ଆଜି ୨ ରାଜ୍ୟର ଭାଗ୍ୟ ପରୀକ୍ଷା: ଏକ୍‌ଜିଟ୍‌ପୋଲ ହେବ କି ସତ

ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ଆଜି ଭାଗ୍ୟ ପରୀକ୍ଷା।  ଏହି ନିର୍ବାଚନରେ କିଏ ବାଜିମାତ୍‌ କରିବ ତାହାକୁ ନେଇ ଉଭୟ ରାଜ୍ୟବାସୀ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ହରିୟାଣାର ୯୦ ଓ ଜମ୍ମୁକାଶ୍ମୀର ୯୦ ଆସନ ପାଇଁ ହୋଇଥିବା ଭୋଟରେ କାହାକୁ କେତେ ମିଳିଛି ତାହାକୁ ନେଇ କିଛି ଘଣ୍ଟା ପରେ ସ୍ପଷ୍ଟ ଚିତ୍ର ଆସିବ । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଯାଇଛି।
ସବୁଠୁ ବଡ କଥା ୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ୩ ପଯର୍ର୍‌ୟାୟ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହୋଇଥିଲା। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସ ସେଠାରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତି ପ୍ରମୁଖ ହାଇପ୍ରୋଫାଇଲ ନେତା ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ମୋଟାମୋଟି ମତଦାନ ହାର ୬୩.୮୮ ପ୍ରତିଶତ ଥିଲା।

ଏକ୍‌ଜିଟ ପୋଲ୍‌ ସର୍ଭେ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଝୁଲା ବିଧାନସଭା ହୋଇପାରେ। କଂଗ୍ରେସ-ଏନ୍‌ସି ମେଣ୍ଟକୁ ସର୍ବାଧିକ ୪୩ ଆସନ ମିଳିବାକୁ ଥିବାବେଳେ ଭାଜପା ୨୭, ପିଡିପି ୭ ଏବଂ ଅନ୍ୟାନ୍ୟ ଦଳକୁ ୧୩ ଆସନ ମିଳିବ ବୋଲି ଏଥିରେ ପୂର୍ବାନୁମାନ କରାଯାଇଥିଲା।

ତେବେ ଏକ୍‌ଜିଟ୍‌ ପୋଲ ସତ ହୋଇଯିବ କି କେଉଁଠି ନା କେଉଁଠି ପ୍ରଶ୍ନ ଆସୁଛି , କଥା ଉଠୁଛି।

ଅନ୍ୟପକ୍ଷେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା। ସେଠାରେ ୧୦ ବର୍ଷ ହେଲା ଭାଜପା କ୍ଷମତାରେ ଥିବାବେଳେ ପୁଣିଥରେ ସରକାର ଗଢ଼ିବା ପାଇଁ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ସରକାର ବିରୋଧୀ ହାଓ୍ବା ଏବଂ ରାହୁଲଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି କଂଗ୍ରେସ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ଅନୁଯାୟୀ କଂଗ୍ରେସ ସେଠାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଥିବାବେଳେ ଭାଜପା ଦ୍ୱିତୀୟ ସ୍ଥାନରେ ରହିବ। ଏହା ବୁଥ୍‌ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆକଳନ କରାଯାଇଥିବା ବେଳେ ମଙ୍ଗଳବାର ଭୋଟଗଣତି ପରେ ବାସ୍ତବ ଫଳାଫଳ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?