ପରକୀୟା ପ୍ରୀତି: ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):ଇଞ୍ଜିନିୟର ସ୍ବାମୀଙ୍କ ବଦଳି ପରେ ସ୍ତ୍ରୀଙ୍କୁ ନେବାଆଣିବା କରିବା ଭିତରେ ତାଙ୍କ ସହ ଡ୍ରାଇଭରଙ୍କ ଗଢ଼ିଉଠେ ପ୍ରେମ ସମ୍ପର୍କ। ସ୍ବାମୀଙ୍କ ବାରଣ ସତ୍ତ୍ୱେ ଚାଲେ ମିଳାମିଶା। ଏହାକୁ ନେଇ ଦାମ୍ପତ୍ୟ ଜୀବନରେ ଉଠେ ଝଡ଼। ସ୍ତ୍ରୀ ମହିଳା ଥାନାରେ ସ୍ବାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣନ୍ତି। କିଛିଦିନ ପରେ ପ୍ରେମିକ ଡ୍ରାଇଭରଙ୍କ ସହ ସେ ଫେରାର ହୁଅନ୍ତି। ଉଭୟେ ଅନ୍ୟତ୍ର ରୁହନ୍ତି। ସ୍ବାମୀ କଣ୍ଟା ସାଜିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁପାରି ଦିଅନ୍ତି। ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ବର୍ତ୍ତିଯାଇଥିବା ସ୍ବାମୀ ଥାନାରେ ଅଭିଯୋଗ କରିବା ପରେ ଡ୍ରାଇଭରଙ୍କୁ ଗିରଫ କରି ସୁପାରି କିଲିଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ପୋଲିସ। ହେଲେ ମହିଳାଙ୍କୁ ଏଯାଏ ଧରିପାରିନି।

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ଇଞ୍ଜିନିୟରଙ୍କୁ ରାସ୍ତାରୁ ସଫା କରିବା ପାଇଁ ତାଙ୍କ ସ୍ତ୍ରୀ ସୁପାରି ଦେଇଥିଲେ। ପ୍ରେମିକ ଡ୍ରାଇଭର ଓ ସୁପାରି କିଲରଙ୍କ ସହାୟତାରେ ଦୁଇଥର ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଏନେଇ ସମ୍ପୃକ୍ତ ଇଞ୍ଜିନିୟର ଦୁଇଟି ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି। ସେ ହେଲେ ଅନୁଗୋଳ ଜିଲା ତାଳଚେର ଥାନା ହାଟତୋଟା ଅଞ୍ଚଳର ଅଶୋକ କୁମାର ସାହୁ(୩୦)। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାସ୍ଥିତ ଧଉଳି ହେରିଟେଜ୍‌ ଆପାର୍ଟମେଣ୍ଟରେ ରହୁଥିବା ଅଶୋକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କମିଶନରେଟ ପୋଲିସ ଏକ ପ୍ରେସ୍‌ ବିବୃତି ଜାରି କରିଛି। ପୋଲିସ ସୂଚନାନୁସାରେ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପୂର୍ବତଟ ରେଳପଥରେ ସିନିଅର୍‌ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଅଛନ୍ତି। ସେ ସ୍ତ୍ରୀ ଓ ପୁଅଙ୍କ ସହ ମଞ୍ଚେଶ୍ୱରରେ ରହୁଥିଲେ। ୩ ବର୍ଷ ତଳେ ଅଶୋକ ତାଙ୍କର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଇଞ୍ଜିନିୟରଙ୍କର ପୁରୀକୁ ବଦଳି ହୋଇଯାଇଥିଲା। ଅଶୋକ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଗାଡ଼ିରେ ନେବାଆଣିବା କରୁଥିଲେ। ଏହା ଭିତରେ ସ୍ତ୍ରୀ ସିଲ୍‌ସିଲାଙ୍କ ସହ ଅଶୋକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସ୍ବାମୀ ଏହି ବିଷୟ ଜାଣିବା ପରେ ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା। ସ୍ବାମୀଙ୍କ ବାରଣ ସତ୍ତ୍ୱେ ସ୍ତ୍ରୀ ସିଲ୍‌ସିଲା ପ୍ରେମିକ ଅଶୋକଙ୍କ ସହ ମିଳାମିଶା କରିଥିଲେ। ଏପରି କି ମହିଳା ଥାନାରେ ଇଞ୍ଜିନିୟର ସ୍ବାମୀଙ୍କ ନାଁରେ ସିଲ୍‌ସିଲା ନିର୍ଯାତନା ଅଭିଯୋଗ କରିଥିଲେ। ଉକ୍ତ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଅପରପକ୍ଷରେ ସ୍ବାମୀଙ୍କ ସହ ଝଗଡ଼ା ପରେ ସ୍ତ୍ରୀ ସିଲ୍‌ସିଲା ନବମ ଶ୍ରେଣୀରେ ପଢ଼ୁଥିବା ପୁଅଙ୍କୁ ଧରି ପ୍ରେମିକ ଡ୍ରାଇଭର ଅଶୋକଙ୍କ ସହ ପଳାଇଥିଲେ। କିଛିଦିନ ହେବ ସେମାନେ ସୁନ୍ଦରପଦାରେ ରହୁଥିଲେ। ହେଲେ ସେମାନଙ୍କ ଜୀବନରେ ସ୍ବାମୀ କଣ୍ଟା ହୋଇ ରହିଥିବାରୁ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସିଲ୍‌ସିଲାଙ୍କ ନିର୍ଦ୍ଦେଶକ୍ରମେ ପ୍ରେମିକ ଅଶୋକ ଇଞ୍ଜିନିୟରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ହତ୍ୟା ପାଇଁ ସେମାନେ ଜିତେନ୍ଦ୍ରଙ୍କୁ ଟଙ୍କା (ସୁପାରି) ଦେଇଥିଲେ। ମାର୍ଚ୍ଚ ୧୬ରେ ସା ଭ୍ରମଣରେ ଯାଉଥିବାବେଳେ ମଞ୍ଚେଶ୍ୱର ଥାନାସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ଅଶୋକ, ଜିତେନ୍ଦ୍ର ଓ ଅନ୍ୟ ସହଯୋଗୀ ମିଳିତ ଭାବେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ମଞ୍ଚେଶ୍ୱର ଥାନାରେ ସେ ଅଭିଯୋଗ ପରେ ପୋଲିସ ମାମଲା (ନଂ.୮୩/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଞ୍ଜିନିୟର ଜଣକ ବଞ୍ଚତ୍ୟିବାରୁ ଅଶୋକ ଓ ଅନ୍ୟମାନେ ପୁଣି ତାଙ୍କୁ ମାରିବାକୁ ଯୋଜନା କରିଥିଲେ। ଏପ୍ରିଲ୍‌ ୮ରେ ନାଲ୍‌କୋ ଛକରୁ ବ୍ଲ୍ୟୁ ହେଭେନ୍‌ ହୋଟେଲ ନିକଟରେ ଯାଉଥିବାବେଳେ ଅଭିଯୁକ୍ତମାନେ ଇଞ୍ଜିନିୟରଙ୍କୁ ଦ୍ୱିତୀୟଥର ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ ମଧ୍ୟ ବର୍ତ୍ତି ଯାଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏପ୍ରିଲ ୯ରେ ଆଉଏକ ମାମଲା (ନଂ.୧୨୭/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଇଞ୍ଜିନିୟରଙ୍କ ସ୍ତ୍ରୀ ସିଲ୍‌ସିଲା ବେହେରା, ସହଯୋଗୀ ଜିତେନ୍ଦ୍ର କୁମାର ପ୍ରଧାନ ଓ ଅନ୍ୟଜଣେ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିବା ତଦନ୍ତକାରୀ ଅଧିକାରିଣୀ ସାରାଣୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri