Posted inଜାତୀୟ

ଏକବିଂଶ ଶତାବ୍ଦୀର ଭାରତରେ ସମସ୍ତଙ୍କ ପାଇଁ ଅପାର ସୁଯୋଗ ଅଛି: ମୋଦି

ଗାନ୍ଧୀନଗର,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ଗାନ୍ଧିନଗରରେ ମହାତ୍ମା ମନ୍ଦିର ସମ୍ମିଳନୀ କେନ୍ଦ୍ରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ଏକ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମିକଣ୍ଡକ୍ଟଇଣ୍ଡିଆ ମାଧ୍ୟମରେ ଶିଳ୍ପ, ବିଶେଷଜ୍ଞ ଏବଂ ନୀତି ନିର୍ମାତାମାନଙ୍କ ସହିତ ସମ୍ପର୍କ ଅପଡେଟ୍‌ ହୋଇଥାଏ। ସମ୍ପର୍କରେ ସମନ୍ବୟ ପାଇଁ ଏହା ଆବଶ୍ୟକ। ଗତ ବର୍ଷ ଆମେ ସମସ୍ତେ ସେମିକଣ୍ଡକ୍ଟଇଣ୍ଡିଆର ପ୍ରଥମ ସଂସ୍କରଣରେ ଭାଗ ନେଇଥିଲୁ। ସେତେବେଳେ ଆଲୋଚନା ହେଉଥିଲା ଯେ ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ରରେ କାହିଁକି ବିନିଯୋଗ ହେବ? ଏକ ବର୍ଷ ପରେ ଯେତେବେଳେ ଆମେ ବର୍ତ୍ତମାନ ସାକ୍ଷାତ କରୁଛୁ, ପ୍ରଶ୍ନ ବଦଳି ଯାଇଛି। ବର୍ତ୍ତମାନ କୁହାଯାଉଛି କାହିଁକି ନିବେଶ କରିବେ ନାହିଁ?  ପ୍ରଶ୍ନ ବଦଳି ଯାଇଛି। ଏହି ପରିବର୍ତ୍ତନ ସମସ୍ତଙ୍କ ଉଦ୍ୟମରୁ ଆସିଛି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ଭାରତରୁ ଇଲେକ୍ଟ୍ରୋନିକ୍ସ ରପ୍ତାନି ଦ୍ୱିଗୁଣିତ ହୋଇଛି। ଏକଦା ମୋବାଇଲ ଫୋନ ଆମଦାନୀ କରୁଥିବା ଦେଶ ବର୍ତ୍ତମାନ ସେଗୁଡିକୁ ରପ୍ତାନି କରୁଛି। ଏକବିଂଶ ଶତାବ୍ଦୀର ଭାରତରେ ସମସ୍ତଙ୍କ ପାଇଁ ଅପାର ସୁଯୋଗ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri