖା ତଳର ମନର ନିଦର୍ଶନ। ଦୈନନ୍ଦିନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ହତ୍ୟା, ଲୁଣ୍ଠନ ଓ ବଳାତ୍କାରକୁ ନେଇ ମଧୁର ବାର୍ତ୍ତାରୂପକ ମୁଖା ପିନ୍ଧି ସମାଜରେ ଘୂରିବୁଲନ୍ତି। ବକ୍ତବ୍ୟ ଦିଅନ୍ତି ଗୋଟିଏ, କିନ୍ତୁ କରନ୍ତି ବିପରୀତ। ସାଧାରଣତଃ ନିରୀହ ଓ ସରଳ ଲୋକ ଏମାନଙ୍କର ଶିକାର ହୋଇଥାନ୍ତି। ସମାଜରେ ଏଇ ନକଲି ମୁଖାପିନ୍ଧା ମନ ଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ବିଭକ୍ତୀକରଣ କରାଯାଇପାରେ। କିଛି ଲୋକ ଅତ୍ୟନ୍ତ ନକାରାମତ୍କ ପ୍ରବୃତ୍ତିର, ପ୍ରାୟତଃ ଏମାନେ ନକାରାମତ୍କ ଶ୍ରେଣୀର। ଯେଉଁମାନେ ଟିକେ ଟିକେ କଥାରେ ହତ୍ୟା, ହିଂସାର ଆଶ୍ରୟ ନେବାକୁ ପଛାନ୍ତିନାହିଁ। ଆଉ କିଛି ଲୋକ ଥାଆନ୍ତି କୁଟିଳ ଏବଂ ଜଟିଳ ପ୍ରବୃତ୍ତିର, ଯେଉଁମାନଙ୍କର ମୁଖାପିନ୍ଧା ପ୍ରବୃତ୍ତି ଟିକେ ବେଶି ଥାଏ । ସେମାନେ କୌଣସି କାର୍ଯ୍ୟ କରିବାରେ ଲୋକଙ୍କ ସାଙ୍ଗରେ ଲୁଚକାଳି ଖେଳନ୍ତି ଏବଂ ପରିଶେଷରେ ଲୋକର କ୍ଷତି କରିଥାନ୍ତି। ତୃତୀୟ ଶ୍ରେଣୀର ଲୋକ ହେଲେ, ଯେଉଁମାନେ ଜଟିଳ ଏବଂ କୁଟିଳ। କଥା କମ୍‌ କହନ୍ତି, ନକଲି ମୁଖାପିନ୍ଧା ପ୍ରବୃତ୍ତି ମନ ଭିତରେ ଅଧିକ ଥାଏ। ଲୋକଙ୍କ କାର୍ଯ୍ୟକୁ ଅଯଥା ବିଳମ୍ବ କରାନ୍ତି। ଲୋକଙ୍କୁ ବାରମ୍ବାର ଦୌଡ଼ାନ୍ତି। ଶେଷରେ କ୍ଷତି ଘଟାନ୍ତି।
ଛାଡ଼ନ୍ତୁ, ଏସବୁ ଭାବନାରେ ମଜ୍ଜି ଯାଇଥିବା ସମୟରେ ମୋ ସାଙ୍ଗ ଅରୁଣ କଥା ମନେପଡ଼ିଗଲା। ସେତେବେଳକୁ ରାତି ପାହାନ୍ତା ହୋଇଯାଇଥିଲା। ସବୁ ଭାବନା ଓ ସ୍ମୃତିକୁ ନେଇ ଅରୁଣ ସହିତ ଘରକୁ ଫେରିଲି। ଶେଷରେ ଜାଣିବା ଜୀବନର ସତ୍ୟ କ’ଣ? ଜୀବନର ସତ୍ୟ ଠିକ୍‌ ସେଇ ତାଡ଼କା, ବାଘ ଓ ଭାଲୁର ଅସଲି ମୁଖାପିନ୍ଧା ଲୋକର ମନ ଭଳି, ଯେଉଁଥିରେ କି ମନପ୍ରାଣ ଦେଇ ଏକ ନିଷ୍ଠାର ସହିତ କାର୍ଯ୍ୟ କରିବା ଓ ଆନନ୍ଦ ପାଇବାର ଆଦର୍ଶ ଭରିରହିଛି। ତେଣୁ ନକଲି ମୁଖା ତଳର ମନକୁ ଅପସରି ଅସଲି ମୁଖା ତଳର ମନକୁ ଆପଣେଇବା। ଫଳରେ ସମାଜ ସୁସ୍ଥ ହୋଇ ଉଠିବ ଏବଂ ଆମ ମନରେ ସକାରାମତ୍କ ମାନସିକତା ଜାଗ୍ରତ ହେବ ।
ସିଡିଏ, ସେକ୍ଟର-୭, କଟକ
ମୋ: ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri