Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ରେ ମହାମେଣ୍ଟ

ନୂଆଦିଲ୍ଲୀ,୮ା୧୧: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଶାସନ କରୁଥିବା ବିହାରରେ ଏଥର କ୍ଷମତା ପରିବର୍ତ୍ତନର ଆଭାସ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ହାତକୁ ଶାସନର ଡୋରି ଯାଇପାରେ। ହିନ୍ଦୀ ଭାଷୀ ଏହି ରାଜ୍ୟରେ ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଆର୍‌ଜେଡି, କଂଗ୍ରେସ ଓ ବାମପନ୍ଥୀ ମହାମେଣ୍ଟ ୧୨୪ ଆସନ ଦଖଲ କରି ବହୁମତ ହାସଲ କରିବ ବୋଲି ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ସେହିପରି ଦୀର୍ଘ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାରଙ୍କ ଦୁର୍ଗ ଭୁଶୁଡ଼ିିପାରେ। ନୀତୀଶଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତୃତ୍ୱରେ ଭାଜପା, ବିକାଶଶୀଳ ଇନ୍‌ଶାନ ପାର୍ଟି (ଭିଆଇପି) ଏବଂ ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ସାମିଲ ଥିବା ଏନ୍‌ଡିଏ ୧୧୦ ଆସନରେ ସୀମିତ ରହିପାରେ। କିଙ୍ଗ୍‌ ମେକର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପୂର୍ବରୁ କୁହାଯାଉଥିବା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷଙ୍କୁ ଚିରାଗ ପାଶ୍ୱାନଙ୍କୁ ଆଶାନୁରୂପ ସଫଳତା ମିଳିବ ନାହିଁ। ଶନିବାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କଠାରୁ ସଂଗୃହୀତ ମତକୁ ନେଇ ପ୍ରକାଶିତ ଏକ୍‌ଜିଟ୍‌ ପୋଲ୍‌ରୁ ଏହା ଅନୁମାନ କରାଯାଉଛି।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ହେଉଛି ୧୨୨। ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ୭୧ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲାଗି ନଭେମ୍ବର ୩ରେ ୯୪ ଆସନ ଓ ୭ ତାରିଖ ଶନିବାର ୭୮ ଆସନରେ ମତଦାନ ହୋଇଥିଲା। ବିହାର ନିର୍ବାଚନ ଜିତି ନିଜ ଗଡ଼ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରାଣପଣେ ଉଦ୍ୟମ ଚଳାଇଥିଲେ। ଏପରି କି ଏହା ତାଙ୍କର ଶେଷ ନିର୍ବାଚନ ବୋଲି ସେ ଘୋଷଣା କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ଏକ ଡଜନରୁ ଊର୍ଦ୍ଧ୍ୱ କେନ୍ଦ୍ରମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଷ୍ଟାର୍‌ କ୍ୟାମ୍ପେନର ରୂପେ ତୋଫାନୀ ପ୍ରଚାର ଚଳାଇଥିଲେ। ଅନ୍ୟପକ୍ଷେ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜେଲ୍‌ରେ ଥିବାରୁ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନରେ ଅନୁପସ୍ଥିତ ଥିଲେ। ତାଙ୍କ ପୁଅ ତେଜସ୍ବୀ ଯାଦବ ଓ୍ବାନ୍‌ ମ୍ୟାନ୍‌ ଆର୍ମି ଭାବେ ଶାସକ ମେଣ୍ଟର ମୁକାବିଲା କରିଥିଲେ। ବିରୋଧୀ ମହାମେଣ୍ଟର ଅଂଶୀଦାର କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)ର ସ୍ଥିତିକୁ ମଜଭୁତ କରିଥିଲେ।
ଶନିବାର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ଏକ୍‌ଜିଟ୍‌ ପୋଲ୍‌ ଉପରେ ଜାରି ନିର୍ବାଚନ କମିଶନଙ୍କ କଟକଣା ହଟିଥିଲା। ବିଭିନ୍ନ ଜାତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବୁଥ୍‌ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ସନ୍ଧ୍ୟାରେ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଥିଲା। ନ୍ୟୁଜ୍‌ ୨୪-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ମହାମେଣ୍ଟ ୧୨୦ ଏବଂ ଏନ୍‌ଡିଏ ୧୧୬ ଆସନ ପାଇବ ବୋଲି ଅନୁମାନ କରାଯାଇଛି। ସେହିପରି ଚିରାଗ ପାଶ୍ୱାନଙ୍କ ଏଲ୍‌ଜେପି ୧ ଏବଂ ଅନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୬ ଆସନରେ ସୀମିତ ରହିବେ ବୋଲି ଆକଳନ କରାଯାଇଛି। ରିପବ୍ଲିକ୍‌ ଟିଭି-ଜନ୍‌ କୀ ବାତ୍‌ର ପୂର୍ବାନୁମାନ ହେଉଛି ମହାମେଣ୍ଟ ୧୧୮-୧୩୮ ଆସନ ପାଇ ସରକାର ଗଠନ ଦିଗରେ ଅଗ୍ରସର ହେବ। ଏନ୍‌ଡିଏକୁ ୯୧ରୁ ୧୧୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଏଲ୍‌ଜେପି ୫ରୁ ୮ ଓ ସ୍ବାଧୀନ ୩ରୁ ୬ ଆସନ ପାଇବେ। ଟାଇମ୍ସ ନାଓ ଏବଂ ସି ଭୋଟର ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେରୁ ଭବିଷ୍ୟବାଣୀ କରାଯାଇଛି ଯେ, ଏନ୍‌ଡିଏ ୧୧୬ ଆସନରେ ସୀମିତ ରହିବ ଓ ମହାମେଣ୍ଟକୁ ୧୨୦ ଆସନ ମିଳିବ। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୬ ସିଟ୍‌ ଦଖଲ କରିବେ। ସିଏନ୍‌ଏନ୍‌ ନ୍ୟୁଜ୍‌ ୧୮-ଟୁଡେଜ୍‌ ଚାଣକ୍ୟର ଆକଳନ ମହାମେଣ୍ଟକୁ ସର୍ବାଧିକ ୧୮୦ ଆସନ ଦେଇଥିବାବେଳେ ଏନ୍‌ଡିଏ ମାତ୍ର ୫୫ ସିଟ୍‌ ପାଇବ ବୋଲି କହିଛି। ଦୈନିକ ଭାସ୍କର ଏନ୍‌ଡିଏକୁ ୧୨୦ରୁ ୧୨୭ ଆସନ ଦେଇଥିବାେଳେ ମହାମେଣ୍ଟକୁ ୭୧ରୁ ୮୧କୁ ଖସାଇ ଦେଇଛି। ଏହାର ଆକଳନ ଅନୁସାରେ ଅନ୍ୟ ଦଳ ୧୨ରୁ ୨୩ ଆସନ ପାଇବେ। ସେହିପରି ନ୍ୟୁଜ୍‌-ଏକ୍ସ ଡିଭି ରିସର୍ଚ୍ଚ ଅନୁଯାୟୀ ଏନ୍‌ଡିଏ ୧୧୦-୧୧୭ ଓ ମହାମେଣ୍ଟ ୧୦୮-୧୨୩ ଆସନରେ ସଫଳତା ହାସଲ କରିବାକୁ ଥିବାବେଳେ ଅନ୍ୟ ଦଳ ୪ରୁ ୧୦ ଭିତରେ ସୀମିତ ରହିବେ। ତେବେ କାହା ଆକଳନ ସତ ହେଉଛି ତାହା ଆସନ୍ତା ୧୦ ତାରିଖରେ ଭୋଟ ଗଣତି ଶେଷ ହେବା ପରେ ସ୍ପଷ୍ଟ ହେବ। କାରଣ ଅନେକ ସମୟରେ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?