ଓଡ଼ିଶା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଚଳିତବର୍ଷ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସ୍ଥାନୀୟ ଉତ୍କଳ ମଣ୍ଡପରେ ପାଳନ କରାଯିବ। ଏହି ଅବସରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ସମ୍ପର୍କିତ ପ୍ରଦର୍ଶନୀ ସୂଚନା ଭବନରେ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀକୁ ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଦର୍ଶକ ଓ ଛାତ୍ରୀଛାତ୍ରମାନେ ଦେଖିପାରିବେ। ଏଥିପାଇଁ ସେଠାରେ ଇ-ପ୍ରଦର୍ଶନୀ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ଦିବସ ପାଳନ ନିମନ୍ତେ ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଜିଲାସ୍ତରରେ ଏହି ଉତ୍ସବକୁ ଅଧିକ ଭଲ ଭାବେ କରାଯିବା ସହ ୫-ଟି ରୂପାନ୍ତରିତ ସ୍କୁଲ ସମେତ ଅନ୍ୟ ସ୍କୁଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଓଡ଼ିଶା ଦିବସ ଉତ୍ସବ ପାଳନ କରାଯିବ। ତେବେ ପରୀକ୍ଷା ସମୟ ଥିବାରୁ ଏ କ୍ଷେତ୍ରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବିଦ୍ୟାଳୟଗୁଡିକ ସହ ସମନ୍ବୟ ରଖି ଉତ୍ସବ ପାଳିବାକୁ ଗୁରୁତ୍ୱାରୋପ କରାଯାଇଛି। ଛାତ୍ରୀଛାତ୍ର ଓଡ଼ିଶାର ବରପୁତ୍ରମାନଙ୍କ ସମ୍ପର୍କରେ କିପରି ଅଧିକ ଜାଣିପାରିବେ ସେଥିପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଏପ୍ରିଲ ୧ ସକାଳ ୬ରୁ ୭ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପୂର୍ବକ ପ୍ରଭାତଫେରି କରାଯିବ। ସେହିଭଳି ସନ୍ଧ୍ୟା ୬ଟାରେ ଉତ୍କଳ ମଣ୍ଡପରେ ସାଧାରଣ ସଭା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଅନ୍ୟପଟେ ସହରର ରାଜଭବନ, ବିଧାନସଭା ସୌଧ, ଲୋକସେବା ଭବନ, ରବୀନ୍ଦ୍ର ମଣ୍ଡପ, ସୂଚନା ଭବନ ସମେତ ଅନ୍ୟାନ୍ୟ ସରକାରୀ କୋଠାଗୁଡିକୁ ଆଲୋକ ସଜ୍ଜା କରାଯିବ। ଶାନ୍ତିଶୃଙ୍ଖଳା, ଟ୍ରାଫିକ, ସ୍ବଚ୍ଛତା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଭଳି ରାଜ୍ୟର ପ୍ରତ୍ୟେକ ଜିଲା ଓ ଉପଖଣ୍ଡ ସଦର ମହକୁମାରେ ଓଡ଼ିଶା ଦିବସକୁ ଆନନ୍ଦର ସହ ପାଳନ, ବିଭିନ୍ନ ସ୍ତରର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ, ଭାରତୀୟ ରେଡକ୍ରସ, ଓଡିଶା ଶାଖା ତରଫରୁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ପ୍ରଦାନ, କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ସହରରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିସ୍ଥଳ ସଫେଇ ଓ ମାଲ୍ୟାର୍ପଣ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶନ ଏବଂ ଉନ୍ମୋଚନ ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଓଡ଼ିଶା ଦିବସ ପାଳନ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ, ଡିସିପି ପ୍ରତୀକ ସିଂ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନ୍‌ସୁଗାର ବିକି ୨ଜଣ ବନ୍ଧା ହେଲେ

ଖୋର୍ଦ୍ଧା ଅଫିସ,୧୦।୩: ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଉକ୍ତ ଥାନା...

୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା

ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ପ୍ରମାଣ ମିଳିିନାହିଁ। ତେବେ କ୍ରାଇମବ୍ରାଞ୍ଚ ସୋମବାରଠୁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ୩...

ନିର୍ଦ୍ଧାରିତ ସମୟରେ ସବୁ କାମ ଶେଷ କର

ଭୁବନେଶ୍ବର,୨୫ା୧୧(ବ୍ୟୁରୋ):ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ...

ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୋଧରେ ୧୦ କେନ୍ଦ୍ର୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ...

ଚଳିତବର୍ଷ ବଢ଼ିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଭୁବନେଶ୍ୱର,୬ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହର ହୁ ହୁ ହୋଇ ମାଡ଼ିଚାଲିଛି। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର...

ଭୁବନେଶ୍ୱରରେ ଖୋଲିବ ସାଇବର ଥାନା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସାଇବର ଠକେଇଜନିତ ଅଭିଯୋଗ ନେଇ ଗତ ଜାନୁୟାରୀ ୭ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ସାଇବର ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଥିଲା। ଇତିମଧ୍ୟରେ ଏହି ହେଲ୍ପ...

ପୁରୀ ବନ୍ଦ ପ୍ରଭାବ ଶୂନ୍ୟ

ପୁରୀ ଅଫିସ,୨୦ା୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ ଡାକରା ଦିଆଯାଇଥିଲା।...

ପୋଖରୀରୁ ମିଳିଲା ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୧୭ା୯: ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁରସ୍ଥିତ ନଟାପୋଖରୀରୁ ଶୁକ୍ରବାର ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଠାବ କରାଯାଇଛି। କୌଣସି ଘରୋଇ କ୍ଲିନିକ୍‌ରେ...

Advertisement
Archives

Model This Week