କୁକୁର ପାଇଁ ମାଲିକ, ପଶୁପ୍ରେମୀ, କଲୋନିବାସୀ ମୁହାଁମୁହିଁ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ତପସ୍ବିନୀ କଲୋନୀରେ ଜଣେ ନାବାଳକଙ୍କୁ ଏକ ପୋଷା କୁକୁର କାମୁଡିବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କୁକୁରଟିକୁ କଲୋନୀରୁ ବାହାର କରିବା ପାଇଁ ବାସିନ୍ଦା ଅଡି ବସିଥିବାବେଳେ ମାଲିକ କିନ୍ତୁ ଛାଡିବାକୁ ନାରାଜ। ଫଳରେ ଗୋଟିଏପଟେ କଲୋନୀ ବାସିନ୍ଦାଙ୍କ ସହ ଆହତ ଶିଶୁର ପରିବାର ଅନ୍ୟପଟେ କୁକୁର ମାଲିକ ଓ ପଶୁପ୍ରେମୀ ମୁହଁାମୁହିଁ ହୋଇଥିଲେ। ଦୀର୍ଘସମୟ ଧରି ଯୁକ୍ତିତର୍କ, କଥା କଟାକଟି ଓ ଛକାପଞ୍ଝା ଲାଗି ରହିଥିଲାବେଳେ କଲୋନୀବାସୀଙ୍କ ତୀବ୍ର ବିରୋଧ ଯୋଗୁ ପଶୁପ୍ରେମୀ ପୂରବୀ ପାତ୍ର ହଟହଟା ହୋଇଥିଲେ। ଶେଷରେ ପୋଲିସର ହସ୍ତକ୍ଷେପ ପରେ କୁକୁରଟିକୁ ଡଗ୍‌ କେୟାର ସେଣ୍ଟରକୁ ପଠାଯାଇଛି। ଅପରପକ୍ଷରେ କୁକୁରକୁ ପାଖରେ ରଖିବା ପାଇଁ ମାଲିକ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ କୁକୁର କଲୋନୀଙ୍କୁ ନ ଆସି ଉକ୍ତ ସେଣ୍ଟରରେ ରହିବ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ରାଜଧାନୀ ସମେତ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି।

ସୂଚନାନୁସାରେ, ତପସ୍ବିନୀ କଲୋନୀରେ ଋତୁରାଜ ଖଟୋଇ, ସ୍ତ୍ରୀ ଶୁଚିସ୍ମିତା ଓ ପୁଅ ଅର୍ଜୁନ ରୁହନ୍ତି। ଉକ୍ତ କଲୋନୀରେ ରହୁଥିବା ଶ୍ରାବଣୀ ପଟ୍ଟନାୟକ ୪ବର୍ଷ ହେବ ଏକ କୁକୁର ପାଳିଛନ୍ତି। ଉକ୍ତ କୁକୁରଟି ପୂର୍ବରୁ ଅନେକ ଲୋକଙ୍କୁ କାମୁଡିବା ଅଭିଯୋଗ ହୋଇଥିଲା। କଲୋନୀବାସୀ ଉକ୍ତ କୁକୁରଟି କଲୋନୀରେ ନ ରଖିବାକୁ ଦାବି କରି ଆସୁଥିଲେ ମଧ୍ୟ ମାଲିକ କିଛି ଶୁଣୁ ନ ଥିଲେ। ଫଳରେ ଏହାକୁ ନେଇ କଲୋନୀବାସୀଙ୍କ ସହ ଶ୍ରାବଣୀଙ୍କର ବହୁଥର ପାଟିତୁଣ୍ଡ ହୋଇଥିଲା। ଗତ ୬ତାରିଖରେ ଅର୍ଜୁନ ସାଇକେଲ ଚଲାଉଥିବାବେଳେ ସେହି କୁକୁର ତାଙ୍କୁ କାମୁଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ଼ରେ ୧୨ଟି ଷ୍ଟିଚ୍‌ ପଡିଥିଲା। ଏହି ଘଟଣା ପରେ କଲୋନୀରେ ଭୟର ବାତାବରଣ ଦେଖାଯାଇଥିଲା। ଆହତ ଶିଶୁର ମା ଶୁଚିସ୍ମିତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଶ୍ରାବଣୀଙ୍କ ଘରକୁ ଯାଇ କୁକୁରଟି ଅନ୍ୟ କେଉଁଠି ଛାଡିଦେବାକୁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଆହତ ଶିଶୁର ପରିବାର ଓ କଲୋନୀବାସୀ ପୁଣି ଥରେ ଥାନାକୁ ଯାଇ କଲୋନୀରୁ କୁକୁର ବାହାର କରିବାକୁ ଦାବି କରିଥିଲେ।

ପୋଲିସ ପୁଣି ଶ୍ରାବଣୀଙ୍କ ଘରକୁ ଯାଇ କୁକୁରକୁ ଡଗ୍‌ କେୟାର ସେଣ୍ଟରରେ ଛାଡ଼ି ଦେବାକୁ କହିଥିଲେ। ହେଲେ ସେ ନିଜ ଜିଦ୍‌ରେ ଅଟଳ ରହିବାରୁ କଲୋନୀବାସୀ ତାତି ଯାଇଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଓ ବିରୋଧ ପରେ ଶେଷରେ କୁକୁରକୁ ଡଗ୍‌ କେୟାର ସେଣ୍ଟରକୁ ପଠାଇ ଦିଆଯାଇଥିବାରୁ କଲୋନୀବାସୀ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିଛନ୍ତି। ଆହତ ଶିଶୁର ବାପା ଋତୁରାଜ ଖଟୋଇ କହିଛନ୍ତି, କୁକୁର କାମୁଡ଼ିବା ପରଠାରୁ ପ୍ରତିଦିନ ମୋ ଛୁଆ କାନ୍ଦୁଛି, ଡରୁଛି। ମୋ ପିଲାକୁ ଟ୍ରମା କରିଛି, ଅନ୍ୟକେତେଜଣଙ୍କୁ କାମୁଡିଛି। ସେଇଟା ମାଲିକଙ୍କୁ ଦେଖାଯାଉନି। କୌଣସି ପରିସ୍ଥିତିରେ ବି ଉକ୍ତ କୁକୁରଟିକୁ କଲୋନୀରେ ରଖାଇ ଦିଆଯିବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?