Posted inଜାତୀୟ

କଶ୍ମୀରୀ ଗଢ଼ିବେ ନିଜ ସରକାର

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ୨୦୧୪ ନଭେମ୍ବର ୨୫ରୁ ଡିସେମ୍ବର ୨୦ ମଧ୍ୟରେ ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ମଧ୍ୟରୁ ୮୭ଟିରେ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୦ ଜାନୁୟାରୀ ୧୯ରେ ବିଧାନସଭାର ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ଏହା ପୂର୍ବରୁ ୨୦୧୮ ଜୁନ୍‌ ୧୯ରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ନେତୃତ୍ୱାଧୀନ ମେଣ୍ଟ ସରକାରରୁ ଭାଜପା ସମର୍ଥନ ପ୍ରତ୍ୟାହାର କରିବା ପରେ ଉପତ୍ୟକାରେ କେନ୍ଦ୍ରୀୟ ଶାସନ ଜାରି ହୋଇଥିଲା। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦକରି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଗତବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ଟିମ୍‌ ୩ ଦିନିଆ କଶ୍ମୀର ଗସ୍ତକରି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜୀବ ଶ୍ରୀନଗରରେ ପ୍ରସ୍ତୁତି ସମୀକ୍ଷା ପରେ ଶୁକ୍ରବାର କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ସେମାନଙ୍କ ନିଜସ୍ବ ସରକାର ଗଠନର ସୁଯୋଗ ଦେବା ସମୟ ଉପନୀତ।
ଦୀର୍ଘ ୧ ଦଶନ୍ଧିର ବ୍ୟବଧାନ ପରେ ନିଜ ସରକାର ଗଢ଼ିବାକୁ ଯାଉଛନ୍ତି ଜମ୍ମୁ-କଶ୍ମୀରବାସୀ। ଏଥିପାଇଁ ଉପତ୍ୟକାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଲାଣି। ସିଇସି ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଜମ୍ମୁ-କଶ୍ମୀରର ସବୁ ରାଜନୈତିକ ଦଳ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ମତ ଦେଇଛନ୍ତି। ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କୌଣସି ଅନ୍ତଃ କିମ୍ବା ବାହ୍ୟ ଶକ୍ତିକୁ ଗଣତାନ୍ତ୍ରିକ  ପ୍ରକ୍ରିୟାରେ ବାଧା ସୃଷ୍ଟି ପାଇଁ ଅନୁମତି ଦିଆଯିବ ନାହିଁ। ବିଧ୍ୱଂସକ ତତ୍ତ୍ୱଙ୍କୁ କଶ୍ମୀରବାସୀ ମୁହଁତୋଡ଼ ଜବାବ ଦେବେ। ଏଥିପାଇଁ ଆମେ ସମସ୍ତେ ପ୍ରସ୍ତୁତ ବୋଲି ଦୁଇ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାର ଏବଂ ଏସ୍‌.ଏସ୍‌. ସାନ୍ଧୁଙ୍କ ଉପସ୍ଥିତିରେ ସିଇସି ସ୍ପଷ୍ଟ କରିଛନ୍ତି। କମିଶନଙ୍କ ୩ ଜଣିଆ ପ୍ରତିନିଧି ଦଳ ଏହି ଗସ୍ତବେଳେ ନିର୍ବାଚନ ସକାଶେ ପ୍ରଶାସନିକ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଶୁକ୍ରବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରତିନିଧି ଦଳ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଅଟଳ ଦୁଲ୍ଲୋ ଏବଂ ପୋଲିସ ମହାନିର୍ଦ୍ଦେଶକ ଆର୍‌.ଆର୍‌. ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି।
ଇତିମଧ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ୧୩୨ ସଦସ୍ୟ ବିଶିଷ୍ଟ ପ୍ରଚାର କମିଟି ଘୋଷଣା କରିଛି। ନିକଟରେ ଲୋକ ସଭାରେ ଭାଜପାର ହୁଇପ୍‌ ନିଯୁକ୍ତ ହୋଇଥିବା ଏମ୍‌ପି ଯୁଗଳ କିଶୋର ଶର୍ମାଙ୍କୁ ନିର୍ବାଚନ ପ୍ରଚାର କମିଟିରେ ଅଧ୍ୟକ୍ଷ ରଖାଯାଇଛି। ଜମ୍ମୁ-କଶ୍ମୀର ଭାଜପା ସଭାପତି ରବୀନ୍ଦ୍ର ରୈନା ଏବଂ ମାନିଫେଷ୍ଟୋ କମିଟିର ସଦସ୍ୟମାନେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ‘ଜମ୍ମୁ-କଶ୍ମୀରର ଆହ୍ବାନ’ ଶୀର୍ଷକ  ଦଳୀୟ ଇସ୍ତାହାର ଉନ୍ମୋଚନ କରିଛନ୍ତି। ସେହିପରି ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଳକ୍‌ ପକ୍ଷରୁ ମଧ୍ୟ ଜୁଲାଇ ୩୦ରେ ଆଗାମୀ ନିର୍ବାଚନ ପାଇଁ  ମିଳିତ ଇସ୍ତାହାର ପ୍ରକାଶ କରାଯାଇଛି।
ପ୍ରକାଶ ଯେ, ସୀମା ପୁନଃ ନିର୍ଦ୍ଧାରଣ ସମେତ ବିଭିନ୍ନ କାରଣରୁ କଶ୍ମୀର ବିଧାନସଭା ନିର୍ବାଚନ ହୋଇପାରି ନ ଥିଲା। ଡିଲିମିଟେଶନ୍‌ ପ୍ରକ୍ରିୟା ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇ  ୨୦୨୨ ମେ’ରେ ସମ୍ପୂର୍ଣ୍ଣ ହୋଇଥିଲା। ବିଧାନସଭା ନିର୍ବାଚନ ପରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ କ୍ଷମତା ସଙ୍କୁଚିତ ହୋଇଯିବା ଜାଣି କେନ୍ଦ୍ର ସରକାର ନିକଟରେ ଆଇନରେ ସଂଶୋଧନ ଆଣି ତାଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଡର? ସେଇଟା ପୁଣି କଣ… କୋଚ୍‌ ଗମ୍ଭୀର ଟିମ୍‌ ଇଣ୍ଡିଆର ବିଜୟକୁ କାହିଁକି କହିଲେ ବହୁତ ଖାସ୍‌…

ନୂଆଦିଲ୍ଲୀ,୧।୧୧: ସିରିଜ୍ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ବି ହେଉ, ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ବକ୍ତବ୍ୟ ରଖିବାରେ କେବେ ହେଲେ…

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ, ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରି…

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଚିସ୍ମିତା ବେହେରାଙ୍କ ଉପସ୍ଥିତିରେ ଏକ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର,…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଯିବ ପାଣି: ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି କରି…

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ପ୍ରବଳ ପବନ ଓ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଲେ ଇଶାନ କିଷନ

ନୂଆଦିଲ୍ଲୀ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଶସ୍ତାରେ ଆଉଟ୍ ହେବା ପରେ ବିସ୍ଫୋରକ…

ଗିଡ଼ିପାବାଲି, ଡାଙ୍ଗେଶିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ଆହୁରି ୧୧ ଜଣଙ୍କ ପତ୍ତା ଏବେ ବି ମିଳୁନି

ଭଞ୍ଜନଗର,୧ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଘଟିଥିବା ଭୂସ୍ଖଳନ ଘଟଣାରେ ରବିବାର ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଗିଡ଼ିପାବାଲି…

ଭଉଣୀ ଘରେ ଛାଡ଼ି ଦେବାକୁ କହି ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ୨ ଅଭିଯୁକ୍ତଙ୍କୁ ଗିରଫ କରି…

ମାର୍ଶାଘାଇ,୧ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମାନସିକ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ…

ଦଶପଲ୍ଲାରେ ଚାଞ୍ଚଲ୍ୟ: ୩ ଦିନ ଧରି ନିଖୋଜ ବିରଞ୍ଚିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର, ଘଟଣାସ୍ଥଳରେ…

ନୟାଗଡ଼,୧।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ଟାକରା ପଞ୍ଚାୟତ ଅସନିବେରେଣା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୩ ଦିନ ଧରି ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?