ପରକୀୟା ପ୍ରୀତି: ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):ଇଞ୍ଜିନିୟର ସ୍ବାମୀଙ୍କ ବଦଳି ପରେ ସ୍ତ୍ରୀଙ୍କୁ ନେବାଆଣିବା କରିବା ଭିତରେ ତାଙ୍କ ସହ ଡ୍ରାଇଭରଙ୍କ ଗଢ଼ିଉଠେ ପ୍ରେମ ସମ୍ପର୍କ। ସ୍ବାମୀଙ୍କ ବାରଣ ସତ୍ତ୍ୱେ ଚାଲେ ମିଳାମିଶା। ଏହାକୁ ନେଇ ଦାମ୍ପତ୍ୟ ଜୀବନରେ ଉଠେ ଝଡ଼। ସ୍ତ୍ରୀ ମହିଳା ଥାନାରେ ସ୍ବାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣନ୍ତି। କିଛିଦିନ ପରେ ପ୍ରେମିକ ଡ୍ରାଇଭରଙ୍କ ସହ ସେ ଫେରାର ହୁଅନ୍ତି। ଉଭୟେ ଅନ୍ୟତ୍ର ରୁହନ୍ତି। ସ୍ବାମୀ କଣ୍ଟା ସାଜିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁପାରି ଦିଅନ୍ତି। ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ବର୍ତ୍ତିଯାଇଥିବା ସ୍ବାମୀ ଥାନାରେ ଅଭିଯୋଗ କରିବା ପରେ ଡ୍ରାଇଭରଙ୍କୁ ଗିରଫ କରି ସୁପାରି କିଲିଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ପୋଲିସ। ହେଲେ ମହିଳାଙ୍କୁ ଏଯାଏ ଧରିପାରିନି।

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ଇଞ୍ଜିନିୟରଙ୍କୁ ରାସ୍ତାରୁ ସଫା କରିବା ପାଇଁ ତାଙ୍କ ସ୍ତ୍ରୀ ସୁପାରି ଦେଇଥିଲେ। ପ୍ରେମିକ ଡ୍ରାଇଭର ଓ ସୁପାରି କିଲରଙ୍କ ସହାୟତାରେ ଦୁଇଥର ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଏନେଇ ସମ୍ପୃକ୍ତ ଇଞ୍ଜିନିୟର ଦୁଇଟି ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି। ସେ ହେଲେ ଅନୁଗୋଳ ଜିଲା ତାଳଚେର ଥାନା ହାଟତୋଟା ଅଞ୍ଚଳର ଅଶୋକ କୁମାର ସାହୁ(୩୦)। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାସ୍ଥିତ ଧଉଳି ହେରିଟେଜ୍‌ ଆପାର୍ଟମେଣ୍ଟରେ ରହୁଥିବା ଅଶୋକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କମିଶନରେଟ ପୋଲିସ ଏକ ପ୍ରେସ୍‌ ବିବୃତି ଜାରି କରିଛି। ପୋଲିସ ସୂଚନାନୁସାରେ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପୂର୍ବତଟ ରେଳପଥରେ ସିନିଅର୍‌ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଅଛନ୍ତି। ସେ ସ୍ତ୍ରୀ ଓ ପୁଅଙ୍କ ସହ ମଞ୍ଚେଶ୍ୱରରେ ରହୁଥିଲେ। ୩ ବର୍ଷ ତଳେ ଅଶୋକ ତାଙ୍କର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଇଞ୍ଜିନିୟରଙ୍କର ପୁରୀକୁ ବଦଳି ହୋଇଯାଇଥିଲା। ଅଶୋକ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଗାଡ଼ିରେ ନେବାଆଣିବା କରୁଥିଲେ। ଏହା ଭିତରେ ସ୍ତ୍ରୀ ସିଲ୍‌ସିଲାଙ୍କ ସହ ଅଶୋକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସ୍ବାମୀ ଏହି ବିଷୟ ଜାଣିବା ପରେ ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା। ସ୍ବାମୀଙ୍କ ବାରଣ ସତ୍ତ୍ୱେ ସ୍ତ୍ରୀ ସିଲ୍‌ସିଲା ପ୍ରେମିକ ଅଶୋକଙ୍କ ସହ ମିଳାମିଶା କରିଥିଲେ। ଏପରି କି ମହିଳା ଥାନାରେ ଇଞ୍ଜିନିୟର ସ୍ବାମୀଙ୍କ ନାଁରେ ସିଲ୍‌ସିଲା ନିର୍ଯାତନା ଅଭିଯୋଗ କରିଥିଲେ। ଉକ୍ତ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଅପରପକ୍ଷରେ ସ୍ବାମୀଙ୍କ ସହ ଝଗଡ଼ା ପରେ ସ୍ତ୍ରୀ ସିଲ୍‌ସିଲା ନବମ ଶ୍ରେଣୀରେ ପଢ଼ୁଥିବା ପୁଅଙ୍କୁ ଧରି ପ୍ରେମିକ ଡ୍ରାଇଭର ଅଶୋକଙ୍କ ସହ ପଳାଇଥିଲେ। କିଛିଦିନ ହେବ ସେମାନେ ସୁନ୍ଦରପଦାରେ ରହୁଥିଲେ। ହେଲେ ସେମାନଙ୍କ ଜୀବନରେ ସ୍ବାମୀ କଣ୍ଟା ହୋଇ ରହିଥିବାରୁ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସିଲ୍‌ସିଲାଙ୍କ ନିର୍ଦ୍ଦେଶକ୍ରମେ ପ୍ରେମିକ ଅଶୋକ ଇଞ୍ଜିନିୟରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ହତ୍ୟା ପାଇଁ ସେମାନେ ଜିତେନ୍ଦ୍ରଙ୍କୁ ଟଙ୍କା (ସୁପାରି) ଦେଇଥିଲେ। ମାର୍ଚ୍ଚ ୧୬ରେ ସା ଭ୍ରମଣରେ ଯାଉଥିବାବେଳେ ମଞ୍ଚେଶ୍ୱର ଥାନାସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ଅଶୋକ, ଜିତେନ୍ଦ୍ର ଓ ଅନ୍ୟ ସହଯୋଗୀ ମିଳିତ ଭାବେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ମଞ୍ଚେଶ୍ୱର ଥାନାରେ ସେ ଅଭିଯୋଗ ପରେ ପୋଲିସ ମାମଲା (ନଂ.୮୩/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଞ୍ଜିନିୟର ଜଣକ ବଞ୍ଚତ୍ୟିବାରୁ ଅଶୋକ ଓ ଅନ୍ୟମାନେ ପୁଣି ତାଙ୍କୁ ମାରିବାକୁ ଯୋଜନା କରିଥିଲେ। ଏପ୍ରିଲ୍‌ ୮ରେ ନାଲ୍‌କୋ ଛକରୁ ବ୍ଲ୍ୟୁ ହେଭେନ୍‌ ହୋଟେଲ ନିକଟରେ ଯାଉଥିବାବେଳେ ଅଭିଯୁକ୍ତମାନେ ଇଞ୍ଜିନିୟରଙ୍କୁ ଦ୍ୱିତୀୟଥର ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ ମଧ୍ୟ ବର୍ତ୍ତି ଯାଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏପ୍ରିଲ ୯ରେ ଆଉଏକ ମାମଲା (ନଂ.୧୨୭/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଇଞ୍ଜିନିୟରଙ୍କ ସ୍ତ୍ରୀ ସିଲ୍‌ସିଲା ବେହେରା, ସହଯୋଗୀ ଜିତେନ୍ଦ୍ର କୁମାର ପ୍ରଧାନ ଓ ଅନ୍ୟଜଣେ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିବା ତଦନ୍ତକାରୀ ଅଧିକାରିଣୀ ସାରାଣୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri