ଜାଲ୍‌ ସାର୍ଟିଫିକେଟ ସମସ୍ୟା

Dillip Cherian

ଛତିଶଗଡ଼ ସରକାର ଏକ ଉଚ୍ଚସ୍ତରୀୟ ସାର୍ଟିଫିକେଟ ଇନ୍‌ଭେଷ୍ଟିଗେଶନ କମିଟି ବା ପ୍ରମାଣପତ୍ର ତଦନ୍ତ କମିଟିି ଗଠନ କରିଛନ୍ତି। ଏହି କମିଟି ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୨୬୭ଟି କେସ୍‌ ଠାବ କରିଛି। ଯେଉର୍ଁମାନେ କୋର୍ଟରୁ ରହିତାଦେଶ ଆଣିଛନ୍ତି ସେମାନଙ୍କୁ ବାଦ୍‌ ଦେଇ ଅନ୍ୟସମସ୍ତଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମୁଖ୍ୟ ଶାସନ ସଚିବ ଆର୍‌.ପି.ମଣ୍ଡଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ଏଥି ମଧ୍ୟରୁ ଅଧିକାଂଶ କେସ୍‌ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ କିମ୍ବା ଆଗକୁ ଶୁଣାଣି ପାଇଁ ସ୍ଥଗିତ ରହିଛି। ଯାହା ଜଣାପଡୁଛି,କେବଳ ଗତ ଦୁଇ ବର୍ଷରେ ଏଭଳି ୭୫ଟି କେସ୍‌ର ସନ୍ଧାନ ମିଳିଛି। ଏପରି କି ଏହି କେସ୍‌ଗୁଡ଼ିକର ଶୁଣାଣି ସ୍ଥଗିତ ରହିଥିବାର ଆଦେଶ କୋର୍ଟରୁ ପାଇବା ପରେ ବି ଅନେକ ଅଧିକାରୀ ଓ କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ଏପର୍ଯ୍ୟନ୍ତ କାମ କରୁଛନ୍ତି। ରାଜ୍ୟର ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ପକ୍ଷରୁ କୁହାଯାଇଛି ଯେ, ତଦନ୍ତ କମିଟି ୭୫୮ଟି ଅଭିଯୋଗ ପାଇଥିତ୍ଲା ଓ ବିଧିବଦ୍ଧ ଯାଞ୍ଚ ପରେ ସେଥିମଧ୍ୟରେ ୨୬୭ଟି ଜାଲ୍‌ ପ୍ରମାଣପତ୍ର କେସ୍‌ ମିଳିଥିଲା। ଯେଉଁ ସରକାରୀ ଚାକିରିଆମାନଙ୍କର ଜାତିଗତ ପ୍ରମାଣପତ୍ର ଜାଲ୍‌ ସେମାନଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦେବା ଲାଗି ବାଘେଲା ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଘଟଣାର ବିଭାଗଓ୍ବାରି ସମୀକ୍ଷା କରିବ ଜିଏଡି, କିନ୍ତୁ ସଂଯୋଗବଶତଃ ଏହି ବିଭାଗରେ ୧୪ ଜଣ ଜାଲ୍‌ ପ୍ରମାଣପତ୍ରଧାରୀ ଚାକିରିଆ ଅଛନ୍ତି। ଆଶ୍ଚର୍ଯ୍ୟର କଥା ସ୍କୁଲ୍‌ ଶିକ୍ଷା ବିଭାଗରେ ସବୁଠୁ ବେଶି ପ୍ରାୟ ୪୪ ଜଣ ଏଭଳି ଚାକିରିଆ ରହିଛନ୍ତି।
ସହଯୋଗ ଚାହୁଁଛନ୍ତି ଗେହଲଟ
ରାଜସ୍ଥାନରେ ସଚିନ ପାଇଲଟଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ରାଜନୈତିକ ସଙ୍କଟରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁକୁଳିବା ପରେ ଏବେ ରାଜ୍ୟ ପ୍ରଶାସନରେ ତାଙ୍କ ମୁଠା ମଜଭୁତ କରିବା ସହ ଅନ୍ୟ ସମ୍ଭାବ୍ୟ ବିପଦକୁ ବ୍ୟର୍ଥ କରିବା ପାଇଁ ଚେଷ୍ଟା କରୁଛନ୍ତିି। ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ନିରଞ୍ଜନ ଆର୍ଯ୍ୟ ୧୦ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଟପି ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ଗେହଲଟ ଏବେ ସମାଧାନ ମୁଡ୍‌ରେ ରହିଛନ୍ତି। ପ୍ରଶାସନିକ ପଦକ୍ଷେପରେ ସମ୍ଭାବ୍ୟ ଜାତିଗତ ମୋଡକୁ ଲକ୍ଷ୍ୟ କରି ଗେହଲଟ ବର୍ତ୍ତମାନ ଅବସରପ୍ରାପ୍ତ ଅନୁସୂଚିତ ଜାତିର ଅଧିକାରୀମାନଙ୍କ ସହଯୋଗ ଆଶା କରିଛନ୍ତି। ସେ ନିକଟରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ମହେନ୍ଦ୍ର ସିଂ, ଲଳିତ ପନଓ୍ବାର ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଯଶଓ୍ବନ୍ତ ସମ୍ପତରାମ ଓ ଆର୍‌.ପି.ସିଂଙ୍କ ସମେତ ଅନ୍ୟମାନଙ୍କୁ ଢ଼େର୍‌ ଧନ୍ୟବାଦ ଦେଇଛନ୍ତି। ସେମାନେ ଆର୍ଯ୍ୟଙ୍କ ନିଯୁକ୍ତିକୁ ଏକ ଉଚିତ ପଦକ୍ଷେପ ବୋଲି ସ୍ବୀକାର କରିଥିବା ଯୋଗୁ ଗେହଲଟ ସେମାନଙ୍କ ଉପରେ ଏଭଳି ପ୍ରଶଂସା ଅଜାଡି ଦେଇଛନ୍ତି। ଏହା ଅନ୍ୟ ବରିଷ୍ଟ ଅଧିକାରୀମାନଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ଶାନ୍ତ କରିବା ଲାଗି ଉଦ୍ଦିଷ୍ଟ । ଅବଶ୍ୟ ନବନିଯୁକ୍ତ ମୁଖ୍ୟ ଶାସନ ସଚିବଙ୍କ ସଫଳ କାର୍ଯ୍ୟକାଳ ଲାଗି ଅବସରପ୍ରାପ୍ତ ଅଧିକାରୀମାନଙ୍କ ସମର୍ଥନ ପାଇଁ ଗେହଲଟଙ୍କ ଖୋଲାଖୋଲି ପ୍ରୟାସ ସେମାନଙ୍କୁ ଦୁଃଖିତ କରିଛି। ଆର୍ଯ୍ୟଙ୍କ ପଦୋନ୍ନତି ଉପରେ ଅବସରପ୍ରାପ୍ତ ଅଧିକାରୀମାନଙ୍କ ଧନ୍ୟବାଦ ପତ୍ରକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ସେ ସାନ୍ତ୍ୱନା ଦେଇଥିଲେ ନା ରାଜ୍ୟ ପ୍ରଶାସନରେ କ୍ଷମତା ଆଧାରକୁ ମଜଭୁତ କରିବା ପାଇଁ ସେମାନଙ୍କ ସମର୍ଥନ ହାସଲ କରିବାର ତାହା ଏକ ପଦକ୍ଷେପ ଥିଲା? ଜଣେ ଅନୁଭବୀ ରାଜନୀତିଜ୍ଞ ଭାବେ କେଉଁଟି ଠିକ୍‌ ତାହା ସେ ନିଶ୍ଚିତ ଭାବେ ଜାଣନ୍ତି। ତେବେ ଆମକୁ ଅପେକ୍ଷା କରିବାକୁ ହେବ ଓ ଠିକ୍‌ ଭାବେ ଏହା ହେଉଛି କି ନାହିଁ ଦେଖିବାକୁ ପଡିବ।
ବଢ଼ିଲା କାର୍ଯ୍ୟକାଳ
ତିନି ବର୍ଷ କାର୍ଯ୍ୟ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଥମ ନିର୍ଦ୍ଦେଶକ ହେବେ ଏସ୍‌.କେ.ମିଶ୍ର। ୧୯୮୪ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ମିଶ୍ର ନଭେମ୍ବର ୨୦୧୮ରେ ନିର୍ଦ୍ଧାରିତ କାର୍ଯ୍ୟକାଳ ୨ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ପାଇଥିତ୍ଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ପୂରଣ ହେବାର ଠିକ୍‌ ପୂର୍ବରୁ ସରକାର ପ୍ରଥମ ନିଯୁକ୍ତି ଅର୍ଡରକୁ ସଂଶୋଧନ କରି କାର୍ଯ୍ୟକାରୀ କରିଥିଲେ ଓ ଏଥିରେ ତାଙ୍କ କାର୍ଯ୍ୟକାଳ ତିନି ବର୍ଷ ହେବ ବୋଲି କହିଥିଲେ। ଯେହେତୁ ସିଭିସି ଆକ୍ଟରେ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ କିଛି ଉଲ୍ଲେଖ ନାହିଁ,ସେଥିପାଇଁ ତଥାକଥିତ ଭାବେ ସଲିସିଟର ଜେନେରାଲଙ୍କ ବୈଧାନିକ ମତ ନେଇ ଏଭଳି ସଂଶୋଧନ କରାଯାଇଥିଲା। ପ୍ରାରମ୍ଭିକ ସୂତ୍ରରୁ ଜଣାପଡିଛି ଯେ,ସରକାର ଅଧ୍ୟାଦେଶ ମାର୍ଗ ଆପଣାଇବାକୁ ସ୍ଥିର କରିଥିଲେ, କିନ୍ତୁ ପରେ ସିଭିସି କମିଟିର ମତ ଲୋଡିଥିଲେ, ଯେହେତୁ ଇଡି ନିର୍ଦ୍ଦେଶକଙ୍କ ନିଯୁକ୍ତି ସିଭିସି ଆଇନ ଦ୍ୱାରା ନିୟନ୍ତ୍ରିତ। ଇଡି ମୁଖ୍ୟଭାବେ ମିଶ୍ର ଏବେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ,କଂଗ୍ରେସ ନେତା ଡି.କେ.ଶିବକୁମାର, ୟେସ୍‌ ବ୍ୟାଙ୍କ ଓ ଅନ୍ୟ କେତୋଟି ବହୁ ହାଇ ପ୍ରୋଫାଇଲ ଏବଂ ସମ୍ବେଦନଶୀଳ ତଦନ୍ତର ଦାୟିତ୍ୱରେ ରହିଛନ୍ତି। ଜଣେ ନୂଆ ଇଡି ମୁଖ୍ୟ ନିଯୁକ୍ତି କରି ଏହି ସବୁ କେସ୍‌ର ତଦନ୍ତରେ ବାଧା ସୃଷ୍ଟି ନ କରିବାକୁ ସରକାର ଚାହଁିଛନ୍ତି କି? କିଏ ଜାଣେ,ଆମେ ଯାହା କେବଳ ଅନୁମାନ କରିପାରିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri