Posted inଫୁରସତ

ଦାମୀ ଛତା: ଦେଖିବାକୁ ଆକର୍ଷଣୀୟ, ଦର ଆକାଶଛୁଆଁ

ଖରାଦିନ ହେଉ ଅବା ବର୍ଷାଦିନ ଛତାର ଆବଶ୍ୟକତା ସବୁବେଳେ ରହିଥାଏ। ସେଥିପାଇଁ ଏହାର ଚାହିଦାକୁ ଲକ୍ଷ୍ୟ କରି କେତେ ନୂଆ ନୂଆ ଡିଜାଇନ୍‌ର ଛତା ମାର୍କେଟ୍‌କୁ ଆସେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି, ତାହା ଦେଖିବାକୁ ସିନା ଆକର୍ଷଣୀୟ ହୋଇଥାଏ ହେଲେ ତାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ। କାରଣ ଏଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ଦାମୀ ଛତା, ଯାହାର ଦର ରହିଛି ବେଶ୍‌ ଆକାଶଛୁଆଁ…

*ପସୋଟ୍ଟି ଇଟାଲିଆନ୍‌ ଅମ୍ବ୍ରେଲା ଉଇଥ୍‌ ସ୍ବରୋଭସ୍କି କ୍ରିଷ୍ଟାଲ୍ସ: ପସୋଟ୍ଟି ହେଉଛି ଏକ ଲୋକପ୍ରିୟ ଇଟାଲିଆନ୍‌ କମ୍ପାନୀ, ଯାହା ୧୯୫୬ ମସିହାରୁ ଉତ୍ତମ କ୍ୱାଲିଟି ଯୁକ୍ତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀମାନ ବିକ୍ରି କରିଆସୁଛି। ଆକର୍ଷଣୀୟ ଦାମୀ ଛତା ତିଆରି କରିବାରେ ମଧ୍ୟ ଏହି କମ୍ପାନୀର ବେଶ୍‌ ନାଁ ରହିଛି। ସ୍ବରୋଭସ୍କି କମ୍ପାନୀ ସହ କଣ୍ଟ୍ରାକ୍ଟ ସାଇନ୍‌ କରି ପ୍ରତିବର୍ଷ ଏହା ଅଳ୍ପ କିଛି ପରିମାଣରେ ଛତା ତିଆରି କରିଥାଏ। କ୍ୱାଣ୍ଟିଟି ତୁଳନାରେ କ୍ୱାଲିଟିକୁ ଗୁରୁତ୍ୱ ଦେଉଥିବାରୁ ଏହି କମ୍ପାନୀ ଛତାର ବେଶ୍‌ ଚାହିଦା ମଧ୍ୟ ରହିଥାଏ। ମୁଖ୍ୟତଃ ଏହି କମ୍ପାନୀ ଛତାର ହ୍ୟାଣ୍ଡେଲ୍‌ ଓ କନାର ଉପରି ଭାଗରେ ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଲଗାଯାଇଥିବାରୁ ଏହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିବା ସହ ଦାମ୍‌ ବି ପ୍ରାୟ ୩୬୦ ଡଲାର୍‌ ଉପରକୁ ରହିଥାଏ।

*ଆଇଏଲ୍‌ ମାର୍ଚ୍ଚେସାଟୋ ପିୟୋର୍‌ ସିଲ୍କ ଆଣ୍ଡ ସ୍ବରୋଭସ୍କି ଅମ୍ବ୍ରେଲା: ଆଇଏଲ୍‌ ମାର୍ଚ୍ଚେସାଟୋ ହେଉଛି ଜର୍ମାନୀସ୍ଥିତ ଏକ ଲୋକପ୍ରିୟ ଛତା ତିଆରି କମ୍ପାନୀ। ଏହା ମୁଖ୍ୟତଃ ପିୟୋର୍‌ ସିଲ୍କ କପଡ଼ାରେ ଛତାମାନ ତିଆରି କରିଥାଏ। ଖାସ୍‌କରି ଏହି କମ୍ପାନୀ ଦ୍ୱାରା ତିଆରି କରାଯାଇଥିବା ଛତାର ହ୍ୟାଣ୍ଡେଲ୍‌ ପାଖରେ ଲାଗିଥିବା ସୁନେଲି ରଙ୍ଗର ଏକ ଫ୍ରେମ୍‌ ଏବଂ ତା’ଉପରେ ରହିଥିବା ନାଲି ରଙ୍ଗର ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଜେମ୍ସ ଷ୍ଟୋନ ଛତାକୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ସେଥିପାଇଁ ଉକ୍ତ ଛତାର ଦର ପ୍ରାୟ ୩୮୫ ଡଲାରରୁ ଊର୍ଦ୍ଧ୍ୱ ରହିଥାଏ।

*ମାଗ୍‌ଲିଆ ଫ୍ରାନ୍ସେସ୍କୋ ବ୍ଲାକ୍‌ ଓ୍ବାଚ୍‌ ସ୍ପୋଟର୍‌ସ ଅମ୍ବ୍ରେଲା: ସୂଚନାନୁଯାୟୀ, ମାଗ୍‌ଲିଆ ଫ୍ରାନ୍ସେସ୍କୋ ହେଉଛି ଏକ ଲୋକପ୍ରିୟ ଛତା କମ୍ପାନୀ; ଯାହା ପିୟୋର୍‌ କଟନ୍‌ ଓ ସଲିଡ୍‌ ଉଡ୍‌ର ସହାୟତାରେ ଛତାମାନ ତିଆରି କରିଥାଏ। ତେବେ ଏହି କମ୍ପାନୀ ଦ୍ୱାରା ତିଆରି କରାଯାଉଥିବା ଛତାର ବିଶେଷତ୍ତ୍ୱ ହେଉଛି ଏହାର ହ୍ୟାଣ୍ଡେଲ୍‌ରେ ଲାଗିଥିବା ଏକ ସ୍ବତନ୍ତ୍ର ଧରଣର ଷ୍ଟାଣ୍ଡ ଫ୍ରେମ୍‌, ଯାହା କି ଛତାକୁ ସିଧାକରି ରଖିବାରେ ବେଶ୍‌ ସହାୟକ ହୋଇଥାଏ। ତେବେ ଏହି ଛତାର ମୂଲ୍ୟ ମାର୍କେଟ୍‌ରେ ପ୍ରାୟ ୪୫୦ ଡଲାର ରହିଛି।

*ଆଲେକ୍‌ଜାଣ୍ଡର୍‌ ମାକକୁଇନ୍‌ ସ୍କଲ୍‌ ହ୍ୟାଣ୍ଡେଲ୍‌ ଅମ୍ବ୍ରେଲା: ଆଲେକ୍‌ଜାଣ୍ଡର ମାକକୁଇନ୍‌ ଇଟାଲିସ୍ଥିତ ଏମିତି ଏକ କମ୍ପାନୀ, ଯିଏ କି ଅଜବ ଡିଜାଇନ୍‌ର ଛତା ତିଆରି କରିବାରେ ବେଶ୍‌ ନାଁ ହାସଲ କରିପାରିଛି। ଖାସ୍‌କରି ଛତାର ହ୍ୟାଣ୍ଡେଲ୍‌ରେ ମଣିଷଙ୍କ ଖପୁରି ସଦୃଶ ଡିଜାଇନ୍‌ କରାଇବାରେ ଏହି କମ୍ପାନୀ ଭଲ ନାଁ କମାଇପାରିଛି। ତା’ସାଙ୍ଗକୁ ସେହି ଆର୍ଟିଫିସିଆଲ୍‌ ଖପୁରି ଉପରେ ସୁନେଲୀ ରଙ୍ଗର କୋଟ୍‌ ଦେଇ ତାହାକୁ ଆହୁରି ଆକର୍ଷଣୀୟ କରାଇବାରେ ଏହି କମ୍ପାନୀ ଖୁବ୍‌ ସିଦ୍ଧହସ୍ତ। ସେଥିପାଇଁ ଏହି ଛତାର ଦର ପ୍ରାୟ ୫୬୫ ଡଲାର ରହିଥାଏ।

*ବର୍‌ବେରୀ ନୁବକ୍‌ ଡକ୍‌ ହ୍ୟାଣ୍ଡେଲ୍‌ ଅମ୍ବ୍ରେଲା: ଏହା ଏକ ବ୍ରିଟିଶ୍‌ ବ୍ରାଣ୍ଡର କମ୍ପାନୀ, ଯିଏ କି ଦାମୀ ବ୍ୟାଗ୍‌, କୋଟ୍‌ , ସ୍କାର୍ଭସ୍‌ ତଥା ଛତା ତିଆରି କରିବାରେ ବେଶ୍‌ ମାହିର। ବିଶେଷକରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କମ୍ପାନୀ ଅଜବ ଡିଜାଇନ୍‌ର ଛତା ତିଆରି କରିଥାଏ। ବିଶେଷକରି ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ପ୍ଲାଟିନମ୍‌ କୋଟ୍‌ର ବତକ ମୁହଁ ସଦୃଶ ଛତାର ହ୍ୟାଣ୍ଡେଲ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ଏହାର ଦାମ୍‌ ବି ଟିକେ ଅଧିକ ଥାଏ ଅର୍ଥାତ୍‌ ପ୍ରାୟ ୮୫୦ ଡଲାର ରହିଥାଏ ଏହି ଛତାର ଦର।

*ବିଲିଅନେୟାର୍‌ କୌଟୁର୍ସ କ୍ରକୋଡାଇଲ୍‌ ସ୍କିନ୍‌ ଅମ୍ବ୍ରେଲା: ଏହାକୁ ଦୁନିଆର ସବୁଠାରୁ ଦାମୀ ଛତା ଭାବେ ପରିଗଣିତ କରାଯାଇଥାଏ। କାରଣ ଏହି ଛତାଟି କୁଆଡ଼େ କୁମ୍ଭୀର ଚମଡ଼ାରେ ତିଆରି। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୧୫,୦୦୦ ଡଲାର ରଖାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri