ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର ୟୁଜର୍ସଙ୍କ ଫ୍ରେଣ୍ଡ୍‌ଲିଷ୍ଟ ଲୁକାୟତ ରଖିବା ଲାଗି ଲକ୍‌ ଡାଉନ ଅପଶନ ଦିଆଯିବ। ଏହାକୁ ୟୁଜର୍ସ ଗୋଟିଏ କ୍ଲିକ୍‌ରେ ନିଜ ଆକାଉଣ୍ଟକୁ ଲକ୍‌ କରିପାରିବେ। ଫଳରେ ଟାଇମଲାଇନ୍‌ରେ ଥିବା ଫଟୋକୁ ତାଙ୍କ ପ୍ରେଣ୍ଡ୍‌ଲିଷ୍ଟରେ ନ ଥିବା ୟୁଜର୍ସ ଦେଖି ପାରିବେ ନାହିଁ । ଆଉ ପ୍ରୋଫାଇଲ ଫଟୋ ମଧ୍ୟ ଶେୟାର କରିପାରିବେ ନାହିଁ ବୋଲି ଫେସବୁକର ସିକ୍ୟୁରିଟି ପଲିସି ମୁଖ୍ୟ ନାଥାନିଏଲ ଗ୍ଲାଇଚର କହିଛନ୍ତି।

ତାଲିବାନ୍‌ ତା’ର ଶତ୍ରୁଙ୍କୁ ଟ୍ରାକ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ସହାୟତା ନେଇପାରେ ବୋଲି ମାନବାଧିକାର ସଂଗଠନମାନେ ଚିନ୍ତା ପ୍ରକଟ କରିଥିଲେ। ତାଲିବାନୀ ଆତଙ୍କବାଦୀମାନେ ଶିକ୍ଷାବିତ୍‌, ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କ ଉପରେ ପ୍ରତିଶୋଧ ନେଇପାରନ୍ତି ବୋଲି ଆମ୍ନେଷ୍ଟି ଏହି ସପ୍ତାହରେ କହିଛି। ନିକଟରେ ପୂର୍ବତନ ଆଫଗାନ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା ମହିଳା ଖେଳାଳିଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?