ଅଭିଜ୍ଞ ସୁଦାନ

Dillip Cherian

ପ୍ରୀତି ସୁଦାନ ୟୁପିଏସ୍‌ସି(ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ବିବାଦୀୟ ପରିସ୍ଥିତିରେ ଡ. ମନୋଜ ସୋନୀ ଏହି ପଦବୀରୁ ଇସ୍ତଫା ଦେବା ପରେ ସୁଦାନ ଦାୟିତ୍ୱ ନେଇଛନ୍ତି । ଏବେ କମିଶନର ବିଶ୍ୱସନୀୟତା ପୁନଃସ୍ଥାପିତ କରିବା ତାଙ୍କ ପାଇଁ ଏକ ଆହ୍ବାନ ହୋଇଛି। ସୋନୀଙ୍କ କାର୍ଯ୍ୟକାଳ ୫ ବର୍ଷ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ପୂରଣ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଟ୍ରେନି ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ଜାଲିଆତି ଘଟଣା ସହ ସୋନୀଙ୍କ ଇସ୍ତଫାର ସମ୍ପର୍କ ରହିଛି। ପୂଜା ଅସାଧୁ ଉପାୟରେ ୧୨ ଥର ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଥିଲା; ଯାହା ଅନୁମତିପ୍ରାପ୍ତ ପ୍ରୟାସଠାରୁ ଯଥେଷ୍ଟ ଅଧିକ। ଏହିି ଜାଲିଆତି ୟୁପିଏସ୍‌ସିର ଛବିକୁ କ୍ଷତି ପହଞ୍ଚାଇଛି ଏବଂ ଏବେଠାରୁ ସବୁକିଛି ସଞ୍ଚାଳନ କରିବା ସୁଦାନଙ୍କ ନେତୃତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ୧୯୮୩ ବ୍ୟାଚ୍‌ ଆନ୍ଧ୍ର କ୍ୟାଡର୍‌ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୁଦାନଙ୍କର ବ୍ୟାପକ ଅଭିଜ୍ଞତା ଅଛି। କୋଭିଡ୍‌-୧୯ ମହାମାରୀ ସମୟରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ସାମ୍ପ୍ରତିକ ଇତିହାସରେ ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୨୦୨୨ରେ ସୁଦାନ ୟୁପିଏସ୍‌ସିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଅଧିକ ସ୍ବଚ୍ଛ ଓ ପୁନର୍ଗଠନ ପାଇଁ କମିଶନକୁ ଆଗେଇନେବାର କଠିନ କାର୍ଯ୍ୟ ତାଙ୍କ ସମ୍ମୁଖରେ ରହିଛି। ସୁଦାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚରେ ଶେଷ ହେବ । ଏହା ଅପେକ୍ଷାକୃତ କମ୍‌ ସମୟ, କିନ୍ତୁ ତାଙ୍କଠାରୁ ଅଧିକ କିଛି ଆଶା କରାଯାଉଛି। ସୁଦାନଙ୍କ ଅଭିଜ୍ଞତା, ବିଶେଷକରି ମହାମାରୀ ସମୟରେ ତାଙ୍କ ରଣନୀତିକ ବିଚକ୍ଷଣତା ପୁନର୍ବାର ୟୁପିଏସ୍‌ସି ଉପରେ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ସହ ଏବକାର ସଙ୍କଟରୁ ମୁକାଳି ତାହାକୁ ଆହୁରି ଦୃଢ଼ କରିବାରେ ସହାୟକ ହେବ।

ଅପ୍ରତ୍ୟାଶିତ ପରିବର୍ତ୍ତନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅପ୍ରତ୍ୟାଶିତ ଭାବେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ ନୀତିନ ଅଗ୍ରଓ୍ବାଲ ଏବଂ ତାଙ୍କ ଡେପୁଟି ତଥା ସ୍ବତନ୍ତ୍ର ମହାନିର୍ଦ୍ଦେଶକ (ପଶ୍ଚିମ) ଓ୍ବାଇ.ବି. ଖୁରାନିଆଙ୍କୁ ପଦବୀରୁ ହଟାଇ ସେମାନଙ୍କ ରାଜ୍ୟ କ୍ୟାଡର୍‌କୁ ପଠାଇଦେଇଛି। ଏହି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୯୮୯ ବ୍ୟାଚ୍‌ କେରଳ କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ଅଗ୍ରଓ୍ବାଲ ଗତବର୍ଷ ଜୁନ୍‌ରୁ ବିଏସ୍‌ଏଫ୍‌ର ଶୀର୍ଷ ପଦବୀରେ ରହିଥିଲେ ଏବଂ ୧୯୯୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ଖୁରାନିଆ ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌ ଅପରେଶନର ଇନ୍‌ଚାର୍ଜ ଥିଲେ। ଏହି ଆକସ୍ମିକ ପଦକ୍ଷେପକୁ ନେଇ ଲୋକେ ଚର୍ଚ୍ଚା କରୁଛନ୍ତି ଏବଂ ଏହା ପଛର ପ୍ରକୃତ ରହସ୍ୟ କ’ଣ ରହିଛି ତାହା ଅନେକ ଜାଣିବାକୁ ଚାହଁୁଛନ୍ତି। ଅଗ୍ରଓ୍ବାଲ ଅବସର ସମୟ ଆଉ ଦୁଇ ବର୍ଷ ବାକି ଥିବାବେଳେ ଏଭଳି ନିଷ୍ପତ୍ତି ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କେତେଜଣ ବିଶ୍ୱାସ କରନ୍ତି ଯେ, ନିକଟରେ ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଥିବା ଉଗ୍ରବାଦୀ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଏଭଳି ପଦକ୍ଷେପ ନିଆଯାଇଛି। ଉଲ୍ଲେଖନୀୟ ଯେ, ଜମ୍ମୁ-କଶ୍ମୀରରେ ଉଗ୍ରବାଦୀ ମୁକାବିଲାରେ ବିଏସ୍‌ଏଫ୍‌ ଆଗରେ ରହିଛି। ଖୁରାନିଆ କେରଳକୁ ଫେରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ନେଇପାରନ୍ତି ବୋଲି ଗୁଞ୍ଜରଣ ବି ସୃଷ୍ଟି ହୋଇଛି। କିନ୍ତୁ ଏକ ସମୟରେ ଉଭୟ ଅଧିକାରୀଙ୍କୁ ହଠାତ୍‌ ହଟାଇ ଦିଆଯିବା ଘଟଣାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସୀମା ସୁରକ୍ଷାକୁ ନେଇ ବହୁ ସମସ୍ୟା ବିଶେଷକରି ଅଧିକ ଅନୁପ୍ରବେଶ ବଢ଼ୁଥିବାରୁ, ସେ ସବୁକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯାଇଥାଇପାରେ ବୋଲି ଅନେକେ ଭାବୁଛନ୍ତି। ଏହି ପଦକ୍ଷେପ ପଛର କାରଣ ସମ୍ପର୍କରେ ସରକାର ଅଧିକ କିଛି କହିନାହାନ୍ତି।

କେ.କେ. ଭରସା ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ତେଲଙ୍ଗାନା, ରାଜସ୍ଥାନ, ସିକିମ୍‌, ଝାଡ଼ଖଣ୍ଡ ଓ ଛତିଶଗଡ଼ ସମେତ ଅନେକ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲେ। ପୁଡୁଚେରୀ ଓ ଚଣ୍ଡିଗଡ଼ର ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ସବୁ ନିଯୁକ୍ତି ମଧ୍ୟରେ ଅଧିକ କୌତୂହଳପୂର୍ଣ୍ଣ ହେଉଛି କେ. କୈଳାସ ନାଥନଙ୍କ ନିଯୁକ୍ତି। ଗୁଜରାଟର ସବୁଠୁ ପ୍ରଭାବଶାଳୀ ଅମଲାତନ୍ତ୍ରୀମାନଙ୍କ ମଧ୍ୟରେ କୈଳାସ ନାଥନ ଅନ୍ୟତମ ଓ ତାଙ୍କୁ ପୁଡୁଚେରୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। କୈଳାସ ନାଥନ କେ.କେ. ନାମରେ ବେଶ୍‌ ଜଣାଶୁଣା। ସେ ୨୦୧୩ରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସର ନେଇଥିଲେ। ସେବେଠାରୁ ସେ ପ୍ରଶାସନିକ କ୍ଷେତ୍ରରେ ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ରହିଆସିଛନ୍ତି। ବର୍ତ୍ତମାନ ପୁଡୁଚେରୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ତାଙ୍କ ନିଯୁକ୍ତି ଦର୍ଶାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏବେ ବି ତାଙ୍କର ଗୁରୁତ୍ୱ ରହିଛି। କେ.କେ. ଅବସର ପରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପ୍ରମୁଖ ସଚିବ ହୋଇଥିଲେ। ତାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏହି ପଦବୀ ସୃଷ୍ଟି କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଚାରିଜଣ ମୁଖ୍ୟମନ୍ତ୍ରୀ – ନରେନ୍ଦ୍ର ମୋଦି, ଆନନ୍ଦିବେନ ପଟେଲ, ବିଜୟ ରୂପାନି ଏବଂ ଭୂପେନ୍ଦ୍ର ପଟେଲଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ଏହାସତ୍ତ୍ୱେ କେ.କେ. ଲଗାତର ମୋଦିଙ୍କର ଜଣେ ବିଶ୍ୱସ୍ତ ରହିଥିବା ଦେଖାଯାଉଛି ଏବଂ ସେ ଅହମ୍ମଦାବାଦ ଓ ନୂଆଦିଲ୍ଲୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍‌ ଭାବରେ କାର୍ଯ୍ୟ କରୁଛନ୍ତି। ଗୁଜରାଟର ପ୍ରଶାସନିକ ଦୃଶ୍ୟପଟରେ କେ.କେ.ଙ୍କ ପ୍ରଭାବ ଦୀର୍ଘଦିନ ହେବ ରହିଆସିଛି ଏବଂ ତାଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସ ଓ ଭରସା ଜାରି ରହିଛି ବୋଲି ଏବକାର ନିଯୁକ୍ତି ସ୍ପଷ୍ଟ କରୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?