ଦିଗପହଣ୍ଡିରେ ମାତିଛନ୍ତି ବାର୍‌ହା: ବ୍ୟାପକ ଧାନ ଫସଲ ନଷ୍ଟ, କ୍ଷତିପୂରଣ ପାଇଁ ରେଞ୍ଜରଙ୍କୁ…

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷଜମିରେ ବାରହା ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସହରର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚି କ୍ଷତିପୂରଣ ପାଇଁ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଗତ କିଛିଦିନ ହେଲା ସଞ୍ଜ ହେବା ମାତ୍ରେ କଷ୍ଟ ଉପାର୍ଜିତ ଧାନ ଫସଲକୁ ବାରହା ମୁଁହରୁ ରକ୍ଷା କରିବା ନିମନ୍ତେ ଚାଷୀ ବାରହା ସହିତ ଛକାପଞ୍ଝା ହେଉଛି। ବିଳମ୍ବିତ ରାତି ଯାଏଁ ଚାଷୀମାନେ ହାତରେ ଠେଙ୍ଗାବାଡ଼ି ଧରି ଜମି ରେ ପହରା ଦେଉଛନ୍ତି। ଚଳିତବର୍ଷ ଠିକଣା ସମୟରେ ବର୍ଷା ହେବାରୁ ଧାନ ଓ ପନିପରିବା ଫସଲ ଭଲ ହୋଇଥିଲା। ବାତ୍ୟା ମୋନ୍ଥା ପ୍ରଭାବରେ ପନିପରିବା ଫସଲ ପ୍ରାୟତଃ ନଷ୍ଟ ହୋଇଯାଇଥିବା ବେଳେ ଧାନ ଫସଲ ବଞ୍ଚି ଯାଇଥିଲା। ବର୍ଷକରେ ଥରୁ ଟିଏ ଧାନଚାଷ କରି ବର୍ଷକ ପାଇଁ ଦାନା ଯୋଗାଡ଼ କରିଥାଏ ଚାଷୀ। କିନ୍ତୁ ଫସଲ ଅମଳ ବେଳକୁ ବାରହା ଫସଲ ନଷ୍ଟ କରିଦିଅନ୍ତି। ବାରହା ପଲ ଦିନସାରା ନିକଟସ୍ଥ ଜଙ୍ଗଲ ଓ ଲଟା ବୁଦା ରେ ଲୁଚି ରହୁଛନ୍ତି। ସା ହେବା ମାତ୍ରେ ଧାନ କିଆରୀକୁ ମାଡି ଆସୁଛନ୍ତି। ଯେତିକି ଖାଉଛନ୍ତି ତା ଠାରୁ ଢେର ଅଧିକ ନଷ୍ଟ କରୁଛନ୍ତି। ଏଥିଯୋଗୁ ବ୍ୟାଙ୍କ ଓ ଲୋକଙ୍କ ଠାରୁ କଳନ୍ତର ଆଣିଥିବା ଋଣ କିପରି ପରିଶୋଧ କରିବେ ସେହି ଚିନ୍ତା ଏବେ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ହେଲେ ବନବିଭାଗ ବାରହା ପଲ ଘଉଡାଇବା ପାଇଁ ଓ କ୍ଷତିପୂରଣ ଦେବା ବାବଦରେ ସହଯୋଗ କରୁନଥିବା ନେଇ ଚାଷୀ ପି.ଶିବଶଙ୍କର,କିଶୋର ଜେନା,ପି.ଦଣ୍ଡ, ଇ. ନରସିଂହ, ଇ.ସିମାଦ୍ରି,ପି.ଅର୍ଜୁନ,ଭୀମ ଗୌଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି।

ଏନେଇ ରେଞ୍ଜରଙ୍କୁ ପଚାରିବାରୁ ଦାବୀପତ୍ର ପାଇବା ପରେ ଦିଗପହଣ୍ଡି ବନପାଳ ସନ୍ତୋଷ ବିଷୋୟୀ ରତ୍ନଙ୍କୁ କ୍ଷତିଗସ୍ତ ଜମିଗୁଡ଼ିକୁ ପରିଦର୍ଶନ କରି ସରକାରଙ୍କ ର୍ନିଦ୍ଧାରିତ ଗାଇଡ ଲାଇନ ଅନୁଯାୟୀ ଜିଓ ଟାଗ ଫଟୋ ଉତ୍ତୋଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି। କ୍ଷୟକ୍ଷତି ଅନୁଯାୟୀ ଚାଷୀଙ୍କୁ ବନବିଭାଗ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ପାଇଁ ସେ ସୁପାରିଶ କରିବେ ବୋଲି ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଛାବାଡ଼ି ଆଶ୍ରମରେ ନନ୍ଦୋତ୍ସବ: ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ…

ଜଗନ୍ନାଥପ୍ରସାଦ,୫ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମସ୍ଥିତ ଶ୍ରୀ ଗୌରାଙ୍ଗ ରାଧାକୃଷ୍ଣ ଆଶ୍ରମ ପରିସରରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri