ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ପୂଜା ଭେଟି ଘୋଷଣା କରିଛନ୍ତି। ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନ୍‌ସନ ଭୋଗୀଙ୍କ ପାଇଁ ଏହି ବର୍ଦ୍ଧିତ ଭତ୍ତା ଘୋଷଣା କରିଛନ୍ତି। ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଜୁଲାଇ ୨୧ରୁ ପିଛିଲା ଭାବେ ବର୍ଦ୍ଧିତ ଭତ୍ତା ଲାଗୁ ହେବ। ଅକ୍ଟୋବର ଦରମାରେ ଏହି ବର୍ଦ୍ଧିତ ଭତ୍ତା ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ। ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜୁଲାଇ ପହିଲାରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ। ବକେୟା ୩ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ପାରାଦୀପ: ୮ ଟ୍ରେନ୍‌ ଡିସେମ୍ବର ୧୭ରୁ ୨୬ ବାତିଲ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ପାରାଦୀପ ରେଳ ଷ୍ଟେଶନରେ ନିରାପତ୍ତା ସମ୍ପର୍କିତ କାର୍ଯ୍ୟ ଯୋଗୁ କଟକ-ପାରାଦୀପ ରେଳଷ୍ଟେଶନରେ ଡିସେମ୍ବର ୧୭ରୁ ୨୬ ତାରିଖ ଯାଏ ୮ଟି ଟ୍ରେନ ଚଳାଚଳକୁ ବାତିଲ...

ଇଡ୍‌କୋ ଉଦ୍ୟୋଗ ସଂଶୋଧନ ଯୋଜନାର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ):ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ପୂର୍ବାହ୍ନରେ ଇଡ୍‌କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟରପ୍ରାଇଜ୍‌ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍‌କୋ) ଦ୍ବାରା...

ଫସଲବୀମା ପ୍ରୟୋଗ ପ୍ରସଙ୍ଗ

ଭୁବନେଶ୍ବର, ୧୮ା୧୧(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୋଷ ଲଦାଲଦି...

ଅଧିକ ଘନୀଭୂତ ହେଉଛି ଲଘୁଚାପ

ଭୁବନେଶର,୭।୫(ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛିି।...

ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):  ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ସରକାରୀ ବାବୁମାନେ ଶାସନ କରୁଛନ୍ତି। କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ,...

ଖଣି ଅଞ୍ଚଳରେ ଓଭରଲୋଡିଂ

ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ...

ଖୋଲିଲା ବିଡିଏ ସିଟି ସେଣ୍ଟର: ଅନନ୍ୟ ଥିମ୍‌ ପାର୍କ କରିବ ବିଡିଏ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ନେଇ ବହୁତ୍‌ କିଛି ଯୋଜନା ରହିଛି। ପାଖାପାଖି ୫୦ କୋଟି...

ଟାଟାଠାରୁ ଜମି ଫେରାଇ ଆଣିବ ଇଡ୍‌କୋ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଟାଟା ପାଓ୍ବାର କମ୍ପାନୀ କଟକ ଜିଲାର ବାରଙ୍ଗ ତହସିଲ ଅନ୍ତର୍ଗତ କୋଇଲାଭିତ୍ତିକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ଓହରିଯାଇଛି। କମ୍ପାନୀକୁ ଲିଜ୍‌ରେ ଦିଆଯାଇଥିବା ୮୭୧.୪୨୭ ଏକର...

Advertisement
Archives

Model This Week