ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା

କେନ୍ଦ୍ରାପଡ଼ା,୨୪ା୭(ଜଗନ୍ନାଥ ଧଳ): କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଫେଲ୍‌ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନ ହୋଇ ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ ଆତ୍ମସାତ୍‌ ହୋଇଛି। ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇ ସବୁଆଡେ ଫଳକ ମରାଯାଇଛି। ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ କାଗଜକଲମରେ ସବୁ କିଛି ଠିକ୍‌ ଚାଲିଥିବା କୁହାଯାଇଛି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ପ୍ରାୟ ୯ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା। ଏ ନେଇ ସ୍ବଚ୍ଛ ପରିମଳ ଯୋଜନା ଅନୁଯାୟୀ, ସମସ୍ତ ପରିବାରରେ ପାଇଖାନା ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଯେଉଁ ହିତାଧିକାରୀ ପାଇଖାନା ନିର୍ମାଣ କରିବେ ତାଙ୍କୁ ୧୨ ହଜାର ଟଙ୍କା ଲେଖାଏ ପୁରସ୍କାର ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହି ଅନୁଯାୟୀ, ୨୦୧୩ରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତର ୧୫୩ ଗ୍ରାମରେ ପାଇଖାନା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇ ଗାଁକୁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କରିଥିଲେ। କିନ୍ତୁ ଇତିମଧ୍ୟରେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଫଳକ ଲଗାଯାଇଛି। ଏବେ ବି ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲ୍ଲିକ, ଆଇନଜୀବୀ ପ୍ରମୋଦ ସାହୁ ପ୍ରମୁଖ କୁହନ୍ତି, ପ୍ରଥମେ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରୁଥିବା ବେଳେ ପରେ ଟାର୍ଗେଟ ପୂରଣ ଆଶାରେ ବ୍ଲକ ପ୍ରଶାସନ ଓ ପରିମଳ ବିଭାଗ ପାଇଖାନା ନିର୍ମାଣ ଦାୟିତ୍ୱ ବାହାର ଠିକାଦାରଙ୍କ ହାତରେ ଟେକି ଦେଲେ। ପୁରସ୍କାର ଅର୍ଥ ୧୨ହଜାର ଟଙ୍କାରେ ଠିକାଦାର ପାଇଖାନା ନିର୍ମାଣ କଲେ। ସେଥିରୁ ଲାଭ ଉଠାଇବା ଆଶାରେ ନିମ୍ନମାନର ବ୍ୟବହାର ଅନୁପଯୋଗୀ ପାଇଖାନା ନିର୍ମାଣ କରି ଟାର୍ଗେଟ ପୂରଣ କଲେ। ପରେ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯିବା ସହିତ ଫଳକ ଲଗାଇ ଦିଆଗଲା। ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ସ୍ଥାନରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଠିକାଦାରଙ୍କ ମାଧ୍ୟମରେ ନିମ୍ନମାନର କାମ ହୋଇଥିଲା। ଫଳରେ ତାହା ବ୍ୟବହାର ଅନୁପଯୋଗୀ ହୋଇ ମାଟିରେ ମିଶିଛି। ବାହାରକୁ ଦେଖିବାକୁ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ପାଇଖାନା ଭିତରକୁ ଗଲେ ଅଲଗା। ପ୍ୟାନ ସଂଯୋଗ ହୋଇନାହିଁ କି ମଳ ପାଇଁ ଟାଙ୍କି, ଭିତର ଅଳିଆ ହୋଇ ପଡ଼ି ରହିଛି। ପାଇଖାନା କାନ୍ଥରେ ସ୍ବଚ୍ଛ ଭାରତ ମିଶନ ଲେଖାଯାଇଛି। ଏହାପରେ ହିତାଧିକାରୀଙ୍କ ନାମରେ ପୁରସ୍କାର ଅର୍ଥ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ହେଲେ ଲୋକମାନେ ପାଇଖାନା ଭିତରେ ବର୍ଷାଦିନ ପାଇଁ ଜାଳ ସାଇତି ରଖିଛନ୍ତି। ଏଭଳି ଦୃଶ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନର ଅସଲ ଚେହେରାକୁ ପଦାରେ ପକାଇଛି। ମାତ୍ର ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି। ଏଭଳି ସ୍ଥଳେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ସବଠୁ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି। ଏ ସଂକ୍ରାନ୍ତରେ ଜଳ, ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଲେଙ୍କାଙ୍କୁ ପଚାରିବାରେ ଗତ ୩ ବର୍ଷ ହେବ ସ୍ବଚ୍ଛ ଭାରତ ଯୋଜନାରେ ହେଉଥିବା ପାଇଖାନା କାର୍ଯ୍ୟ ବ୍ଲକକୁ ହସ୍ତାନ୍ତର କରି ଦେଇଛୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?