ସେଲ୍ସମ୍ୟାନ୍‌ରୁ ସେଲିବ୍ରିଟି: ୨.୪୪ କୋଟିରୁ ଅଧିକ ମୂଲ୍ୟର ରେଞ୍ଜ ରୋଭର୍‌ କିଣି ଚର୍ଚ୍ଚାରେ ଫୈଜଲ ଶେଖ୍‌

ବମ୍ବେ: ସେଲ୍ସମ୍ୟାନ୍‌ରୁ ସୋସିଆଲ ମିଡିଆ ଷ୍ଟାର। ଆଉ ଏବେ ଜୀବନରେ ଯୋଡ଼ି ହୋଇ ଚାଲିଛି ସଫଳତାର ନୂଆ ନୂଆ ଫର୍ଦ୍ଦ। ଆମେ କଥା ହେଉଛୁ ଫୈଜଲ ଶେଖ୍‌ଙ୍କ ବିଷୟରେ। ଇନ୍‌ଷ୍ଟ୍ରାଗ୍ରାମରେ ତାଙ୍କର ୨୧.୮ ମିଲିୟନ୍‌ ଫଲୋଅର୍ସ ରହିଛି। ସେ ସଲମାନ୍‌ ଖାନ୍‌, ରଣବୀର ସିଂହ, ବିରାଟ କୋହଲିଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟିଙ୍କୁ କଡ଼ା ଟକ୍କର ଦେଉଛନ୍ତି କହିଲେ ଚଳେ। ୨୬ ବର୍ଷୀୟ ଫୈଜଲ ଏବେ ଏକ ଦାମୀ ଗାଡ଼ି କିଣି ଚର୍ଚ୍ଚାରେ। ସେ ଏକ ଧଳା ରଙ୍ଗର ରେଞ୍ଜ ରୋଭର୍‌ କିଣିଛନ୍ତି। ଏହାର ଫଟୋ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଚୁପ୍‌ଚାପ୍‌ କଠିନ ପରିଶ୍ରମ କର, ନିଜର ନୂଆ କାର୍‌କୁ ଚିତ୍କାର କରିବାକୁ ଦିଅ। ମୁଁ ଏହି ନୂଆ ଯୁବତୀଙ୍କ ପ୍ରେମରେ, ଯାହାକୁ ମୋର ନୂଆ କାର୍‌ କୁହାଯାଉଛି। ଏଥିରେ ଯାତ୍ରା ରୋମାଞ୍ଚକର ହେବ ବୋଲି ଆଶା ବୋଲି ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟି ଫୈଜଲ କହିଛନ୍ତି। ତେବେ ଏହି ଗାଡ଼ିର ମୂଲ୍ୟ ୨.୪୪ କୋଟିରୁ ୪.୮୫ କୋଟି ଭିତରେ ହେବ ବୋଲି କୁହାଯାଉଛି।

ଫୈଜଲଙ୍କ ଜୀବନଯାତ୍ରା କିଛି ଏଭଳି। ସେ ଜଣେ ସାଧାରଣ ଯୁବକରୁ ସେଲିବ୍ରିଟି ପାଲଟିଛନ୍ତି। ଏକଦା ତାଙ୍କ ବାପା ମହିଳାଙ୍କ ନାଇଟିରେ ଏମ୍ରୋଡୋରୀ କାମ କରୁଥିଲେ। ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଫୈଜଲ ନିଜେ ଜଣେ ସେଲ୍ସମ୍ୟାନ୍‌ ଭାବେ କାମ କରୁଥିଲେ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ସେ ନିଜକୁ ପ୍ରମାଣିତ କରିଛନ୍ତି। ଟିକ୍‌ଟକ୍‌ରେ ତାଙ୍କୁ ବ୍ୟାନ୍‌ କରିଦିଆଯିବା

ପରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର ଲୋକପ୍ରିୟତା ବଢ଼ାଇଥିଲେ। ଏବେ ସେ ସୋସିଆଲ ମିଡିଆ ଷ୍ଟାର ପାଲଟିଛନ୍ତି।
ବ୍ୟକ୍ତିଗତ ଜୀବନ ଦେଖିଲେ ସେ ଟେଲିଭିଜନର ଶିଶୁ କଳାକାର ଜନ୍ନତ ଜୁବେର ରହମାନୀଙ୍କୁ ଡେଟ୍‌ କରୁଥିବା ନେଇ କୁହାଯାଉଛି। ହେଲେ ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟି ପ୍ଲାର୍ଟଫର୍ମରେ ‘ଲାଲ ସିଂ ଚଢା’

ମୁମାଇ: ବଲିଉଡ ଅଭିନେତା ଆମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ଉପଲବ୍ଧ। ଯେଉଁମାନେ ସିନେମା...

ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ,୬।୯: ବଲିଉଡ୍‌ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ...

ସୋନାକ୍ଷୀଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: କାନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ଝୁମ୍‌କା, ଧଳା ରଙ୍ଗର ପଲାଜୋ ଶୁଟ୍‌, ଗୋଲାପି ମ୍ୟାଟ ଲିପଷ୍ଟିକ, ହାତରେ ମୋଟା ସୁନା ମୁଦି ଏମିତି ଲୁକ୍‌ରେ ଦେଖାଦେଇଛନ୍ତି...

ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ପରଲୋକ

ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ୫୯ ବର୍ଷ ବୟସରେ ଲସ୍‌ ଆଞ୍ଜେଲସ୍‌ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୧୯୯୫ରେ...

ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

ମୁମ୍ବାଇ,୨୪।୮: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ଏଥିସହିତ...

ରୋଷେଇ କରୁଛନ୍ତି ଆସିନଙ୍କ କୁନି ଝିଅ ଆରିନ

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ଆସିନ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିବା ପରଠାରୁ ଅଭିନୟଠାରୁ ଦୂରେଇ ଯାଇଛନ୍ତି। ମାତ୍ର ସବୁ ସମୟରେ ସେ ନିଜର...

ଶର୍ଟ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କ ଘରେ ‘ଯୁଗ୍‌ ଯୁଗ୍‌ ଜିଓ’ର ସଫଳତାକୁ ପ୍ରତିପାଦନ କରିବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି...

ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାର ଫଟୋ ସାମ୍ନାକୁ ଆସିଛି। ସେ ଅଭିନେତ୍ରୀ ଶିବାଲିକା ଓବରୋଇଙ୍କୁ...

Advertisement
Archives

Model This Week