ଜରୁରୀ ସେବାକୁ ଆସୁଛି ଫେକ୍‌ କଲ୍‌

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଲୋକଙ୍କୁ ଜରୁରିକାଳୀନ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ୨୪ଘଣ୍ଟିଆ ମାଗଣା ୧୦୮ ଓ ୧୦୪ କଲ୍‌ ସୁବିଧା ରହିଛି। ହେଲେ କେତେଜଣ ଅସାମାଜିକ ବ୍ୟକ୍ତି ସରକାରଙ୍କ ଏହି ମାଗଣା ସେବାର ଫାଇଦା ଉଠାଇ ବିନା କାରଣରେ ୧୦୮ ଓ ୧୦୪କୁ ଫେକ୍‌ କଲ୍‌ କରୁଥିବା ଅଭିଯୋଗ ହୋଇଛି। ଫଳରେ ଏହି ଫେକ୍‌ କଲ୍‌ ପାଇଁ ୧୦୮, ୧୦୪ କଲ୍‌ ସେଣ୍ଟର ପାଇଁ ସମସ୍ୟା ବଢ଼ାଇଛି। କଲ୍‌ ସେଣ୍ଟର କର୍ମଚାରୀଙ୍କୁ ଫେକ୍‌ କଲ୍‌ କରି ଅଯଥା ଗପିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେଇ ସମୟ ନଷ୍ଟ କରୁଛନ୍ତି। ଏଥିଯୋଗୁ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଜରୁରୀ ସେବା ଆଶାରେ କଲ୍‌ କରୁଥିବା ବ୍ୟକ୍ତି ଯୋଗାଯୋଗ କରି ଲାଇନ୍‌ ରହିବାରେ ଜରୁରୀ ସେବା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ଅନେକ ଲୋକ ଜରୁରୀ କଲ୍‌ କ୍ୟୁରେ ରହି ଜରୁରୀ ସେବା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫେକ୍‌ କଲ୍‌ କରି କିଏ ପ୍ରେମ ନିବେଦନ କରୁଛି ତ କିଏ ବିଦେଶ ବୁଲିିବା ପାଇଁ ଟିକେଟର ଦର ପଚାରୁଛି। ଆଉ କିଏ ଫାଙ୍କା ଥିବା ମ୍ୟାଡାମକୁ କଲ ଟ୍ରାନ୍ସଫର କରିବାକୁ କହୁଛି। ଏହାଦ୍ୱାରା ସେଠାରେ କାର୍ଯ୍ୟାରତ ଯୁବତୀଯୁବକ ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ଏଥିପ୍ରତି ପୋଲିସ ଆଖିଦୃଶିଆ ପଦକ୍ଷେପ ନେବାକୁ ସଂସ୍ଥାର ମୁଖ୍ୟଙ୍କ ସମେତ କର୍ମଚାରୀ ଅନୁରୋଧ କରିଛନ୍ତି। ଫେକ୍‌ କଲ୍‌ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଫଳରେ ଅନ୍ୟମାନେ ମଧ୍ୟ ସତର୍କ ଓ ସଚେତନ ହେବେ। ଏ ନେଇ କଲ୍‌ ସଂସ୍ଥାର ମୁଖ୍ୟ କହିଛନ୍ତି, ପ୍ରତିଦିନ ୧୦୮ ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ୍‌ ଆସୁଛି। ସେଥିମଧ୍ୟରୁ କେବଳ ୭ ଶହ ଫେକ୍‌ କଲ୍‌ ଆସୁଛି, ଯାହାକି ଜରୁରୀ ସେବା ଚାହୁଁଥିବା ଲୋକ କଲ କରି ଲାଇନରେ ଅପେକ୍ଷା କରି ରହିବାରୁ ରୋଗୀଙ୍କୁ ଜରୁରୀ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ଛୋଟ ପିଲା ମଧ୍ୟ ଏହି ନମ୍ବରକୁ କଲ କରୁଥିବାରୁ ଅଭିଭାବକମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ଏପରି ବିକୃତ ମାନସିକତାର ଲୋକେ ଏପରି କାର୍ଯ୍ୟାରୁ ନିବୃତ୍ତ ରୁହନ୍ତୁ। ନଚେତ୍‌ ଜରୁରିକାଳୀନ ସେବା ପ୍ରଦାନରେ ଅନାବଶ୍ୟକ ଭାବେ ସମସ୍ୟା ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri