ନକଲି ସାର୍ଟିଫିକେଟ ମାମଲା: ୧୯ଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କ ଜାଲ ସାର୍ଟିଫିକେଟ ଧରାପଡିବା ପରେ ବଲାଙ୍ଗୀର ପୋଲିସ ସ୍ଥାନୀୟ ମିଶନ ପଡ଼ିଆ ସମ୍ମୁଖ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ କମ୍ପ୍ଳେକ୍ସରୁ ଶତାଧିକ ଜାଲ ସାର୍ଟିଫିକେଟ, ବିଭିନ୍ନ ଶିକ୍ଷାନୁଷ୍ଠାନର ୨୭ ଅଧିକାରୀଙ୍କ ଜାଲ ସିଲ ଓ ଷ୍ଟାମ୍ପ, ବିଭିନ୍ନ ରଙ୍ଗର ପ୍ରିଣ୍ଟର କଲର, ପ୍ରିଣ୍ଟର୍ସ ଓ ଜେରକ୍ସ ମେଶିନ, କମ୍ପ୍ୟୁଟର, ହାର୍ଡଡିକ୍ସ, ଡାଇରୀ ସହ ୩.୬୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏପରିକି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଲେଖାଯାଇଥିବା ଚିଠି ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ, ଲୋକଙ୍କ ଫଟୋ ଓ କାଗଜପତ୍ର ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ବଲାଙ୍ଗୀର ପୋଲିସ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ମାଲିକ ମନୋଜ ମିଶ୍ର ଏବଂ ତାଙ୍କ ସହଯୋଗୀ ଆଲୋକ ଉଦ୍‌ଗତାଙ୍କ ସହ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅନେକ ସାଂଘାତିକ ତଥ୍ୟ ପୋଲିସ ହାତରେ ଲାଗିଛି । ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର ଜାଲ ସାର୍ଟିଫିକେଟ କାରବାରାକୁ ଏକ ଜାତୀୟସ୍ତରର ସ୍କାମ୍‌ ବୋଲି ଉଲ୍ଲେଖ କରିଛନ୍ତି । ଏନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସେ ସୋମବାର ଟାଉନ ଥାନାଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ରବିବାର ଅପରାହ୍ନରେ ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଅଫିସ ସମ୍ମୁଖ ଗଳି ରାସ୍ତାର ଥିବା କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ୍‌(କେବିଭିଟିଆଇ)ରେ ପୋଲିସ ଟିମ ଚଢାଉ କରିଥିଲା।

ମାଜିଷ୍ଟ୍ରେଟ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିିତରେ ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ଅନ୍ୟ ପୋଲିସ ଟିମ ସଂସ୍ଥା ଅଫିସରେ ଚଢାଉ କରି ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ପାଶବୁକ, ପାସ୍ପୋର୍ଟ, ଷ୍ଟାମ୍ପ ଓ ସିଲ ଯାଞ୍ଚ କରିଥିଲେ । ଏହି ଚଢାଉ ସମୟରେ ଏହି ସଂସ୍ଥାର ମାଲିକ ଅନୁପସ୍ଥିତ ଥିଲେ ଓ କର୍ମଚାରୀମାନେ ଅଫିସ ଖୋଲିଥିଲେ। ରିଲାଏନ୍ସ କୋଚିଂ ସେଣ୍ଟରରୁ ବ୍ୟାପକ ସାର୍ଟିଫିକେଟ ଧରାପଡିବା ବେଳେ କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ (କେବିଭିଟିଆଇ)ର ମଧ୍ୟ କିଛି ସାର୍ଟିଫିକେଟ ସେଠାରେ ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଚଢାଉ କରିଥିଲା। ଏଠାରୁ କ’ଣ ସବୁ ମିଳିଛି ପୋଲିସ କିଛି ବି କହିନାହିଁ । ସହରର ଅନ୍ୟ କିଛି ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ମଧ୍ୟ ଏହି ଜାଲ ସାର୍ଟିଫିକେଟ ସ୍କାମ ସ୍କେନରରେ ରହିଛନ୍ତି।

୩ଦିନ ଧରି ପୋଲିସ ପକ୍ଷରୁ କରାଯାଇଥିବା ଖୋଲତାଡରୁ ଏହା ଏକ ଜାତୀୟ ୟସ୍ତର ଜାଲ ସାର୍ଟିଫିକେଟ ସ୍କାମ ବୋଲି ସ୍ପଷ୍ଟ ହୋଇଛି । ବିଭିନ୍ନ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ କିଛି କୋର୍ଡିନେଟର, ଦଲାଲ ସଙ୍ଗଠିତ ଭାବେ ଏହି ସ୍କାମ ଚଲାଉଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କୁ ଏହି ସମ୍ପର୍କରେ ପଚରାଯିବାରୁ ଏଭଳି ସୂଚନା ଦେଇଛନ୍ତି । ଏସ୍‌ପି କୁଶଲକରଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍‌ ଜାଲ ସାର୍ଟିଫିକେଟ ଗୁମର ଖୋଲିବାକୁ ତନାଘନା ଚଲାଇଛନ୍ତି । ବଲାଙ୍ଗୀର ଡାକମଣ୍ଡଳ ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ ଏଯାବତ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ପଚରାଉଚରା କରୁଛି । ଅନ୍ୟ ଅଟକ ଯୁବତୀ, ଯୁବକଙ୍କଠାରୁ ମିଳିଥିବା ତଥ୍ୟରୁ ବିଭିନ୍ନ ପ୍ରଦେଶରେ ଥିବା ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଜାଲ ସାର୍ଟିଫିକେଟ ଗୁମର ଧରାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଠୁ ପ୍ରଚାର ଆରମ୍ଭ କରିବେ ନବୀନ, ଏଥର ଯୋଡ଼ି ଶଙ୍ଖ ପ୍ରଚାର

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri