Posted inଜାତୀୟ

ମହଙ୍ଗା ମାଡ଼: ଲୋକେ ଅତିଷ୍ଠ, ଲାଭରେ କମ୍ପାନୀ

ଭୋପାଳ, ୨୭ା୫:ମୁଦ୍ରାସ୍ଫୀତିକୁ ହ୍ରାସ କରିବାର ପ୍ରଚାର କରି ଶାସନ କ୍ଷମତାକୁ ଆସିଥିବା ସରକାର ଏବେ ଦରଦାମ୍‌ ବୃଦ୍ଧିଜନିତ ସମସ୍ୟାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଗତ ୫ବର୍ଷ ମଧ୍ୟରେ ସବୁ ଜିନିଷର ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଛି। କ୍ଷୀରଠାରୁ ଅରମ୍ଭ କରି ପେଟ୍ରୋଲ୍‌, ବିଜୁଳିଠୁ ଆରମ୍ଭ କରି ରୋଷେଇ ଗ୍ୟାସ୍‌, ପନିପରିବା ଠାରୁ ଆରମ୍ଭ କରି ଔଷଧ ପ୍ରତ୍ୟେକ ଜିନିଷର ମୂଲ୍ୟ ବୃଦ୍ଧିି ପାଇଛି। ଏପରି କି ସାଧାରଣ ଲୋକଙ୍କ ଏହି ସମୟରେ ଖର୍ଚ୍ଚ ୪୩ରୁ ୬୭% ଅଧିକ ହୋଇଛି। ଗୋଟେ ପଟେ ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବାବେଳେ କମ୍ପାନୀଗୁଡ଼ିକର କିନ୍ତୁ କିଛି ଫରକ୍‌ ହୋଇନାହିଁ ବରଂ ଗତ ୪ବର୍ଷରେ କମ୍ପାନୀଗୁଡ଼ିକର ଲାଭ ୯୦% ବଢ଼ିଥିବା ଜଣାପଡ଼ିଛି। ଏପରି କି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ମଧ୍ୟ ୨ଗୁଣା ହୋଇଛି।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶରେ ଗତ ବର୍ଷକ ମଧ୍ୟରେ ଅଟା ମୂଲ୍ୟ ୧୦% ବୃଦ୍ଧି ଘଟିଛି, ଯାହାକି ଗତ ୧୨ବର୍ଷ ମଧ୍ୟରେ ସର୍ବାଧିକ। ୪ବର୍ଷରେ ପେଟ୍ରୋଲ୍‌ ୪୮.୬୦% ଓ ଡିଜେଲ ମୂଲ୍ୟରେ ୪୮% ବୃଦ୍ଧି ଘଟିଥିବାବେଳେ ରନ୍ଧନ ଗ୍ୟାସ୍‌ ଦରରେ ୪୩% ବଢ଼ିଛି। ଖାଇବା ତେଲ ଦର ସର୍ବାଧିକ ୬୭% ବଢ଼ିଛି। ୨୦୧୮-୧୯ ତୁଳନାରେ ୨୦୨୧-୨୨ରେ ଇଣ୍ଡିଆନ୍‌ ଅଏଲ୍‌ କମ୍ପାନୀ ଲିମିଟେଡ୍‌(ଆଇଓସିଏଲ୍‌)ର ୪୩% ଅଧିକ ଲାଭ ହୋଇଥିବାବେଳେ ବିପିସିଏଲ୍‌ର ୨୪% ଏବଂ ଏଚ୍‌ପିସିଏଲ୍‌ର ୧୪% ବଢ଼ିଛି। ଏହି ସମୟରେ ଆଇଓସିଏଲ୍‌ କେବଳ ୭ହଜାର କୋଟି ଟଙ୍କା ଲାଭ କରିଛି। ସେହିପରି ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ କ୍ଷୀର ମୂଲ୍ୟ ୨୬% ବଢ଼ିଥିବାବେଳେ ଦୁଗ୍‌ଧ ସଂଘଗୁଡ଼ିକର ମୋଟ ଲାଭ ୧୧୮% ହୋଇଯାଇଛି। ଡାଲିରେ ମଧ୍ୟ ୩୨% ବୃଦ୍ଧି ପାଇଛି। ଏହି ସମୟରେ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ(ଏଫ୍‌ଏମ୍‌ସିଜି) କମ୍ପାନୀଗୁଡ଼ିକର ଲାଭ ୬୭% ବୃଦ୍ଧି ପାଇଛି। ଦରଦାମ ବୃଦ୍ଧି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଥିବାବେଳେ କମ୍ପାନୀଗୁଡ଼ିକ ଲୋକଙ୍କ ଅସନ୍ତୋଷକୁ ଲକ୍ଷ୍ୟରେ ରଖି ଏକ ନୂଆ ନୀତି ଆପଣାଇଛନ୍ତି। ଜିନିଷର ଦାମ୍‌ ବୃଦ୍ଧି କରିଦେଲେ ଗ୍ରାହକଙ୍କ ମଧ୍ୟରେ କାଳେ ଅସନ୍ତୋଷ ବଢ଼ିବ ସେଥିପାଇଁ ବିଭିନ୍ନ କମ୍ପାନୀଗୁଡ଼ିକ ଏବେ ପୂର୍ବର ଦରକୁ ଅପରିବର୍ତ୍ତିତ ରଖି ଓଜନରେ ହ୍ରାସ କରିଛନ୍ତି। ଉଦାହରଣ ପୂର୍ବରୁ ୨୫ଗ୍ରାମର କୋଲ୍‌ଗେଟ ପେଷ୍ଟର ମୂଲ୍ୟ ୭ଟଙ୍କା ଥିବାବେଳେ ଏବେ ମଧ୍ୟ ସମାନ ମୂଲ୍ୟ ରହିଛି, ହେଲେ ଏହାର ଓଜନ ୧୮ଗ୍ରାମକୁ ଖସି ଆସିଛି। ସେହିପରି ପୂର୍ବରୁ ୬୪ଗ୍ରାମ ବିଶିଷ୍ଟ ପାର୍ଲେଜି ବିସ୍କୁଟ ପ୍ୟାକେଟର ଦାମ ୫ଟଙ୍କା ଥିବାବେଳେ ଏବେ ଏହା ୫୫ ଗ୍ରାମ୍‌କୁ ହ୍ରାସ ପାଇଛି। ଏପରି ଅନେକ ସାମଗ୍ରୀର ମୂଲ୍ୟକୁ ଅପରିବର୍ତ୍ତିତ ରଖି ଓଜନ ହ୍ରାସ କରି କମ୍ପାନୀଗୁଡ଼ିକ ଲାଭ ଉଠାଇବାରେ ସହାୟକ ହେଉଛନ୍ତି। ଗତ ୫ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ସରକାର ୨୮,୬୫୩କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri