କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଗୁରୁବାର ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା।

ଭୁବନେଶ୍ୱର ଆଇଗିଣିଆଠାରେ ଥିବା ଟାଟା ଆରିଆନାସ୍ଥିତ ତାଙ୍କ ଘରୁ (ଫ୍ଲାଟ୍‌ ନଂ.୦୫୦୫) ନଗଦ ୨ କୋଟି ଟଙ୍କା, ୫୮୦ ଗ୍ରାମର ୨୦ଟି ସୁନା ବିସ୍କୁଟ୍‌, କଏନ, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ତେବେ ଯାଞ୍ଚବେଳେ ଏତେ ପରିମାଣର ଟଙ୍କା ଓ ସୁନା ଦେଖି ଭିଜିଲାନ୍ସ ଅଧିକାରୀମାନେ ଚକିତ ହୋଇଯାଇଥିଲେ।। ଏକକାଳୀନ ଗୋଟିଏ ସ୍ଥାନରୁ ଜବତ ଟଙ୍କା ମଧ୍ୟରେ ଏହା ସର୍ବାଧିକ ବୋଲି ଭିଜିଲାନ୍ସ କହିଛି। ଉକ୍ତ ଫ୍ଲାଟ୍‌ରେ କାର୍ତ୍ତିକଙ୍କ ଦ୍ୱିତୀୟ ସ୍ତ୍ରୀ କଳ୍ପନା ପ୍ରଧାନ ରହୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତେବେ କାର୍ତ୍ତିକଙ୍କର ଦ୍ୱିତୀୟ ସ୍ତ୍ରୀ ରହିଥିବା ଜଣାପଡିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କାର୍ତ୍ତିକ ଭଞ୍ଜନଗରରେ ଦୀର୍ଘବର୍ଷ ହେଲା କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିଲା। ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ମାଇନର୍‌ ଇରିଗେଶନ କଲୋନୀସ୍ଥିତ ତାଙ୍କ ସରକାରୀ ବାସଭବନ, ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମରେ ଥିବା ପୈତୃକ ଘର, ଭଞ୍ଜନଗରସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମାସ୍ଥିତ କସ୍ମୋପୋଲିସ୍‌ ରେସିଡେନ୍‌ସିରେ ଥିବା ୨ ବିଏଚ୍‌କେ ଫ୍ଲାଟ୍‌, ତୁସ୍ତି ରେସିଡେନ୍‌ସିରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌ ଓ ଜାଗମରାସ୍ଥିତ ଦୁଇ ମହଲା ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉବେଳେ ଏସବୁ ସ୍ଥାନରୁ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା ମିଳିଥିଲା। ସେହିଭଳି ଖଲ୍ଲିକୋଟ ଲଙ୍ଗଳେଶ୍ୱରସ୍ଥିତ ପୈତୃକ ଘରର ମୂଲ୍ୟ ଆନୁମାନିକ ୨୮ ଲକ୍ଷ ଟଙ୍କାରେ ହିସାବ କରାଯାଇଥିବାବେଳେ ଭୁବନେଶ୍ୱର ଖଣ୍ଡଗିରି କସ୍ମୋପୋଲିସ୍‌ ରେସିଡେନ୍‌ସିର ୨ ବିଏଚ୍‌କେ ଫ୍ଲାଟ୍‌ର ମୂଲ୍ୟ ୩୩.୬୩ ଲକ୍ଷ, ତୁସ୍ତି ରେସିଡେନ୍‌ସିରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌କୁ ୪୦ ଲକ୍ଷ ଟଙ୍କା, ଜାଗମରାସ୍ଥିତ ଦୁଇ ମହଲା ଘରର ମୂଲ୍ୟ ୭୨ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ଏଥିସହ ଗଞ୍ଜାମରେ ୫ଟି ଓ ଭୁବନେଶ୍ୱରରେ ୨ଟି ପ୍ଲଟ୍‌ ଠାବ ହୋଇଛି। ଯାଞ୍ଚରୁ ୩୭.୨୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌, ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଡିପୋଜିଟ୍‌, ଘରେ ଥିବା ୧୭.୯୫ ଲକ୍ଷ ଟଙ୍କାର ସାମଗ୍ରୀ, ଗୋଟିଏ ୧୪ ଲକ୍ଷ ଟଙ୍କାର ଚାରି ଚକିଆ ଯାନ, ୨ଟି ବାଇକ୍‌ ଓ ୫.୭୨ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଆଦି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?