ରାଉରକେଲାରେ ମିଆ ବାଏ ତନିଷ୍କ ଷ୍ଟୋର

ରାଉରକେଲା,୨୬।୮(ଦିନେଶ ମିଶ୍ର): ରାଉରକେଲା ମେନ୍‌ ରୋଡ୍‌ରେ ପ୍ରଥମ ଥର କରି ମିଆ ବାଏ ତନିଷ୍କ ଶୋରୁମ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଦୀପିକା ମହିଳା ସମିତିର ସଭାପତି ସୀମା ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୋରୁମ୍‌କୁ ଉଦ୍‌ଘାଟନ କରିଥିଲେ। ମିଆ ବାଏ ତନିଷ୍କର ନ୍ୟାଶନାଲ ରିଟେଲ ହେଡ୍‌ ରାଜୀବ ମିନନ, ରିଜିଓନାଲ ବିଜ୍‌ନେସ୍‌ ମ୍ୟାନେଜର ଆଲୋକ ରଞ୍ଜନ, ଶୋରୁମ୍‌ ଏମ୍‌ଡି ମଞ୍ଜିତ ସିଂ, ବିସନ ସିଂ, ନବ୍‌ପ୍ରିତ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ଅତିଥିମାନେ ୯ଶହ ସ୍କୋୟାର ଫୁଟ୍‌ରେ ନିର୍ମିତ ଏହି ନୂତନ ଶୋରୁମ୍‌ରେ ଉପଲବ୍ଧ ଆକର୍ଷଣୀୟ ଲକ୍ସଜୁରୀ ଅଳଙ୍କାରଗୁଡିକୁ ବୁଲି ଦେଖିଥିଲେ। ପ୍ରଥମ ଥର କରି ମିଆ ବାଏ ତନିଷ୍କ ଶୋରୁମ ରାଉରକେଲା ସହରବାସୀଙ୍କ ପାଇଁ ଗ୍ରାଣ୍ଡ୍‌ ଲଞ୍ଚ୍‌ ଅଫର ସୁନା ଅଳଙ୍କାର ଉପରେ ୧୦ ପ୍ରତିଶତ ମେକିଂ ରିହାତି ମୂଲ୍ୟ ରଖିଛି। ଡାଇମଣ୍ଡ ଅଳଙ୍କାର ଉପରେ ଫ୍ଲାଟ ୧୦ ପ୍ରତିଶତ ଓ ରୂପା ଅଳଙ୍କାର ଉପରେ ୨୦ ପ୍ରତିଶତ ଫ୍ଲାଟ ରିହାତି ରହିଛି। ଏହି ଶୋରୁମ୍‌ରେ ଡାଇମଣ୍ଡ ମଧ୍ୟରେ ଫିଙ୍ଗର ରିଙ୍ଗ୍‌, କାନଫୁଲ, ଡାଇମଣ୍ଡ ଭେରାଇଟି ଅଫ୍‌ ନେକ୍‌ଲେସ୍‌, ବ୍ରେସ୍‌ଲେଟ, ମଙ୍ଗଳସୂତ୍ର, ପେଣ୍ଡେଣ୍ଟ ଭଳି ଅଳଙ୍କାରଗୁଡିକ ମାତ୍ର ୫ ହଜାର ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ସୁନା ଅଳଙ୍କାର ମଧ୍ୟରେ ମୁଦି, କାନଫୁଲ, ସୁନାହାର, ଷ୍ଟାଇଲିସ୍‌ ବ୍ରେସ୍‌ଲେଟ ଭଳି ସୁନା ଅଳଙ୍କାର ୭ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଆଗକୁ ରାଖୀ ପର୍ବକୁ ଦୃଷ୍ଟିରେ ରଖି ଶୋରୁମ୍‌ ପକ୍ଷରୁ ରୂପା ନିର୍ମିତ ବିଭିନ୍ନ ପ୍ରକାର ରାଖୀ ସାଙ୍ଗକୁ ପାଉଁଜି, ଆଙ୍କଲେଟ୍‌, ରିଙ୍ଗ୍‌ ଭଳି ଅଳଙ୍କାର ମାତ୍ର ୨ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ମିଆ ବାଏ ତନିଷ୍କର ନ୍ୟାଶନାଲ ରିଟେଲ ହେଡ ରାଜୀବ ମିନନ ସୂଚନା ଦେଇଛନ୍ତି। ଏଠାରେ ୧୮ ଓ ୧୪ କ୍ୟାରେଟ୍‌ର ବିଭିନ୍ନ ଅଳଙ୍କାର ମିଳୁଥିବାବେଳେ ଗୋଟିଏ ଶୋରୁମ୍‌ରେ ପ୍ରାୟ ୯ଶହରୁ ଊର୍ଦ୍ଧ୍ୱ ସୂକ୍ଷ୍ମ ଆକର୍ଷଣୀୟ କଳାକୃତି ଅଳଙ୍କାର ମିଳିବ। ଯାହାର ସମ୍ପୂର୍ଣ୍ଣ ଫାଇଦା ରାଉରକେଲା ସହରବାସୀ ନେଇ ପାରିବେ ବୋଲି ଏମ୍‌ଡି ମଞ୍ଜିତ ସିଂ କହିଛନ୍ତି। ମିଆ ବାଏ ତନିଷ୍କ ଶୋରୁମ୍‌ର ମ୍ୟାନେଜର ଅନୀଲ ପାଲଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?