Posted inଜାତୀୟ

୧୦ ବର୍ଷରେ ଖର୍ଚ୍ଚ ୨.୫ ଗୁଣ ବଢ଼ିଛି

ନୂଆଦିଲ୍ଲୀ,୨୨ା୯ (ପି.ଟି.): କର୍ମଚାରୀଙ୍କୁ ବେତନ ଓ ପେନ୍‌ସନ ପ୍ରଦାନ ଏବଂ ସୁଧ ପୈଠ କରିବାରେ ରାଜ୍ୟଗୁଡ଼ିକର ଖର୍ଚ୍ଚ ୧୦ ବର୍ଷ ମଧ୍ୟରେ ୨.୪୯ ଗୁଣ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥତ୍କ ବର୍ଷରେ ଏ ବାବଦ ରାଜ୍ୟଗୁଡ଼ିକର ମୋଟ ଖର୍ଚ୍ଚ ୬,୨୬,୮୪୯ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ତାହା ୧୫,୬୩,୬୪୯ କୋଟି ଟଙ୍କାରେ ପହଞ୍ଚତ୍ଥିବା ରାଜ୍ୟ ଫାଇନାନ୍ସ ଉପରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଡର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି) ରିପୋର୍ଟରୁ ଜଣାପଡ଼ିଛି।
ଉପରୋକ୍ତ ୧୦ ବର୍ଷରେ ରାଜ୍ୟଗୁଡ଼ିକର ରାଜସ୍ବ ବ୍ୟୟ ମୋଟ ବ୍ୟୟର ୮୦ରୁ ୮୭ ପ୍ରତିଶତ ହୋଇଥିବାବେଳେ ମୋଟ ଜିଏସ୍‌ଡିପି (ମୋଟ ରାଜ୍ୟ ଘରୋଇ ଉତ୍ପାଦ)ର ୧୩.୮୫ ପ୍ରତିଶତ। ସିଏଜି ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୮ ରାଜ୍ୟର ମୋଟ ରାଜସ୍ବ ବ୍ୟୟ ପରିମାଣ ୩୫,୯୫,୭୩୬ କୋଟି ଟଙ୍କା ହୋଇଥିବାବେଳେ ସେଥିରୁ ଦରମା, ପେନ୍‌ସନ ଓ ସୁଧ ପୈଠ ବାବଦ ବ୍ୟୟ (କମିଟେଡ୍‌ ଏକ୍ସପେନ୍ସ) ୧୫,୬୩,୬୪୯ କୋଟି, ସବ୍‌ସିଡି ବାବଦ ବ୍ୟୟ ୩,୦୯,୬୨୫ କୋଟି ଏବଂ ଅନୁଦାନ ବାବଦ ବ୍ୟୟ ୧୧,୨୬,୪୮୬ କୋଟି ଟଙ୍କା। ଏହି ୩ଟିରେ ମୋଟ ୨୯,୯୯,୭୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ମୋଟ ରାଜସ୍ବ ବ୍ୟୟର ୮୩ ପ୍ରତିଶତରୁ ଅଧିକ। ୨୦୧୩-୧୪ ଆର୍ଥତ୍କ ବର୍ଷରେ ବେତନ, ପେନ୍‌ସନ ଓ ସୁଧ ପୈଠ ବାବଦ ବ୍ୟୟ ୬,୨୬,୮୪୯ କୋଟି ଟଙ୍କା ହୋଇଥିବାବେଳେ ୨୦୨୨-୨୩ରେ ତାହା ୧୫,୬୩,୬୪୯ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ଏହି ସମୟ ମଧ୍ୟରେ ସବ୍‌ସିଡି ବ୍ୟୟ ୯୬,୪୭୯ କୋଟିରୁ ବଢ଼ି ୩,୦୯,୬୨୫ କୋଟିରେ ପହଞ୍ଚତ୍ଛି। ଉପରୋକ୍ତ ୧୦ ବର୍ଷରେ ରାଜସ୍ବ ବ୍ୟୟ ୨.୬୬ ଗୁଣ ବଢ଼ିଥିବାବେଳେ ପ୍ରତିବଦ୍ଧ ବ୍ୟୟ ୨.୪୯ ଗୁଣ ଏବଂ ସବ୍‌ସିଡି ବ୍ୟୟ ୩.୨୧ଗୁଣ ବୃଦ୍ଧି ପାଇଛି।
୧୯ଟି ରାଜ୍ୟରେ ବେତନ ବାବଦ ବ୍ୟୟ ସର୍ବାଧିକ ହୋଇଥିବାବେଳେ ଏହା ପଛକୁ ପେନ୍‌ସନ ଓ ସୁଧ ପୈଠ ବ୍ୟୟ ରହିଛି। ୯ଟି ରାଜ୍ୟରେ ପେନ୍‌ସନଠାରୁ ସୁଧ ପୈଠରେ ଅଧିକ ବ୍ୟୟ ହେଉଛି। ସେହି ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, କର୍ନାଟକ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଓ ପଶ୍ଚିମବଙ୍ଗ। ୨୦୨୨-୨୩ ଆର୍ଥତ୍କ ବର୍ଷରେ ୧୭ଟି ରାଜ୍ୟ ରାଜସ୍ବ ବଳକା ଲକ୍ଷ୍ୟ ରଖିଥିବାବେଳେ ୫ଟି ରାଜ୍ୟରେ ରାଜସ୍ବ ନିଅଣ୍ଟ ଏବଂ ୬ ରାଜ୍ୟରେ ଶୂନ ରାଜସ୍ବ ନିଅଣ୍ଟ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତେବେ ରାଜସ୍ବ ବଳକା ଲକ୍ଷ୍ୟ ରଖିଥିବା ୧୭ ରାଜ୍ୟ ମଧ୍ୟରୁ ଆସାମ, ବିହାର, ହିମାଚଳପ୍ରଦେଶ, ମେଘାଳୟ ଓ ରାଜସ୍ଥାନରେ ରାଜସ୍ବ ନିଅଣ୍ଟ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?