ଲକ୍‌ଡାଉନ ବୃଦ୍ଧି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ ଅଧିକ ହେଲା ନାହିଁ। ତେଣୁ ଆଉ କିଛିଦିନ ଲକ୍‌ଡାଉନ୍‌ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ସଂକ୍ରମଣ ପିକ୍‌ ଅତିକ୍ରମ କରିସାରିଲାଣି। ଲକ୍‌ଡାଉନ୍‌ ଠିକ୍‌ ସମୟରେ ହୋଇଥିବାରୁ ଟିପିକାଲ ପିକ୍‌ ହେଲାନାହିଁ। ବର୍ତ୍ତମାନ ସଂକ୍ରମଣ ହାର ହ୍ରାସ ପାଇଛି। ପିକ୍‌ବେଳେ ସଂକ୍ରମଣ ହାର ୨୬ ପ୍ରତିଶତ ଥିବାବେଳେ ଏବେ ୧୪ ପ୍ରତିଶତ ରହିଛି। ଆଗକୁ ଆହୁରି କମିବ। ତେବେ ବର୍ତ୍ତମାନ ଯେଉଁଭଳି ଭାବେ କଟକଣା ରହିଛି ତାହା ଜାରି ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ନିର୍ଦ୍ଦେଶାବଳୀ ଅନୁସାରେ, ସଂକ୍ରମଣ ହାର ୫ ପ୍ରତିଶତକୁ ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରିବା ଉଚିତ ନୁହେଁ। ଆଉ ଦୁଇ ସପ୍ତାହ ଅନ୍ତତଃ ଲକ୍‌ଡାଉନ କରାଯାଉ। ତା’ପରେ ସ୍ଥିତିକୁ ଦେଖି କଟକଣା ହଟେଇବାକୁ ପଡ଼ିବ। ସେହିଭଳି ଆସନ୍ତା ତିନି ଚାରି ମାସରେ ବୃହତ୍‌ ଭାବରେ ଟିକାକରଣ କରାଗଲେ ତୃତୀୟ ଲହର ଆସିବ ନାହିଁ। ଯଦି ଆସେ ତେବେ ଏହାର ପ୍ରଭାବ ପଡ଼ିବନି ବୋଲି ଡା. ମିଶ୍ର କହିଛନ୍ତି।

ବାତ୍ୟା ପରଠାରୁ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା କମ୍‌ ରହୁଛି। କମ୍‌ ଟେଷ୍ଟିଂ ଯୋଗୁ କମ୍‌ ସଂକ୍ରମିତ ଚିହ୍ନଟ ହେଉଥିବା କୁହାଯାଉଛି। ପୂର୍ବରୁ ୧୦ହଜାର ଉପରେ ଚିହ୍ନଟ ହେଉଥିବାବେଳେ ୩ଦିନ ହେବ ଏହା ତଳକୁ ରହୁଛି। କିନ୍ତୁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଗତ ୨୪ଘଣ୍ଟାରେ ମଧ୍ୟ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୧୩୪ଜଣ ରହିଥିବାବେଳେ କଟକରୁ ୬୯୦, ଅନୁଗୋଳ ୫୧୫, ପୁରୀ ୪୫୭, ଯାଜପୁର ୪୦୬, ମୟୂରଭଞ୍ଜ ୩୨୦, ବରଗଡ଼ ୨୭୧, ବୌଦ୍ଧ ୨୫୭, ଢେଙ୍କାନାଳ ୨୫୫, ନୟାଗଡ଼ ୨୪୨, ନବରଙ୍ଗପୁର ୨୧୬ ଓ କୋରାପୁଟରୁ ୨୦୨ଜଣ ରହିଛନ୍ତି। ରାଜ୍ୟର ବାକିସବୁ ଜିଲାରେ ଦୁଇଶହଠାରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚତ୍ଛି। ସେହିଭଳି ୩୫ଜଣ ମୃତକଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ ୫ଜଣ ଥିବାବେଳେ ରାୟଗଡ଼ା ଓ କଳାହାଣ୍ଡିରୁ ୪ଜଣ ଲେଖାଏ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ନବରଙ୍ଗପୁରରୁ ୩ଜଣ ଲେଖାଏ, ବୌଦ୍ଧ, ଜଗତ୍‌ସିଂହପୁର ଓ କୋରାପୁଟରୁ ୨ଜଣ ଲେଖାଏ, କଟକ, ମାଲକାନଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୬୮୬କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଶନିବାର ଆଉ ୧୧,୫୧୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଆରୋଗ୍ୟ ସଂଖ୍ୟା ୬,୫୮,୬୪୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୮୫,୭୫୮ଜଣ ସକ୍ରିୟ ରୋଗୀ ରହିଛନ୍ତି। ସକ୍ରିୟ ରୋଗୀ କମିବା ପରେ ନୂଆପଡ଼ା ଜିଲା ୟେଲୋ ଜୋନ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଚାଲିଯାଇଛି। ଏହି ଜିଲାରେ ଏବେ ସର୍ବନିମ୍ନ ୪୭୩ଜଣ ସକ୍ରିୟ ରୋଗୀ ରହିଛନ୍ତି। ଦ୍ୱିତୀୟ ଲହର ଆରମ୍ଭରୁ ନୂଆପଡ଼ା ସମେତ ଛତିଶଗଡ଼ର ସୀମାନ୍ତ ଜିଲାରେ ଦୈନିକ ସଂକ୍ରମଣ ସର୍ବାଧିକ ରହୁଥିଲା। ରାଜ୍ୟ ସରକାର ସୀମା ସିଲ୍‌ କରିବାକୁ ବାଧ୍ୟ ହୋଇଥିଲେ। ଏବେ କିନ୍ତୁ ଏସବୁ ସ୍ଥାନରେ କମ୍‌ ସଂକ୍ରମଣ ଚିହ୍ନଟ ହୋଉଛନ୍ତି। ତେବେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୨,୨୯୮ଜଣ ସକ୍ରିୟ ରୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri