ଆଶାୟୀଙ୍କ ଛାତି ଧଡ଼ଧଡ଼

ଢେଙ୍କାନାଳ ଅଫିସ୍‌, ୩ା୩: ଆସନ ସୀମିତ, କିନ୍ତୁ ଆଶାୟୀ ମାଳମାଳ। କାହାକୁ ଟିକେଟ ମିଳିବ, ଟିକେଟ ନ ମିଳିଲେ ବିକଳ୍ପ କ’ଣ ହେବ, ଟିକେଟ ବଣ୍ଟନ ପରେ ଦଳରେ ବିଦ୍ରୋହ ବଢ଼ିଲେ ତାହାକୁ କିପରି ପ୍ରଶମିତ କରାଯିବ ଏଭଳି ଏକାଧିକ ପ୍ରଶ୍ନର ଗୋଲକଧନ୍ଦା ଭିତରେ ଧଡ଼ଧଡ଼ ହେଉଛି ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶା ବାନ୍ଧିଥିବା ନେତା ଏବଂ ମଙ୍ଗୁଆଳଙ୍କ ଛାତି। ଦୀର୍ଘ ୮ବର୍ଷ ପରେ ଢେଙ୍କାନାଳ ପୌରାଞ୍ଚଳବାସୀ ନିଜର ମନପସନ୍ଦର ଜନପ୍ରତିନିଧି ବାଛିବାର ସୁଯୋଗ ପାଇଥିବାବେଳେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନ ଉପରେ ଅଟକିଛି ସମସ୍ତଙ୍କ ନଜର।
ଢେଙ୍କାନାଳରେ ପୌର ପରିଷଦ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବୁଧବାର ପ୍ରଥମ ଦିନ ନାମାଙ୍କନ ଶୂନ୍ୟ ରହିଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋର୍‌ଦାର କରିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ବିଜେଡି, କଂଗ୍ରେସ ଏବଂ ଭାଜପା ନିଜ ନିଜର ପ୍ରାର୍ଥୀ ତାଲିକା ସାର୍ବଜନୀନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏସବୁ ଭିତରେ ମାଳମାଳ ଆଶାୟୀ ଉଭୟ ବିଜେଡି ଏବଂ ଭାଜପା ପାଇଁ ଚିନ୍ତା ବଢ଼ାଇଛନ୍ତି। ଦଳର ମଙ୍ଗୁଆଳମାନେ ନଗରପାଳ ଏବଂ କାଉନସିଲର ଆଶାୟୀଙ୍କୁ ଧରି ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଥିବାବେଳେ ରାଜ୍ୟ ସଙ୍ଗଠନର ମୋହର ବାଜିବା ପରେ ପ୍ରାର୍ଥୀ ମନୋନୟନ ଚୂଡ଼ାନ୍ତ ହେବ। ତେଣୁ ରାଜ୍ୟ ନେତୃତ୍ୱଙ୍କ ବିଶ୍ୱାସଭାଜନ ହେବା ଭଳି ଉପଯୁକ୍ତ ପ୍ରାର୍ଥୀ ଚୟନ ଉପରେ ଏବେ ସବୁଦଳ ଫୋକସ୍‌ କରୁଛନ୍ତି।
ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିବାବେଳେ ବୁଧବାର ଅନୁଷ୍ଠିତ ବିଜେଡି ମିଶ୍ରଣ ପର୍ବ କେତେକଙ୍କ ପାଇଁ କଣ୍ଟା ସଦୃଶ ହୋଇଛି। କାରଣ କଂଗ୍ରେସ ଏବଂ ଭାଜପାରୁ ଆସିଥିବା ବରିଷ୍ଠ ନେତାମାନଙ୍କ ମଧ୍ୟରୁ କେତେଜଣଙ୍କୁ ଟିକେଟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପଛରେ ରହିଥିବା ରାଜନୈତିକ କାରଣ ହେଲା କଂଗ୍ରେସ ଦୁର୍ଗ ଭାଙ୍ଗିବା। କାରଣ ୨୦୧୩ ପୌର ନିର୍ବାଚନରେ ଢେଙ୍କାନାଳ ପୌର ପରିଷଦର ୨୩ ୱାର୍ଡ ମଧ୍ୟରୁ କଂଗ୍ରେସ ୧୧ ଆସନ କବ୍‌ଜା କରି ବୃହତ୍‌ ଦଳ ଭାବେ ଉଭା ହୋଇଥିଲା। ବିଜେଡିକୁ ୬, ଭାଜପାକୁ ୫, ସ୍ବାଧୀନ ପ୍ରାର୍ଥୀକୁ ଗୋଟିଏ ଆସନ ମିଳିଥିଲା। ହାତରେ କମ୍‌ ସଂଖ୍ୟା ଥିଲେ ବି ଭାଜପା ସମର୍ଥନରେ ନଗରପାଳ ପଦବୀ ହାତେଇବାକୁ ଉଦ୍ୟମ କରି ସଫଳ ହୋଇଥିଲା ବିଜେଡି । ଧର୍ମଗୁଳାରେ ବିଜୟୀ ହୋଇ ବିଜେଡିର ଇନ୍ଦ୍ରମଣି ବେହେରା ନଗରପାଳ ପଦବୀରେ ବସିଥିଲେ। ତେବେ ପରବର୍ତ୍ତୀ ସମୟରେ ଭାଜପା ପ୍ରାର୍ଥୀ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଅନାସ୍ଥା ପ୍ରସ୍ତାବ ଆଣି ଇନ୍ଦ୍ରମଣିଙ୍କୁ ଗାଦିଚ୍ୟୁତ କରିଥିଲେ। ଏହାପରେ ପୁନର୍ବାର ଧର୍ମଗୁଳାରେ ଭାଜପାର ସୁଧାଂଶୁ ଦଳେଇ ନଗରପାଳ ହୋଇଥିଲେ। ତେବେ ସମୟଚକ୍ରରେ ସୁଧାଂଶୁ ଏବେ ବିଜେଡିରେ। ବୁଧବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ସୁଧାଂଶୁଙ୍କ ସ୍ତ୍ରୀ ଅନିମା ମଧ୍ୟ ଶଙ୍ଖ ଧରିଛନ୍ତି। ରାଜନୀତିରେ ଅଭିଜ୍ଞ ତଥା ପୂର୍ବରୁ ଉପାଧ୍ୟକ୍ଷ ଭଳି ପଦବୀରେ ରହିଥିବା ଅନିମା ଚଳିତ ଥର ନଗରପାଳ ପଦବୀ ପାଇଁ ପ୍ରମୁଖ ଦାବିଦାର ପାଲଟିଛନ୍ତି। ପଞ୍ଚାୟତ ନିର୍ବାଚନରେ ବିଜେଡି ଝଡ଼ରେ ବିରୋଧୀ ଭାଜପା ଏବଂ କଂଗ୍ରେସ ଧରାଶାୟୀ ହୋଇଯାଇଥିବାବେଳେ ଏବେ ଢେଙ୍କାନାଳ ପୌରାଞ୍ଚଳକୁ କରାୟତ୍ତ କରିବାକୁ ଅଣ୍ଟା ଭିଡ଼ିଛି ଶାସକ ଦଳ।
ଏ ସଂକ୍ରାନ୍ତରେ ବିଧାୟକ ସୁଧୀର କୁମାର ସାମଲ କୁହନ୍ତି, ନଗରପାଳ ଓ କାଉନସିଲର ପଦବୀରେ ପ୍ରାର୍ଥୀ ଚୟନକୁ ନେଇ ଆଲୋଚନା ହୋଇଛି। ଏହାର ତାଲିକା ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଛି। ତାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ସେହିପରି ଭାଜପା ପକ୍ଷରୁ ମଧ୍ୟ ପ୍ରାର୍ଥୀ ମନୋନୟନ ନେଇ ବୈଠକ ଅନୁଷ୍ଠିତ ହୋଇଛି। ନଗରପାଳ ପ୍ରାର୍ଥୀ ତାଲିକା ପଠାସରିଛି। କାଉନସିଲର ପ୍ରାର୍ଥୀଙ୍କ ସମ୍ପର୍କରେ ସଞ୍ଚାଳନ କମିଟିର ନିଷ୍ପତ୍ତି ରାଜ୍ୟ ନେତୃତ୍ୱଙ୍କୁ ଜଣାଯିବ। ଏଥିରେ କୌଣସି ମତପାର୍ଥକ୍ୟ ଉପୁଜିଲେ ତାଲିକା ପଠାଯିବ। ରାଜ୍ୟ ନେତୃମଣ୍ଡଳୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ଜିଲା ସଭାପତି ନରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାର୍ଥୀ ମନୋୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨-୩ ଦିନ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲା ସଭାପତି ସରୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri