Posted inଫୁରସତ

ଦାମୀ ମୂର୍ତ୍ତି

ଅନେକ ଲୋକ ନିଜ ଘରେ ପୁରାତନ କଳା ସ୍ଥାପତ୍ୟରେ ତିଆରି ମୂର୍ତ୍ତିକୁ ସଜାଇବାକୁ ଭଲପାଆନ୍ତି । କିନ୍ତୁ ଏପରି କିଛି ପୁରାତନ ମୂର୍ତ୍ତି ଅଛି ଯାହା କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ଏଗୁଡ଼ିକ ହେଉଛି ବିଶ୍ୱର ଦାମୀ କଳାକୃତି ବିଶିଷ୍ଟ ମୂର୍ତ୍ତି । ଜାଣନ୍ତୁ ଏପରି କିଛି ଦାମୀ ମୂର୍ତ୍ତି ସମ୍ପର୍କରେ …

ଏଲ୍‌ହୋମି କ୍ୟୁ ମାର୍ଚ୍ଚେ : ଏ ହେଉଛି ଏକ ଚାଲୁଥିବା ମଣିଷର ମୂର୍ତ୍ତି । ଯାହାକୁ ଆଲ୍‌ବଟ୍‌ ଗିଆକୋମିଟି ୧୯୬୧ ମସିହାରେ ତିଆରି କରିଥିଲେ ଓ ଏହାର ନାମ ରଖିଥିଲେ ‘ଏଲ୍‌ହୋମି କ୍ୟୁ ମାର୍ଚ୍ଚେ ’ । ଫେବୃଆରୀ , ୨୦୧୦ ମସିହାରେ ବ୍ରାଜିଲର ବିଳାସୀ ଓ ଖ୍ୟାତି ସମ୍ପନ ମହିଳା ଲିଲି ସାଫରା ଏହାକୁ ୧୦୪.୩ ମିଲିୟନ୍‌ ଡଲାରରେ କିଣି ନେଇଥିଲେ । ଏହି ମୂର୍ତ୍ତି ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏଥିସହିିତ ଏହି ମୂର୍ତ୍ତିର ଛବି ସ୍ବିଜ୍‌ ଫ୍ରାନ୍ସର ନୋଟରେ ମଧ୍ୟ ଦେଖିବାକୁ ମିଳେ । ଶୁଣିବାକୁ ମିଳେ ଯେ, ଗିଆକୋମିଟଙ୍କ ଅନ୍ୟ ସମସ୍ତ ମଡର୍ନ ଆର୍ଟରେ ନିର୍ମିତ ମୂର୍ତ୍ତି ମଧ୍ୟରୁ କେବଳ ଏହି ମୂର୍ତ୍ତିଟି ୧୦୦ମିଲିୟନ୍‌ ଡଲାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା ।
ତେତେ : ଯେଉଁ ମାନେ ପଥର ଖୋଦିତ ମୂର୍ତ୍ତିର ପ୍ରଶଂସକ ସେମାନଙ୍କୁ ଏହି ମୂର୍ତ୍ତି ବହୁତ ଆକର୍ଷିତ କରିବ । କାରଣ ‘ତେତେ’ ହେଉଛି ଏକ ବଡ ଗୋଟିକିଆ ଚୂନ ପଥରରେ ନିର୍ମିତ ମୂର୍ତ୍ତି । ଏହି ମୂର୍ତ୍ତି ତିଆରି କରିଛନ୍ତି ବିଶିଷ୍ଟ ଇଟାଲିଆନ୍‌ ମୂର୍ତ୍ତି କାରିଗର ଆମେଡୋ ମୋଦିଗ୍ଲିଆରି । ୨୦୧୦ ମସିହାରେ ଏକ ଘରୋଇ ସଂଗ୍ରହକାରୀ ବ୍ୟକ୍ତିଙ୍କୁ ଏହି ମୂର୍ତ୍ତି ୫୯.୫ ମିଲିୟନ୍‌ ଡଲାରରେ ବିକ୍ରି କରାଯାଇଥିଲା।ଏହି ମୂର୍ତ୍ତିଟି ଆଫ୍ରିକାନ କାରିଗରୀରେ ନିର୍ମିତ ଏକ ମହିଳାର ମୂର୍ତ୍ତି ଯାହା ଆଦିବାସୀ ଚେହେରା ଯୋଗୁ ପୁରାତନ ଦେବୀଙ୍କ ମୂର୍ତ୍ତି ପରି ପ୍ରତିଫଳିତ ହୋଇଥାଏ ।
ବେଲୁନ୍‌ ଡଗ୍‌ : ଜେଫ୍‌ କୁନ୍‌ସ ହେଉଛନ୍ତି ଆଉଜଣେ ଖ୍ୟାତନାମା ଆର୍ଟିଷ୍ଟ । ସେ ସାଧାରଣତଃ ଦୈନ ଦିନ ଜୀବନରେ ବ୍ୟବହୃତ ସାମଗ୍ରୀକୁ ନେଇ ବିରାଟକାୟ ମୂର୍ତ୍ତିମାନ ତିଆରି କରିଥାନ୍ତି । ସେ ‘ବେଲୁନ୍‌ ଡଗ୍‌’ ନାମକ ଏକ ବିରାଟକାୟ କମଳା ରଙ୍ଗର ମୂର୍ତ୍ତି ତିଆରି କରିଥିଲେ, ଯାହା ତାଙ୍କ ଅନ୍ୟ କାରିଗରୀ ଅପେକ୍ଷା ବହୁତ ଭିନ୍ନ ଓ ବିରାଟ । ଯାହାର ଦାମ୍‌ ୫୮.୪ ମିଲିୟନ୍‌ ଡଲାର । ଅନ୍ୟ ମୂର୍ତ୍ତି ଅପେକ୍ଷା ଏହାର ମୂଲ୍ୟ ଥିଲା ବହୁତ ଅଧିକ । ଏହି ମୂର୍ତ୍ତି ଟି ଦେଖିବାକୁ ବେଲୁନ୍‌ରେ ତିଆରି କୁକୁର ଆକୃତିର । ଷ୍ଟିଲ୍‌ରେ ନିର୍ମିତ ଏହି ମୂର୍ତ୍ତିଟି ଥିଲା ଦାଗବିହୀନ ଓ ଚିକ୍କଣ ା
ଗୁୟେନଲ ଲାୟନେସ୍‌ : ଏହି ମୂର୍ତ୍ତିଟି ଇରାକର ବାଘାଦରୁ ଆବିଷ୍କାର କରାଯାଇଥିଲା । ଏହା ୫୦୦୦ ବର୍ଷ ତଳର ମୂର୍ତ୍ତି ଅଟେ ା
ଏହା ମେସୋପଟାମିଆ ସଭ୍ୟତା ସମୟର ଚୂନପଥରରେ ତିଆରି ମୂର୍ତ୍ତି ବୋଲି ଅନୁମାନ କରାଯାଏ । ମୂର୍ତ୍ତିଟିର ଶରୀର ମୋଟା ମାନବ ମହିଳାର ଓ ମୁଣ୍ଡ ସିଂହ ଆକୃତିର ।ଏହି ମୂର୍ତ୍ତି ସେ ସଭ୍ୟତାର ଶେଷ ମାଷ୍ଟରପିସ୍‌। ଯାହା ୨୦୦୭ ମସିହାରେ ୫୭.୨ମିଲିୟନ୍‌ ଡଲାରରେ ବିକ୍ରି କରାଯାଇଥିଲା ।
ଗ୍ରାନଗ୍ରେ ତେତେ ମିନିସ୍‌ : ଆଲ୍‌ବଟ୍‌ ଗିଆକୋମିତିଙ୍କ ଆଉ ଏକ ବିଶ୍ୱ ପ୍ରସିଦ୍ଧ ଓ ଦାମୀ ମୂର୍ତ୍ତି ‘ଗ୍ରାନଗ୍ରେ ତେତେ ମିନିସ୍‌’ । ଯାହା ୨୦୧୦ ମସିହାରେ ୫୩.୩ ମିଲିୟନ୍‌ ଡଲାରରେ ନିଲାମ ହୋଇଥିଲା । ଏହି ମୂର୍ତ୍ତି ଆଲବଟ୍‌ଙ୍କ ଅନ୍ୟ ମୂର୍ତ୍ତି ଠାରୁ ବହୁତ ଭିନ୍ନ । ଏହି ମୂର୍ତ୍ତି ଟିର ବିଶେଷତ୍ୱ ଥିଲା ଯେ,ଏହା ଦ୍ୱିରୂପକ ମୂର୍ତ୍ତି ।
କାରଣ ଏହାକୁ ଆଗ ପଟୁ ଦେଖିଲେ ଗୋଟିଏ ଚେହେରା ଏବଂ କଡରୁ ଦେଖିଲେ ଆଉ ଏକ ଚେହେରା।
ମାଦାମେ ଏଲ୍‌ଆର୍‌ : କାଠରେ ତିଆରି ଏହି ଚିକ୍କଣ ପାଲିସ୍‌ ମୂର୍ତ୍ତି ହେଉଛି ‘ମାଦାମେ ଏଲ୍‌ଆର୍‌’ ।ଏହାକୁ କୋଷ୍ଟାଟିନ୍‌ ବ୍ଲାନ୍‌କୁସି ନାମକ କାରିଗର ତିଆରି କରିଥିଲେ ।ଏହା ସିଧା ଧାର ଓ ଉପରିଭାଗ ଖଦଡ଼ ଥିବା ଏକ ମହିଳାର ଛାୟାମୂର୍ତ୍ତି ଅଟେ ।ଯାହା ୨୦୦୯ ମସିହାରେ ୩୭.୬ ମିଲିୟନ୍‌ ଡଲାରରେ ବିକ୍ରି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?