ମହଙ୍ଗା ବିବାହ: ଏହି ସେଲିବ୍ରେଟି କପଲଙ୍କ ଖର୍ଚ୍ଚ ଜାଣିଲେ…

ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯଦି ସେମାନଙ୍କ ବିବାହକୁ ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ବିବାହ କୁହାଯାଏ, ତେବେ କିଛି ଭୁଲ ହେବ ନାହିଁ । ଜାଣନ୍ତୁ ସେ ସମ୍ପର୍କରେ…

ସୂର୍ଯ୍ୟ, ଜ୍ୟୋତିିକା
ତାମିଲର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ସୂର୍ଯ୍ୟ ହେଉଛନ୍ତି ଅନ୍ୟତମ। ସେ ଯୁବପିଢ଼ିଙ୍କ ପ୍ରିୟ ଅଟନ୍ତି। ୨୦୦୬ରେ ସୂର୍ଯ୍ୟ ଅଭିନେତ୍ରୀ ଜ୍ୟୋତିିକାଙ୍କୁ ବିବାହ କରିଥିଲେ। ଏଥିରେ ଜ୍ୟୋତିଙ୍କ ଶାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କୁହାଯାଏ କେବଳ ତାଙ୍କ ଶାଢ଼ିର ମୂଲ୍ୟ ୩ ଲକ୍ଷ ଥିଲା।

ଐଶ୍ୱର୍ଯ୍ୟା, ଧନୁଷ
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ସାଉଥ୍‌ ଅଭିନେତା ଧନୁଷଙ୍କୁ ବିବାହ କରିଥିଲେ। ଏହି ବିବାହ ବହୁତ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ଏହି ବିବାହରେ କେବଳ ସାଉ୍‌ଥ ଇଣ୍ଡଷ୍ଟ୍ରିର ଷ୍ଟାର ନୁହନ୍ତି ବରଂ ବଲିଉଡ କଳାକାର ମଧ୍ୟ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ ଏବଂ ଜୟା ମଧ୍ୟ ଏହି ବିବାହରେ ପହଞ୍ଚିଥିଲେ।

ସ୍ନେହା, ପ୍ରସନ୍ନ
ସ୍ନେହା ଏବଂ ପ୍ରସନ୍ନ ଦକ୍ଷିଣ ଭାରତୀୟ ଢଙ୍ଗରେ ବିବାହ କରିଥିଲେ। ବିବାହ ସମୟରେ ସ୍ନେହା ଏକ ଗୋଲ୍‌ଡେନ୍‌ କଲର ଶାଢ଼ି ସହିତ ବହୁତ ସୁନା ଅଳଙ୍କାର ପିନ୍ଧିଥିଲେ। କୁହାଯାଏ ତାଙ୍କ ଏଇ ଶାଢ଼ିର ମୂଲ୍ୟ ଦୁଇ ଲକ୍ଷ ଟଙ୍କା । ସ୍ନେହା ଏବଂ ପ୍ରସନ୍ନଙ୍କ ଏହି ବିବାହ ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ।

ବ୍ରାହ୍ମଣୀ ରେଡ୍ଡୀ, ରାଜୀବ ରେଡ୍ଡୀ
ହାଇଦ୍ରାବାଦ ବ୍ୟବସାୟୀ ବିକ୍ରମ ଦେବ ରେଡ୍ଡୀଙ୍କ ପୁଅ ରାଜୀବ ବ୍ରାହ୍ମଣୀଙ୍କୁ ବିବାହ କରିଥିଲେ। କୁହାଯାଏ ତାଙ୍କ ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ।

ଆଲୁ ଅର୍ଜୁନ,ସ୍ନେହା ରେଡ୍ଡୀ
ଆଲୁ ଅର୍ଜୁନ ଜଣେ ପ୍ରସିଦ୍ଧ ସାଉଥ ଅଭିନେତା। ସେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଛନ୍ତି। ସ୍ନେହା ତେଲେଙ୍ଗାନା ଶିକ୍ଷାବିତ୍‌ କଞ୍ଚାରା ଚନ୍ଦ୍ରଶେଖର ରେଡ୍ଡୀଙ୍କ ଝିଅ। ସେମାନଙ୍କ ବିବାହରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ।

ରାମ ଚରଣ ତେଜା, ଉପାସନା କାମିନେନି
ଅଭିନେତା ରାମ ଚରଣ ଆପୋଲୋ ହସ୍ପିଟାଲର ସଭାପତିଙ୍କ ନାତୁଣୀ ଉପାସନା କାମିନେନିଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଅମିତାଭ ବଚ୍ଚନ, ବୋନି କପୁର, ରଜନୀକାନ୍ତଙ୍କ ସମେତ ବହୁ ବଡ କଳାକାର ଯୋଗ ଦେଇଥିଲେ। ତାଙ୍କର ଗୋଟିଏ ବିବାହ କାର୍ଡ ମୂଲ୍ୟ ୧୨୦୦ ଟଙ୍କା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ...

ଫରହା ଖାନଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ,୨୮।୧୨-ବଲିଉଡ କୋରିଓଗ୍ରାଫର୍‌ ଫରହା ଖାନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ନେଇ ସେ ସୋମବାର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ସାରା ଲେଖିଛନ୍ତି, ଏହା...

ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ...

‘କଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖି ସଲମାନ କହିଲେ…

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୯୦ରେ କଶ୍ମୀରୀ...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୫।୪: କଟକ ଫ୍ୟାମିଲି କୋର୍ଟରେ ସୋମବାର ହାଜର ହୋଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ସହ ପାରିବାରିକ...

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ...

ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ...

Advertisement
Archives

Model This Week