ଆଶାୟୀଙ୍କ ଛାତି ଧଡ଼ଧଡ଼

ଢେଙ୍କାନାଳ ଅଫିସ୍‌, ୩ା୩: ଆସନ ସୀମିତ, କିନ୍ତୁ ଆଶାୟୀ ମାଳମାଳ। କାହାକୁ ଟିକେଟ ମିଳିବ, ଟିକେଟ ନ ମିଳିଲେ ବିକଳ୍ପ କ’ଣ ହେବ, ଟିକେଟ ବଣ୍ଟନ ପରେ ଦଳରେ ବିଦ୍ରୋହ ବଢ଼ିଲେ ତାହାକୁ କିପରି ପ୍ରଶମିତ କରାଯିବ ଏଭଳି ଏକାଧିକ ପ୍ରଶ୍ନର ଗୋଲକଧନ୍ଦା ଭିତରେ ଧଡ଼ଧଡ଼ ହେଉଛି ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶା ବାନ୍ଧିଥିବା ନେତା ଏବଂ ମଙ୍ଗୁଆଳଙ୍କ ଛାତି। ଦୀର୍ଘ ୮ବର୍ଷ ପରେ ଢେଙ୍କାନାଳ ପୌରାଞ୍ଚଳବାସୀ ନିଜର ମନପସନ୍ଦର ଜନପ୍ରତିନିଧି ବାଛିବାର ସୁଯୋଗ ପାଇଥିବାବେଳେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନ ଉପରେ ଅଟକିଛି ସମସ୍ତଙ୍କ ନଜର।
ଢେଙ୍କାନାଳରେ ପୌର ପରିଷଦ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବୁଧବାର ପ୍ରଥମ ଦିନ ନାମାଙ୍କନ ଶୂନ୍ୟ ରହିଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋର୍‌ଦାର କରିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ବିଜେଡି, କଂଗ୍ରେସ ଏବଂ ଭାଜପା ନିଜ ନିଜର ପ୍ରାର୍ଥୀ ତାଲିକା ସାର୍ବଜନୀନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏସବୁ ଭିତରେ ମାଳମାଳ ଆଶାୟୀ ଉଭୟ ବିଜେଡି ଏବଂ ଭାଜପା ପାଇଁ ଚିନ୍ତା ବଢ଼ାଇଛନ୍ତି। ଦଳର ମଙ୍ଗୁଆଳମାନେ ନଗରପାଳ ଏବଂ କାଉନସିଲର ଆଶାୟୀଙ୍କୁ ଧରି ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଥିବାବେଳେ ରାଜ୍ୟ ସଙ୍ଗଠନର ମୋହର ବାଜିବା ପରେ ପ୍ରାର୍ଥୀ ମନୋନୟନ ଚୂଡ଼ାନ୍ତ ହେବ। ତେଣୁ ରାଜ୍ୟ ନେତୃତ୍ୱଙ୍କ ବିଶ୍ୱାସଭାଜନ ହେବା ଭଳି ଉପଯୁକ୍ତ ପ୍ରାର୍ଥୀ ଚୟନ ଉପରେ ଏବେ ସବୁଦଳ ଫୋକସ୍‌ କରୁଛନ୍ତି।
ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିବାବେଳେ ବୁଧବାର ଅନୁଷ୍ଠିତ ବିଜେଡି ମିଶ୍ରଣ ପର୍ବ କେତେକଙ୍କ ପାଇଁ କଣ୍ଟା ସଦୃଶ ହୋଇଛି। କାରଣ କଂଗ୍ରେସ ଏବଂ ଭାଜପାରୁ ଆସିଥିବା ବରିଷ୍ଠ ନେତାମାନଙ୍କ ମଧ୍ୟରୁ କେତେଜଣଙ୍କୁ ଟିକେଟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପଛରେ ରହିଥିବା ରାଜନୈତିକ କାରଣ ହେଲା କଂଗ୍ରେସ ଦୁର୍ଗ ଭାଙ୍ଗିବା। କାରଣ ୨୦୧୩ ପୌର ନିର୍ବାଚନରେ ଢେଙ୍କାନାଳ ପୌର ପରିଷଦର ୨୩ ୱାର୍ଡ ମଧ୍ୟରୁ କଂଗ୍ରେସ ୧୧ ଆସନ କବ୍‌ଜା କରି ବୃହତ୍‌ ଦଳ ଭାବେ ଉଭା ହୋଇଥିଲା। ବିଜେଡିକୁ ୬, ଭାଜପାକୁ ୫, ସ୍ବାଧୀନ ପ୍ରାର୍ଥୀକୁ ଗୋଟିଏ ଆସନ ମିଳିଥିଲା। ହାତରେ କମ୍‌ ସଂଖ୍ୟା ଥିଲେ ବି ଭାଜପା ସମର୍ଥନରେ ନଗରପାଳ ପଦବୀ ହାତେଇବାକୁ ଉଦ୍ୟମ କରି ସଫଳ ହୋଇଥିଲା ବିଜେଡି । ଧର୍ମଗୁଳାରେ ବିଜୟୀ ହୋଇ ବିଜେଡିର ଇନ୍ଦ୍ରମଣି ବେହେରା ନଗରପାଳ ପଦବୀରେ ବସିଥିଲେ। ତେବେ ପରବର୍ତ୍ତୀ ସମୟରେ ଭାଜପା ପ୍ରାର୍ଥୀ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଅନାସ୍ଥା ପ୍ରସ୍ତାବ ଆଣି ଇନ୍ଦ୍ରମଣିଙ୍କୁ ଗାଦିଚ୍ୟୁତ କରିଥିଲେ। ଏହାପରେ ପୁନର୍ବାର ଧର୍ମଗୁଳାରେ ଭାଜପାର ସୁଧାଂଶୁ ଦଳେଇ ନଗରପାଳ ହୋଇଥିଲେ। ତେବେ ସମୟଚକ୍ରରେ ସୁଧାଂଶୁ ଏବେ ବିଜେଡିରେ। ବୁଧବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ସୁଧାଂଶୁଙ୍କ ସ୍ତ୍ରୀ ଅନିମା ମଧ୍ୟ ଶଙ୍ଖ ଧରିଛନ୍ତି। ରାଜନୀତିରେ ଅଭିଜ୍ଞ ତଥା ପୂର୍ବରୁ ଉପାଧ୍ୟକ୍ଷ ଭଳି ପଦବୀରେ ରହିଥିବା ଅନିମା ଚଳିତ ଥର ନଗରପାଳ ପଦବୀ ପାଇଁ ପ୍ରମୁଖ ଦାବିଦାର ପାଲଟିଛନ୍ତି। ପଞ୍ଚାୟତ ନିର୍ବାଚନରେ ବିଜେଡି ଝଡ଼ରେ ବିରୋଧୀ ଭାଜପା ଏବଂ କଂଗ୍ରେସ ଧରାଶାୟୀ ହୋଇଯାଇଥିବାବେଳେ ଏବେ ଢେଙ୍କାନାଳ ପୌରାଞ୍ଚଳକୁ କରାୟତ୍ତ କରିବାକୁ ଅଣ୍ଟା ଭିଡ଼ିଛି ଶାସକ ଦଳ।
ଏ ସଂକ୍ରାନ୍ତରେ ବିଧାୟକ ସୁଧୀର କୁମାର ସାମଲ କୁହନ୍ତି, ନଗରପାଳ ଓ କାଉନସିଲର ପଦବୀରେ ପ୍ରାର୍ଥୀ ଚୟନକୁ ନେଇ ଆଲୋଚନା ହୋଇଛି। ଏହାର ତାଲିକା ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଛି। ତାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ସେହିପରି ଭାଜପା ପକ୍ଷରୁ ମଧ୍ୟ ପ୍ରାର୍ଥୀ ମନୋନୟନ ନେଇ ବୈଠକ ଅନୁଷ୍ଠିତ ହୋଇଛି। ନଗରପାଳ ପ୍ରାର୍ଥୀ ତାଲିକା ପଠାସରିଛି। କାଉନସିଲର ପ୍ରାର୍ଥୀଙ୍କ ସମ୍ପର୍କରେ ସଞ୍ଚାଳନ କମିଟିର ନିଷ୍ପତ୍ତି ରାଜ୍ୟ ନେତୃତ୍ୱଙ୍କୁ ଜଣାଯିବ। ଏଥିରେ କୌଣସି ମତପାର୍ଥକ୍ୟ ଉପୁଜିଲେ ତାଲିକା ପଠାଯିବ। ରାଜ୍ୟ ନେତୃମଣ୍ଡଳୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ଜିଲା ସଭାପତି ନରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାର୍ଥୀ ମନୋୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨-୩ ଦିନ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲା ସଭାପତି ସରୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri