‘ପାସେଞ୍ଜର ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା’

ଭଦ୍ରକ,୨୧।୧୦(ସନାତନ ରାଉତ): ରେଳ ବିଭାଗର ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ରେଳ ଉପଭୋକ୍ତା କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଅଫିସ୍‌ ଆଗରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶାରେ ପାସେଞ୍ଜର ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆଣି ଏହାର ପ୍ରତିବାଦରେ ଭଦ୍ରକ ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂର୍ବରୁ ମୁଖ୍ୟ ମହାପ୍ରବନ୍ଧକଙ୍କୁ ୨୦୨୨ ଏପ୍ରିଲ ୨୬ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଭଦ୍ରକ ଏମ୍‌ପିଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। କିଛି ସୁଫଳ ନ ମିଳିବାରୁ ଓଡ଼ିଶା ରେଳ ଉପଭୋକ୍ତା କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବା ସହ ମୁଖ୍ୟ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍‌ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ସଭାପତିଙ୍କ ସମେତ ଅର୍ଜୁନ ସାମନ୍ତରାୟ, ସୌମ୍ୟରଞ୍ଜନ ପ୍ରଧାନ, ସୌମ୍ୟରଞ୍ଜନ ଶ୍ରୀଚନ୍ଦନ, ଦେବୀକିଙ୍କର ପାଣିଗ୍ରାହୀ, ଅପର୍ଣ୍ଣା ନାୟକ, ରମାକାନ୍ତ ମଣ୍ଡଳ ପ୍ରମୁଖ ଏଥିରେ ସାମିଲ ଥିଲେ। ପଶ୍ଚିମବଙ୍ଗରେ ପାସେଞ୍ଜର ଟ୍ରେନ୍‌ରେ ସର୍ବନିମ୍ନ ୫ଟଙ୍କା ଭଡ଼ା ନିଆଯାଉଥିବା ବେଳେ ଓଡ଼ିଶାରେ ୩୦ ଟଙ୍କା କାହିଁକି ନିଆଯାଉଛି, ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସମସ୍ତ ସୁବିଧା ପୁନର୍ବାର କାର୍ଯ୍ୟକାରୀ, ଏକ୍ସପ୍ରେସ ଓ ପାସେଞ୍ଜର ଅଧିକ ସଂଖ୍ୟକ ବଗି ସଂଯୋଗ କରାଯିବା ଆଦି ଦାବି ବିଷୟରେ ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri