Posted inଫୁରସତ

ଦାମୀ ବ୍ରେଡ

ବ୍ରେଡ୍‌ ବା ପାଉଁରୁଟି ପ୍ରାୟ ସମସ୍ତେ ଖାଇଥିବେ। କିଏ ଏହାକୁ ସାଣ୍ଡଓ୍ବିଚ କରି ଖାଆନ୍ତି ତ କିଏ ଟୋଷ୍ଟ କରି ଖାଆନ୍ତି। ତେବେ ଏମିତିବି କିଛି ବ୍ରେଡ୍‌ ଅଛି ଯାହାକୁ ସାଧାରଣ ଲୋକ ନିଜର ଦୈନନ୍ଦିନ ଜୀବନରେ ଖାଇବା ଅସମ୍ଭବ। କାରଣ ଏସବୁର ମୂଲ୍ୟ ଖୁବ୍‌ ବେଶି…

ଦି ଗୋଲ୍ଡ ଲିଫ୍‌ ବ୍ରେଡ: ପୃଥିବୀର ସବୁଠାରୁ ଦାମୀ ବ୍ରେଡ ହେଉଛି ଗୋଲ୍ଡ ଲିଫ୍‌ ବ୍ରେଡ। ଏହାର ମୂଲ୍ୟ ୧୨୦.୭୩ ଡଲାର। ସ୍ପେନ, ଆଣ୍ଡାଲୁସିଆର ବେକର୍‌ ମୋରେନୋ ଏହାକୁ ତିଆରି କରିଛନ୍ତି। ୭୦ ବର୍ଷର ତାଙ୍କର ଏହି ଫ୍ୟାମିଲି ବେକେରୀରେ ସେମାନେ ୫୦ ଭିନ୍ନ ଭିନ୍ନ ପ୍ରକାରର ବ୍ରେଡ ତିଆରି କରିଛନ୍ତି। ତେବେ ଏହି ଗୋଲ୍ଡ ଲିଫ୍‌ ବ୍ରେଡ୍‌ରେ ମୋରେନୋ ୨୫୦ ମି.ଗ୍ରା. ର ଗୋଲ୍ଡ ଡଷ୍ଟ ବ୍ୟବହାର କରିଛନ୍ତି, ଯାହା ଉକ୍ତ ବ୍ରେଡକୁ ସ୍ବତନ୍ତ୍ର କରେ।

ଦ ରୟାଲ ବ୍ଲୁମର: ରବର୍ଟ ଡିଡିୟର ପ୍ରସ୍ତୁତ କରିଥିବା ଏହି ବ୍ରେଡର ମୂଲ୍ୟ ୯୭.୩୪ ଡଲାର। ନର୍ଥ ଓ୍ବେଲ୍ସର ରେକ୍ସହାମସ୍ଥ ତାଙ୍କର ଅର୍କାଡ ପିଗ୍‌ ବେକେରୀରେ ସେ ଏହାକୁ ତିଆରି କରିଥିଲେ। ଏଥିରେ ସେ ୨୩ କ୍ୟାରେଟ୍‌ର ଏଡିବଲ୍‌ ଗୋଲ୍ଡର ବ୍ୟବହାର କରିଛନ୍ତି। ତା’ଛଡା ପାଣିର ବ୍ୟବହାର ନ କରି ସେ ଏହି ବଡ ଆକାରର ବ୍ରେଡ୍‌ ପ୍ରସ୍ତୁତିରେ କିଛି ସାମ୍ପେନ୍‌ ଓ ଏକ ବୋତଲ ଚାର୍ଲସ ଡି କାସାନୋଭା ବ୍ୟବହାର କରିଛନ୍ତି, ଯାହାକି ଏହାର ସ୍ବାଦ ବଢାଇଥାଏ। ଗାର୍ନିଶିଂ ପାଇଁ ସେ ରେଡ ଗୋଲ୍ଡର ବ୍ୟବହାର କରିଛନ୍ତି।

ଦି ସେଫର୍ଡ ଲୋଫ: ଏହାର ମୂଲ୍ୟ ୨୫ ଡଲାର। ବ୍ରିଟେନ୍‌ର ଏହା ଦାମୀ ବ୍ରେଡ ଭାବେ ଜଣାଶୁଣା। ଟମ୍‌ ହର୍ବର୍ଟ ଏହାକୁ ପ୍ରସ୍ତୁତ କରିଥିଲେ। ୫୫ ବର୍ଷର ପୁରୁଣା ରେସିପି ଯେଉଁଥିରେ ଅର୍ଗାନିକ ସେମାରସେଟ ସ୍ପେଲ୍ଡ ଫ୍ଲୋର, କଟ୍‌ସଓଲ୍ଡସ୍‌ ସ୍ପ୍ରିଙ୍ଗ ଓ୍ବାଟର, କୋର୍ନିସ୍‌ ସି ସଲ୍ଟ ଆଦି ବ୍ୟବହାର କରାଯାଇଛି।

ହାରୋଡ୍‌ସ ରୋକଫୋର୍ଟ ଆଣ୍ଡ ଆଲମଣ୍ଡ ସୋର୍‌ଡୋ ବ୍ରେଡ: ଲଣ୍ଡନର ହାରୋଡ୍‌ସ ପ୍ରିମିୟର ଡିପାର୍ଟମେଣ୍ଟ ଷ୍ଟୋରରେ ବିକ୍ରି ହୁଏ ଏହି ବ୍ରେଡ୍‌। ଏହାର ମୂଲ୍ୟ ୨୪.୫୦ ଡଲାର। ମାଷ୍ଟର ବେକର୍‌ ପଲ୍‌ ହଲିଉଡ ଏହାକୁ ତିଆରି କରିଛନ୍ତି। ଏଥିରେ ସବୁଠୁ ଭଲ କ୍ୱାଲିଟିର ମଇଦାର ବ୍ୟବହାର ହୋଇଛି। ସବୁଠୁ ବଡ଼ କଥା ଉକ୍ତ ବ୍ରେଡ୍‌ରେ କୌଣସି ପ୍ରକାରର କୃତ୍ରିମ ଫ୍ଲେଭର ବ୍ୟବହାର କରାଯାଇ ନାହିଁ।

ରଗବ୍ରୋଡ: ରେୟ ଫ୍ଲୋର୍‌(ଅଟା)ରେ ତିଆରି ଏହି ବ୍ରେଡ୍‌ରେ କଖାରୁ ମଞ୍ଜି, ଅଳସୀ, ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ବ୍ୟବହାର କରାଯାଇଛି। ବ୍ରାଉନ କଲର୍‌, ଆୟାତାକାରର ଉକ୍ତ ବ୍ରେଡ୍‌ର ମୂଲ୍ୟ ୮ ଡଲାର। ଏହା ଡେନ୍‌ମାର୍କର ପାରମ୍ପରିକ ବ୍ରେଡ।
ମିସେ ବ୍ରେଡ: ନ୍ୟୁୟର୍କରେ ମିଳେ ଏହି ଖାସ୍‌ ବ୍ରେଡ। ଏହା ଏଠାକାର ସବୁଠୁ ଦାମୀ ବ୍ରେଡ। ଏହାର ମୂଲ୍ୟ ପାଉଣ୍ଡ ପିଛା ୨୦ ଡଲାର। ଅର୍ଗାନିକ ଫ୍ଲୋରରେ ତିଆରି ଏହି ବ୍ରେଡର ସ୍ବାଦ ବହୁତ ଭଲ। ଏଥିରେ ଫ୍ଲୋର୍‌କୁ ଏକ ଲମ୍ବା ପ୍ରୋସେସ୍‌ର ଫରମେଣ୍ଟେସନ୍‌ କରାଯାଇଥାଏ, ଯାହାକି ବ୍ରେଡକୁ ୟୁନିକ ଫ୍ଲେଭର୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri