ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ ନିଭାଇ ପାରୁଥିବା ଅଭିନେତା ଜଣକ ହେଲେ ସମରେଶ ରାଉତରାୟ। ହିନ୍ଦୀ ଚଳଚ୍ଚିତ୍ର ‘ଭଗତ ସିଂ’ରେ ଅଭିନେତା ସନି ଦେଓଲଙ୍କ ସହ ମଧ୍ୟ ସେ ସ୍କ୍ରିନ୍‌ ଶେୟାର କରିଛନ୍ତି। ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ସଫଳତା ସାଉଁଟିପାରିଛନ୍ତି। ଯାଜପୁର ଜିଲା ବାଲିଚନ୍ଦ୍ରପୁର ଶିପୁରାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ବର୍ତ୍ତମାନ ଭୁବନେଶ୍ୱର ରସୁଲଗଡ଼ରେ ରହୁଛନ୍ତି। କିଛି ଜଣା ଅଜଣା କଥାକୁ ନେଇ ସମରେଶଙ୍କ ସହ ‘ଧରିତ୍ରୀ’ର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ସଙ୍ଗୀତ ମହାବିଦ୍ୟାଳୟରୁ ଏନ୍‌ଏସ୍‌ଡିର ଯାତ୍ରା କିପରି ଥିଲା?
ଉତ୍ତର- ଯାତ୍ରା ଖୁବ୍‌ ଭଲ ଥିଲା। ସଙ୍ଗୀତ ମହାବିଦ୍ୟାଳୟରେ ମୁଁ ଡ୍ରାମା ଛାତ୍ର ଭାବେ ଶିକ୍ଷା ଆରମ୍ଭ କରିଥିଲି। ଏହାପରେ ନିର୍ଦ୍ଦେଶନା ବିଭାଗରେ ପିଜି କଲି। ସେଠାରେ ବିଜୟ ମହାନ୍ତି ଓ ଅଜିତ୍‌ ଦାସଙ୍କୁ ଦେଖି ଏନ୍‌ଏସ୍‌ଡି ଯିବାର ସ୍ବପ୍ନ ଦେଖିଥିଲି। ଏନ୍‌ଏସ୍‌ଡିରେ ନିର୍ଦ୍ଦେଶନା ବିଭାଗରେ ଆବେଦନ କରିଥିଲେ ବି ମତେ ଅଭିନୟରେ ପଢ଼ିବାର ସୁଯୋଗ ମିଳିଲା। ସଙ୍ଗୀତ ମହାବିଦ୍ୟାଳୟ ଓ ଏନ୍‌ଏସ୍‌ଡିର ସେହି ୮/୧୦ବର୍ଷରେ ମତେ ଜୀବନରେ ବହୁତ କିଛି ଶିଖିବାକୁ ମିଳିଥିଲା। ଆଜି ମୁଁ ଯେଉଁଠାରେ ପହଞ୍ଚତ୍ଛି ସବୁ ସେଥିରୁ ଶିଖିଛି।
ପ୍ରଶ୍ନ- ହିନ୍ଦୀ ଫିଲ୍ମ କରିବା ପରେ ବି ମାୟାନଗରୀ ମୁମ୍ବାଇ ଛାଡ଼ି ଓଡ଼ିଶା କାହିଁକି ଆସିଲେ?
ଉତ୍ତର- ମୁଁ ସେଠି କିଛି ଭଲ କାମ କରିବା ପାଇଁ ଚେଷ୍ଟା କରିଥିଲି। ମାତ୍ର ସେପରି ବିଶେଷ କିଛି ଘଟି ନ ଥିଲା। ଏହି ସମୟରେ ଓଡ଼ିଆ ଚଳଚ୍ଚିତ୍ର ‘ମୋ ସୁନାପୁଅ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା। ତେଣୁ ମୋ ନିଜ ମାଟି, ନିଜ ଲୋକଙ୍କ ପାଖରେ କାମ କରିବାକୁ ଭଲ ଲାଗିବ ବୋଲି ଆସିଥିଲି। ଫିଲ୍ମ କରିବା ପରେ ଆଉ ଏଠାରୁ ଛାଡ଼ିକି ଯାଇନି।
ପ୍ରଶ୍ନ- ଓଡ଼ିଶାରୁ ଯାଇଥିଲେ ବୋଲି ସେପରି କିଛି ଘଟିଲା ନାହିଁ ନା ଅନ୍ୟ କିଛି କାରଣ ରହିଛି?
ଉତ୍ତର- ସେପରି କିଛି ନାହିଁ। ସତ କହିବାକୁ ଗଲେ ୨୦୦୦ ବେଳକୁ ମୁମ୍ବାଇରେ ବହୁତ କମ୍‌ କାମ ହେଉଥିଲା। ଫିଲ୍ମ କମ୍‌ ଆସୁଥିଲା ଓ ଟେଲିଭିଜନ ଇଣ୍ଡଷ୍ଟ୍ରି ବହୁତ ବଡ଼ ହୋଇ ନ ଥିଲା। ଆମେ ଯେତେ ପରିମାଣର ଲୋକ ଥିଲୁ, ତା ତୁଳନାରେ କାମ ବହୁତ କମ୍‌ ହେଉଥିଲା। ତେଣୁ ନିଜ ମାଟିରେ କିଛି କରିବି ବୋଲି ଚାଲି ଆସିଥିଲି। ଏବେକାର ସମୟ ଅଲଗା। ଏବେ ଫିଲ୍ମ ଅଧିକା ହେଉଛି, ଟେଲିଭିଜନ ଓ ଓ୍ବେବ୍‌ ଚ୍ୟାନେଲ୍‌ ବହୁତ ଅଧିକ ହୋଇଗଲାଣି।
ପ୍ରଶ୍ନ- ନାୟକରୁ ଖଳନାୟକ କିପରି ହେଲେ?
ଉତ୍ତର- ଜଣେ କଳାକାର ନାୟକ, ଖଳନାୟକ, ହାସ୍ୟାଭିନେତା କିଛି ବି ଚରିତ୍ର କରିପାରିବ। ଏବେ ମୁଁ ଏକ ଧାରାବାହିକରେ ବାପାର ଚରିତ୍ର କରିସାରିଛି। ଅଭିନେତାର କାମ ହେଲା ଅଭିନୟ କରିବା। ସେ ଯେକୌଣସି ଚରିତ୍ର ହୋଇଥାଉ ନା କାହିଁକି। ଜଣେ ଡ୍ରାଇଭରକୁ ମର୍ସିଡିଜ୍‌ ଦେଲେ ସେ ଚଲେଇବ ସ୍ବିଫ୍ଟ ଦେଲେ ବି ଚଲେଇ ପାରିବ। ଯାତ୍ରା କୋଉଠିକୁ କରୁଛି ତାହା ହିଁ ବଡ଼ କଥା।
ପ୍ରଶ୍ନ-ଅଭିନୟ ଓ ଅଭିନେତା ସମ୍ପର୍କରେ କ’ଣ କହିବେ?
ଉତ୍ତର- ଅଭିନୟ ଏକ ଶବ୍ଦ ଯାହା ବ୍ୟବହାର କରାଯାଏ। ମାତ୍ର ଯେଉଁମାନେ ପରଫେକ୍ଟ ଅଭିନେତା ସେମାନେ କେବେ ଅଭିନୟ କରନ୍ତି ନାହିଁ। ସେମାନେ ଚରିତ୍ର ଭିତରେ ପୂରା ମଜ୍ଜିଯାଆନ୍ତି। ଭଲ ଅଭିନେତା ସିଏ, ଯିଏ ଅଭିନୟ କରୁଛି ବୋଲି ଅନ୍ୟମାନେ ଜାଣିପାରିବେ ନାହିଁ। ତାଙ୍କ ଅଭିନୟ ଭିତରେ ସେତିକି ବାସ୍ତବତା ରହିବା ଦରକାର।
ପ୍ରଶ୍ନ- ଏବେ ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି କିପରି ରହିଛି?
ଉତ୍ତର- କରୋନା ପରେ ଏବେ ଧୀରେ ଧୀରେ କାମ ଚାଲିଛି। ଟେଲିଭିଜନ ଇଣ୍ଡଷ୍ଟ୍ରି ମଧ୍ୟ ଆକ୍ଟିଭ ହୋଇଛି। ଏହା ଏକ ପ୍ରାଇଭେଟ୍‌ ସେକ୍ଟର ବିଜ୍‌ନେସ୍‌ ହୋଇଥିବାରୁ ଏଥିରେ କିଛି ପରିବର୍ତ୍ତନ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଚାହିଁଲେ ହେବ। ଆଗ ଅପେକ୍ଷା ଓଡ଼ିଆ ଚଳଚ୍ଚିତ୍ରରୁ ଦର୍ଶକମାନେ ମୁହଁ ଫେରାଉଛନ୍ତି। ଫିଲ୍ମ ଦେଖିବାର ଧାରା ପରିବର୍ତ୍ତନ ହୋଇଗଲାଣି। ଆଗରୁ ହଲ୍‌କୁ ଯାଇ ଫିଲ୍ମ ଦେଖୁଥିଲେ ଏବେ ମୋବାଇଲ୍‌ରେ ଦେଖୁଛନ୍ତି। ଜେନେରେଶନ ବଦଳି ଗଲାଣି।
ପ୍ରଶ୍ନ- କ’ଣ କଲେ ପୁଣି ଥରେ ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ର ଆଡକୁ ଆକୃଷ୍ଟ ହେବେ?
ଉତ୍ତର- କିଛି ବି କରି ହେବନି। ଓଡ଼ିଆ, ହିନ୍ଦୀ, ତେଲୁଗୁ ସବୁ ଇଣ୍ଡଷ୍ଟ୍ରି ସମାନ। ଫରକ କେବଳ ଏତିକି, ସେମାନଙ୍କ ପାଖରେ ପଇସା ଅଛି ଆଉ ଆମ ପାଖରେ ନାହିଁ। ସେମାନଙ୍କର ମାର୍କେଟ ବହୁତ ବଡ଼ ତେଣୁ ଦର୍ଶକ ବି ବହୁତ। ସେମାନେ ଇଣ୍ଟରନ୍ୟାଶନାଲ୍‌ ମାର୍କେଟରେ କାମ କରୁଛନ୍ତି। ଆମେ କମ୍‌ ପଇସାରେ କାମ କରୁଛୁ। ଇଚ୍ଛାପୁର, ଖଡଗପୁର ଟପିଗଲେ କେହି ଓଡ଼ିଆ ବୁଝି ପାରିବେ ନାହିଁ। ଆମ ମାର୍କେଟ ହିଁ ଛୋଟ। ତେଣୁ ଛୋଟ ମାର୍କେଟ ଓ କମ୍‌ ପଇସାରେ ଆମ ଇଣ୍ଡଷ୍ଟ୍ରି ଚାଲିଛି।
ପ୍ରଶ୍ନ- ଆଗକୁ କ’ଣ କରିବାକୁ ଇଚ୍ଛା ରହିଛି?
ଉତ୍ତର- ଶୋଇକି ସ୍ବପ୍ନ ଦେଖିବା ଅପେକ୍ଷା କର୍ମ ଉପରେ ଧ୍ୟାନ ଦେବା ଉଚିତ୍‌। ଇଚ୍ଛା ବହୁତ କିଛି ରହିଛି, କିନ୍ତୁ ସବୁ ଇଚ୍ଛା ପୂରଣ ହୁଏନାହିଁ। ଅଭିନେତା ହେବା ପାଇଁ ମୋର କେବେ ଇଚ୍ଛା ନ ଥିଲା। ବାସ୍‌ ହଉ ହଉ ହେଇଯାଇଛି। ଏବେ ପ୍ରଯୋଜନା କରୁଛି। ଆଗକୁ ନିଜର କିଛି ଫିଲ୍ମ କରିବା ପାଇଁ ଯୋଜନା ରହିଛି। ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଚାଲୁଛି, ମ୍ୟୁଜିକ୍‌ ପୋର୍ଟାଲ କରୁଛି। ଆଗକୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇପାରେ।
ପ୍ରଶ୍ନ- ଫିଟ୍‌ ରହିବାକୁ କ’ଣ କରନ୍ତି?
ଉତ୍ତର- ଠିକ୍‌ ସମୟରେ ଶୁଏ, ଠିକ୍‌ରେ ଉଠେ, ଆଉ ଠିକ୍‌ଠାକ୍‌ ଖାଏ। ମୁଁ ଡାଏଟିଂ କରେନି। ଆବଶ୍ୟକତା ପଡ଼େନି।
ପ୍ରଶ୍ନ- କ’ଣ ଖରାପ ଅଭ୍ୟାସ ରହିଛି?
ଉତ୍ତର- ମୁହେଁ ମୁହେଁ ସବୁକଥା କହିଦିଏ ଏବଂ ରାଗିଯାଇ ଗାଳି କରେ। ଏଥିପାଇଁ ବହୁତ ହଇରାଣ ବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?