ଠକେଇ ପାଇଁ ଜାଲ୍‌ କମ୍ପାନୀ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍‌ କମ୍ପାନୀ ଖୋଲିଥିଲେ। ଜାଲ୍‌ କର୍ମଚାରୀଙ୍କ ନାଁରେ ଜାଲ୍‌ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ ନେଇଥିଲେ। ଆଉ ୨୦ ଲକ୍ଷ ଋଣ ନେବା ପୂର୍ବରୁ ଧରାପଡିଯାଇଥିଲେ। ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ୪ଜଣଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା ଗଞ୍ଜାମ ଜିଲା ସଦର ଥାନାଞ୍ଚଳର ମମତା ପାତ୍ର(୪୭), ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ସୁନନ୍ଦ କୁମାର ସାମଲ(୨୯), କଟକ ଆଠଗଡ ଅଞ୍ଚଳର ସନ୍ତୋଷ କୁମାର ସାମଲ(୨୬) ଓ ଚୌଦ୍ୱାର କପିଳେଶ୍ୱର ଗ୍ରାମର ଭରତ କୁମାର ଲେଙ୍କା(୩୭)। ଏମାନଙ୍କଠୁ ପୋଲିସ ୨ ଲକ୍ଷ ୧୭ ହଜାର ଟଙ୍କା ଜବତ କରିଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତଥା ଜାଲ୍‌ କମ୍ପାନୀର ମାଲିକ ସନ୍ତୋଷ କୁମାର ଜେନା ଫେରାର ଥିବାରୁ ତାଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି। ତେବେ ଏମାନେ ଏପରି ଜାଲ୍‌ କାଗଜପତ୍ର ଦେଇ ଏକାଧିକ ଅର୍ଥଲଗାଣକାରୀ ସଂସ୍ଥାକୁ ଠକିଥିବା ପୋଲିସ ସନ୍ଦେହ କରି ଖୋଳତାଡ଼ କରୁଛି।
ଅନୁଯାୟୀ, ଅଭିଯୁକ୍ତ ସନ୍ତୋଷ କୁମାର ଜେନା ୨୦୧୭ରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ଏକ ଘର ଭଡା ନେଇ ଉକ୍ତ ଠିକଣାରେ ନ୍ୟାଶନାଲ ସେଣ୍ଟର ଫର୍‌ ଏର୍ନ୍‌ଜି ମାନେଜମେଣ୍ଟ (ଏନ୍‌ସିଇମ୍‌) ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ଏକ ଜାଲ୍‌ କମ୍ପାନୀ ଖୋଲିଥିଲେ। ଉକ୍ତ କମ୍ପାନୀରେ ସେ ୯ରୁ ୧୦ଜଣ କର୍ମଚାରୀ ରଖି ସୋଲାର୍‌ ଉପକରଣ ବିକ୍ରି କରୁଥିବାର କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏପରିକି ସୁନନ୍ଦ ଓ ସନ୍ତୋଷ ସହସହନିର୍ଦ୍ଦେଶକ ଥିବା କାଗଜପତ୍ରରେ ଉଲ୍ଲେଖ କରୁଥିଲେ। ଅକ୍ଟୋବର ୧୦ରେ ସେ ଭରତ କୁମାର ଲେଙ୍କାଙ୍କୁ ନିଜ କମ୍ପାନୀର କର୍ମଚାରୀ ଦର୍ଶାଇ ତାଙ୍କ ନାମରେ ଅର୍ଥ ଲଗାଣକାରୀ ସଂସ୍ଥା ବଜାଜ୍‌ ଫାଇନାନ୍ସ ସର୍ଭିସେସ୍‌ରୁ ୧୦ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ଭରତଙ୍କ ନାମରେ ୧ ଲକ୍ଷ ୩୨ ହଜାର ଟଙ୍କାର ଏକ ଜାଲ୍‌ ସାଲାରି ସ୍ଲିପ୍‌ ତିଆରି କରି ଉକ୍ତ ସଂସ୍ଥାରେ ଦାଖଲ କରିଥିଲେ। ତେବେ ଋଣ ମିଳିସାରିବା ପରେ ସେ ସନ୍ତୋଷ ତାଙ୍କ ସ୍ତ୍ରୀ ମମତା ଓ ପ୍ରକାଶ ପ୍ରଧାନଙ୍କ ନାମରେ ୨୦ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିିଥିଲେ। ମମତାଙ୍କୁ ତାଙ୍କ କମ୍ପାନୀର ଏଜିଏମ୍‌ ଦର୍ଶାଇ ଦରମା ୨ ଲକ୍ଷ ୨୫ ହଜାର ଟଙ୍କା ବୋଲି ଦାଖଲ କରିଥିବା ନକଲି ସାଲାରି ସ୍ଲିପ୍‌ରେ ଦର୍ଶାଇଥିଲେ। ତେବେ ବଜାଜ ଫାଇନାନ୍ସର ମ୍ୟାନେଜର ବିଭୁକଲ୍ୟାଣ ଶତପଥୀଙ୍କ ସନ୍ଦେହ ହେବାରୁ ସେ ସବୁକିଛି ଯାଞ୍ଚ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ମାମଲା (ନଂ.୫୦୪/୨୧) ରୁଜୁ କରିବା ସହ ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

ରାଜନୀତିରୁ ନେଇଯିବେ ସନ୍ୟାସ, ଖୋଲା ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ

ଭୁବନେଶ୍ୱର,୧୦।୫: ନିର୍ବାଚନୀ ସଭାରେ ବଡ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ଏକ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ...

ନାମାଙ୍କନପତ୍ର ଦାଖଲ କଲେ ମନମୋହନ ସାମଲ

ଭୁବନେଶ୍ୱର,୧୦।୫: ଭାଜପାର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି,...

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା...

ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଧର୍ମେନ୍ଦ୍ର, କହିଲେ…

ଭୁବନେଶ୍ୱର,୧୦।୫: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ , ଭାଜପାର ଇସ୍ତାହାରକୁ...

୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦।୫(ଅନୁରାଧା ମହାରଣା)- ରାଜ୍ୟର ଅଧାରୁ ଅଧିକ ଜିଲାରେ କାଳ ବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିଛି। ୩ଟି ସହରକୁ ବାଦଦେଲେ ସମଗ୍ର ଓଡ଼ିଶାରେ ତାପମାତ୍ରା ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri