ଓବିସିଙ୍କୁ ହାତେଇବାକୁ କସରତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ ରାଜନୀତି ସରଗରମ ହୋଇଛି। ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଓବିସି ଭୋଟ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି। ଜାତିଭିତ୍ତିକ ଜନଗଣନା ପାଇଁ ବିଭିନ୍ନ ରାଜ୍ୟ ଦାବି କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଜାତିଭିତ୍ତିକ ଗଣନା କରିବାକୁ ଦାବି କରିଛନ୍ତି। ଜାତିଭିତ୍ତିକ ଗଣନା ହେଲେ ଓବିସିମାନଙ୍କ ସଂଖ୍ୟା ଜଣାପଡ଼ିବା ସହ ସେମାନଙ୍କୁ ଆବଶ୍ୟକ ସଂରକ୍ଷଣ ଦିଆଯାଇ ପାରିବ। ସଂରକ୍ଷଣ ୫୦ ପ୍ରତିଶତରୁ ବୃଦ୍ଧି କରିବା ସହ ଜାତିଭିତ୍ତିକ ଜନଗଣନା କରିବାକୁ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏକ ସଂକଳ୍ପ ଆଗତ କରିଥିଲେ। ଏହି ସଂକଳ୍ପ ଗୃହର ଅନୁମୋଦନ ଲାଭ କରିଛି। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ସଂକଳ୍ପ ଆଗତ ହେବା ବେଳକୁ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ସଂକଳ୍ପ ପାରିତ ହୋଇଛି।
ଗୁରୁବାର ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀ ସାରକା ଗୃହରେ ଉକ୍ତ ସଂକଳ୍ପକୁ ଅନୁମୋଦନ ପାଇଁ ଉପସ୍ଥାପନ କରିଥିଲେ। ଏହି ସଂକଳ୍ପକୁ ସମର୍ଥନ କରି ବିଜେଡି ସଦସ୍ୟ ଶଶିଭୂଷଣ ବେହେରା କହିଲେ ଯେ ରାଜ୍ୟ ଜନସଂଖ୍ୟାର ଅଧାରୁ ଅଧିକ ପଛୁଆ ବର୍ଗ। ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ସଂରକ୍ଷଣ ଜରୁରୀ ହୋଇଛି। କେନ୍ଦ୍ର ସରକାର ଜାତିଭିତ୍ତିକ ଗଣନା କରିବା ସହ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ସମ୍ବିଧାନ ସଂଶୋଧନ କରିବା ଦରକାର। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ସ୍ବାଧୀନତା ପରଠାରୁ ଓବିସିମାନଙ୍କର ଅଧିକାରକୁ ଛଡ଼ାଇ ନିଆଯାଇଛି। ରାଜ୍ୟ ଜନସଂଖ୍ୟାର ୫୨ ପ୍ରତିଶତ ଓବିସି। ରାଜ୍ୟରେ ଓବିସି କମିଶନ ଗଠନ କରାଯାଇଛି। ଜାତିଭିତ୍ତିକ ଜନଗଣନା କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରି ଆସିଛନ୍ତି। ଜନସଂଖ୍ୟା ଆଧାରରେ ଓବିସି ଅଧିକ ଥିବାବେଳେ ସେମାନଙ୍କ ପାଇଁ ସଂରକ୍ଷଣ ୨୭ ପ୍ରତିଶତ ରହିବା ଆବଶ୍ୟକ। ଅନ୍ୟ ରାଜ୍ୟ ସହ ଓଡ଼ିଶାକୁ ତୁଳନା କରାଯାଇ ପାରିବ ନାହିଁ। ବିଜେଡି ସଭ୍ୟ କିଶୋର ନାୟକ, ସ୍ବରୂପ ଦାସ ଏବଂ ମକରନ୍ଦ ମୁଦୁଲି ପ୍ରମୁଖ ଏହି ସଂକଳ୍ପକୁ ସମର୍ଥନ କରିଥିଲେ।
ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ସଂକଳ୍ପର ବୈଧତାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପଛୁଆବର୍ଗଙ୍କ ସଂରକ୍ଷଣ ବିଷୟ ସାରା ଭାରତରେ ଏକ ହଟ୍‌ ଇସ୍ୟୁ ହୋଇଛି। ଅଖିଳ ଭାରତ କଂଗ୍ରେସ କମିଟି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପଛୁଆବର୍ଗ
ସଂରକ୍ଷଣ ସହ ଏକମତ।
ଓବିସିମାନଙ୍କୁ ଯେତିକି ସଂରକ୍ଷଣ ମିଳିବା କଥା ତାହା ମିଳିନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଏ କ୍ଷେତ୍ରରେ ବାଧକ ହୋଇଛି। ସୁପ୍ରିମକୋର୍ଟ ରାୟ ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦିଆଯାଇ ପାରିବ ନାହିଁ। ତେବେ ମହାରାଷ୍ଟ୍ର, ତାମିଲନାଡୁ ଭଳି କେତେକ ରାଜ୍ୟ ଓବିସିଙ୍କ ଲାଗି ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଜାତିଭିତ୍ତିକ ଜନଗଣନା ଏ ଦିଗରେ ସହାୟକ ହୋଇପାରିବ। ଏହାକୁ ନେଇ ହୀନ ରାଜନୀତି କରାଯିବା ଉଚିତ ନୁହେଁ। ଓବିସି ଭୋଟ ହାତେଇବା ଉଦ୍ଦେଶ୍ୟ ରଖି କରାଗଲେ ତାହା ସଫଳ ହେବ ନାହିଁ। ରାଜ୍ୟ ସରକାର ଆଣିଥିବା ସଂକଳ୍ପରେ ତ୍ରୁଟି ରହିଛି। ସର୍ବଦଳୀୟ ବୈଠକ ଡାକି ଏହି ସଂକଳ୍ପ ଆଣିବା କଥା। ମାତ୍ର ଏ ନେଇ କୌଣସି ଆଲୋଚନା ନ କରି ସଂକଳ୍ପକୁ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହୀତ କରାଯାଇଛି। ପୁନର୍ବାର ଏହା ହାଇକୋର୍ଟ ବା ସୁପ୍ରିମକୋର୍ଟରେ ରଦ୍ଦ ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ଜାଣିଶୁଣି ଭୁଲ ଆଇନ କରି ଅନ୍ୟ ଉପରେ ଦୋଷ ଲଦିବା ଶିଖିଛନ୍ତି। ଓବିସିଙ୍କ ପ୍ରତି ଏହା ବେଇମାନ ଛଡ଼ା କିଛି ନୁହେଁ। ଜାତିଭିତ୍ତିକ ଜନଗଣନା କରାଯାଇ ତଥ୍ୟ ଭିତ୍ତିରେ ସମ୍ବିଧାନ ସଂଶୋଧନ ଆଣି ସଂରକ୍ଷଣ ବୃଦ୍ଧି କରାଯାଉ। ବିରୋଧୀଙ୍କ ଅନୁପସ୍ଥିତିରେ ସଂକଳ୍ପକୁ ପାରିତ କରିବା ଦୁଃଖଦାୟକ। ଜାତିଭିତ୍ତିକ ଗଣନା କରିବା ପାଇଁ ବିଜେଡି କାହିଁକି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁନାହିଁ। କେନ୍ଦ୍ରରେ ବିଜେଡି ମୂଷା ହୋଇଥିବା ବେଳେ ଏଠି ସିଂହର ପୋଷାକ ପିନ୍ଧି ଅଭିନୟ କରୁଛି ବୋଲି ନରସିଂହ କହିଛନ୍ତି।
ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ଓବିସିମାନଙ୍କ ପାଇଁ ଥିବା ୧୧.୫ ପ୍ରତିଶତ କୋଟା ଆଗ ପୂରଣ କରନ୍ତୁ। ତା’ପରେ ଅଧିକ ସ୍ଥାନ ସଂରକ୍ଷଣ କଥା କହିବେ। ଓବିସି ଭୋଟ ହାତେଇବା ପାଇଁ ଏହି ସଂକଳ୍ପ ପାରିତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?