ଏମାନଙ୍କୁ କ୍ଷମା କର…

ହରିଶ ଚନ୍ଦ୍ର ଅରିଶଲ୍ୟ

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ୩୨ ଏଡି’ରେ କ୍ରୁଶ ଉପରେ ନିଷ୍ଠୁର ଭାବରେ ହତ୍ୟା କରାଯାଇଥିବା ଦିନକୁ ଶୁଭ ଶୁକ୍ରବାର ରୂପେ ପୃଥିବୀ ସାରା ପାଳନ କରାଯାଉଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବ ଜାତିର ପାପ କ୍ଷମା ଓ ମୋକ୍ଷ ପାଇଁ ବଳିକୃତ ହେବା ସମୟରେ କ୍ରୁଶ ଉପରୁ ପ୍ରଭୁ ଯିଶୁଖ୍ରୀଷ୍ଟ ସାତୋଟି ତାତ୍ପର୍ଯ୍ୟପୂର୍ଣ୍ଣ ବାଣୀ କହିଥିଲେ।
ଯିଶୁଖ୍ରୀଷ୍ଟଙ୍କ ସେହି ସପ୍ତବାଣୀ ଆଜି ସମାଜକୁ ପ୍ରେରଣା ଓ ଉତ୍ସାହ ଦେଉଛି।
ପ୍ରଥମ ବାଣୀ: ”ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଛନ୍ତି ତାହା ଜାଣନ୍ତି ନାହିଁ।“ ଲୁକ୍‌ ୨୩:୩୪, ଏହା ଥିଲା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନିକଟରେ କ୍ଷମା ନିମନ୍ତେ ପ୍ରାର୍ଥନା। କ୍ଷମା କରିବାର ଆଦର୍ଶ ଦେଖାଇ ପ୍ରଭୁ ଯିଶୁଖ୍ରୀଷ୍ଟ କ୍ରୁଶରେ ବଳିକୃତ ହୋଇ ମୃତ୍ୟୁ ଭୋଗ କରିଥିଲେ। କ୍ଷମାକରିବା ଏକ ମହତ୍‌ ଶକ୍ତି, ବିଶେଷକରି ସାମର୍ଥ୍ୟ ଥାଇ କ୍ଷମାକରିବା ଈଶ୍ୱରୀୟ ପରିଚୟ। ସମସ୍ତେ ଏ ପ୍ରକାର କ୍ଷମା କରିପାରନ୍ତି ନାହିଁ। ପ୍ରଭୁ ଯିଶୁ କ୍ଷମାର ଆଧାର। ପାପ କ୍ଷମା ନିମନ୍ତେ ସେ ସମସ୍ତଙ୍କୁ ଆହ୍ବାନ କରନ୍ତି। ପ୍ରଭୁ ଯିଶୁଙ୍କ ଆଦର୍ଶ ପ୍ରାର୍ଥନା ହେଉଛି, ”ଆମ୍ଭମାନଙ୍କର ଅପରାଧ କ୍ଷମାକର, ଯେପରି ଆମ୍ଭେମାନେ ନିଜର ଅପରାଧୀଙ୍କୁ କ୍ଷମା କରିଅଛୁ“। – ବାଇବଲ। ଶୁଭ ଶୁକ୍ରବାରରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା ପ୍ରକାଶିତ ହେଲା।
ଦ୍ୱିତୀୟ ବାଣୀ: ”ମୁଁ ତୁମ୍ଭକୁ ସତ୍ୟ କହୁଅଛି ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ।“ ଲୁକ୍‌ ୨୩:୪୩-ବାଇବଲ। କ୍ରୁଶରେ ଚଢ଼ାଯାଇଥିବା ଦୁଇଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଯିଶୁଖ୍ରୀଷ୍ଟଙ୍କୁ ନିନ୍ଦା କରି କହିଲା, ତୁମେ କ’ଣ ଖ୍ରୀଷ୍ଟ ନୁହଁ, ନିଜକୁ ଏବଂ ଅନ୍ୟମାନଙ୍କୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାକୁ ଧମକ ଦେଇ କହିଲା, ତୁମେ ସମାନ ଦଣ୍ଡ ପାଇଛ, ତୁମେ ଈଶ୍ୱରଙ୍କୁ ମଧ୍ୟ କ’ଣ ଭୟ କରୁନାହଁ? ଆମେ ଦୁଇଜଣ ସିନା ନ୍ୟାୟରେ ଦଣ୍ଡ ଭୋଗୁଛୁ କାରଣ ଆମେ ଦୁହେଁ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ। କିନ୍ତୁ ଏହି ପ୍ରଭୁ ଯିଶୁ କୌଣସି ଦୋଷ କରିନାହାନ୍ତି। ପୁଣି ସେ ପ୍ରଭୁ ଯିଶୁଙ୍କୁ ନିବେଦନ କରି କହିଲା, ”ହେ ପ୍ରଭୁ ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ, ମୋତେ ସ୍ମରଣ କରନ୍ତି।“ ସାଙ୍ଗେ ସାଙ୍ଗେ ପ୍ରଭୁ ଯିଶୁ କହିଲେ, ”ମୁଁ ତୁମକୁ ସହ୍ୟ କରୁଅଛି, ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ“। ପ୍ରଭୁ ଯିଶୁ ନିଜର ଯନ୍ତ୍ରଣା ଓ ଦୁଃଖକୁ ଏଡ଼ାଇ ଦେଇ, ବିଶେଷ ଦୟା ବହି ସେହି କ୍ରୁଶାର୍ପିତ ଦୁଷ୍କର୍ମକାରୀକୁ ଅତି ସାନ୍ତ୍ୱନାଦାୟକ ଉତ୍ତର ଦେଲେ। ପ୍ରଭୁ ଯିଶୁଙ୍କ ଏହି ଦ୍ୱିତୀୟ ବାଣୀ ମଧ୍ୟ କ୍ଷମା ଉପରେ ଆଧାରିତ।
ତୃତୀୟ ବାଣୀ : ”ଯିଶୁ କହିଲେ, ଗୋ ନାରୀ, ଦେଖ ତୁମ୍ଭ ପୁତ୍ର। ସେହି ଶିଷ୍ୟକୁ କହିଲେ, ଦେଖ ତୁମର ମାତା“ ଯୋହନ ୧୯:୨୬-୨୭-ବାଇବଲ। ଈଶ୍ୱର ଅଦୃଶ୍ୟ କିନ୍ତୁ ଆମ୍ଭମାନଙ୍କର ମାତାପିତା ଦୃଶ୍ୟ। ଆମ ପାଖରେ ନିକଟରେ ଦୃଶ୍ୟମାନ। ମାତାପିତାଙ୍କ ସେବା କରିବା, ଯତ୍ନ ନେବା ଜରୁରୀ ନଚେତ୍‌ ଆମର ଈଶ୍ୱରସେବା, ଆରାଧନା, ଉପାସନା ଓ ଭକ୍ତି, ପୂଜା ଅର୍ଚ୍ଚନା ବୃଥା। ମାତାପିତାଙ୍କୁ ସମାଦାର କରିବା, ସମ୍ମାନ ଭକ୍ତି ସହ ସେବା କରିବା ଏବଂ ତାଙ୍କର ଯତ୍ନ ନେବା ଦାୟିତ୍ୱ ଏହି ବାଣୀରୁ ଶିକ୍ଷା ମିଳେ।
ଚତୁର୍ଥ ବାଣୀ: ”ଯିଶୁ ଉଚ୍ଚ ସ୍ବରରେ ଡାକି କହିଲେ, ‘ଏଲୀ, ଏଲୀ, ଲାମା, ସବକଧାନୀ… ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ’? ମାଥ୍ୟୁ ୨୭:୪୬-ବାଇବଲ“। ତିନିଘଣ୍ଟା କାଳ ଅନ୍ଧକାର ହେଲା ପରେ, ପ୍ରଭୁ ଯିଶୁଖ୍ରୀଷ୍ଟ ଦୁଃଖର ସହ ଏହି ଚତୁର୍ଥବାଣୀ କହିଥିଲେ। ପାଲେଷ୍ଟାଇନ୍‌ରେ ସେତେବେଳେ ସମୟ ଅପରାହ୍ନ ତିନି ଘଟିକା ହୋଇଥିଲା। ଶାରୀରିକ ମୃତ୍ୟୁ ସମୟରେ ପ୍ରଭୁ ଯିଶୁ ଏକୁଟିଆ ଅନୁଭବ କରିଛନ୍ତି। ପ୍ରଭୁ ଯିଶୁଙ୍କ ସେହି ଦୁଃଖଦ ସମୟ, ପାପ ହେତୁ ମାନବ ସମାଜ ଓ ଈଶ୍ୱରଙ୍କ ମଧ୍ୟରେ ବିଚ୍ଛିନ୍ନ ହୋଇଥିବା ପରିସ୍ଥିତିକୁ ବୁଝାଏ।
ପଞ୍ଚମ ବାଣୀ: ‘ମୋତେ ତୃଷା ଲାଗୁଅଛି’ ଯୋହନ ୧୯:୨୮। କ୍ରୁଶ ଉପରେ ଶାରୀରିକ ଯନ୍ତ୍ରଣା ଭୋଗ କରୁଥିବା ଅବସ୍ଥାରେ ଏହା ହିଁ ଥିଲା ତାଙ୍କର ଶାରୀରିକ ନିର୍ଯାତନାର ଭାବ ପ୍ରକାଶ। ବାଇବଲ କୁହେ, ପ୍ରଭୁ ଯିଶୁଖ୍ରୀଷ୍ଟ ଭୋଗିଥିବା ଯନ୍ତ୍ରଣାରେ ଆମେ ପାପରୁ କ୍ଷମାପ୍ରାପ୍ତ ଓ ସୁସ୍ଥ ହେଲୁ। ”ପ୍ରଭୁ ଯିଶୁଖ୍ରୀଷ୍ଟ କହିଲେ, କେହି ମୋ’ଠାରୁ ମୋ ଜୀବନ ନେଇଯାଇନାହିଁ।“ ମାତ୍ର ମୁଁ ଆପେ ତାହା ଦାନ କରେ, ତାହା ଦାନ କରିବାକୁ ମୋର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି।
ଷଷ୍ଠ ବାଣୀ: ସମାପ୍ତ ହେଲା ଯୋହନ ୧୯:୩୦-ବାଇବଲ। ସୌର ଜଗତର ଶ୍ରେଷ୍ଠ – ମନୁଷ୍ୟ ସମାଜର ପାପ କ୍ଷମା ପାଇଁ ଜରୁରୀ ଥିବା ବଳିଦାନକୁ ପ୍ରଭୁ ଯିଶୁଖ୍ରୀଷ୍ଟ ନିଜ ପବିତ୍ର ରକ୍ତ ବଳିଦାନ କରି ସମାପ୍ତ କଲେ ା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ମନୁଷ୍ୟ ଅବତାର ଉଦ୍ଦେଶ୍ୟ ସଫଳତା ବଳିଦାନର ଲକ୍ଷ୍ୟ ସାଧନ ଶେଷ ବଳିଦାନ ଉତ୍ସର୍ଗୀକୃତ ନୂତନ ନିୟମ ସ୍ଥାପନର ସୋପାନ ଓ ଅଧ୍ୟାୟ ପରିସମାପ୍ତ ହେଲା ା ପାପ କ୍ଷମା ନିମନ୍ତେ , ପବିତ୍ର ଏକକାଳୀନ ଗ୍ରହଣଯୋଗ୍ୟ ବଳିଦାନ ସମାପ୍ତ ହେଲା ା ପାପ ହେତୁ, ମନୁଷ୍ୟ ଜାତି ଉପରେ ପବିତ୍ର ଈଶ୍ୱରଙ୍କ କ୍ରୋଧ ଓ ବିଚାର ସମାପ୍ତ ହେଲା ା ମଣିଷ ଉପରେ ପାପର ଦାସତ୍ୱବନ୍ଧନ ସମାପ୍ତ ହେଲା ା ପ୍ରଭୁ ଯିଶୁଖ୍ରୀଷ୍ଟ ନୂତନ ନିୟମ ସ୍ଥାପନ କରି ସମସ୍ତ ବ୍ୟବସ୍ଥା, ବଳିଦାନ, ପାପରୁ ମୋକ୍ଷ ନିୟମ ଧାରାକୁ ସମାପ୍ତ କଲେ ା ମୁକ୍ତି, ମୋକ୍ଷ ଓ ପରିତ୍ରାଣ ନିମନ୍ତେ ସମସ୍ତ କାର୍ଯ୍ୟ ସମାପ୍ତ ହେଲା ା ପ୍ରଭୁ ଯିଶୁ, ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ବରୂପ ଅଟନ୍ତି ା
ସପ୍ତମ ବାଣୀ: ହେ ପିତା ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି ା ଲୁକ୍‌ ୨୩:୪୬-ବାଇବଲ ା
ପ୍ରଭୁ ଯିଶୁଖ୍ରୀଷ୍ଟ ପୃଥିବୀକୁ ଆସି ପରିତ୍ରାଣ ମୁକ୍ତି ମୋକ୍ଷ ସାଧନ କରିଥିଲେ ଏବଂ ପିତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କଲେ ା ସମସ୍ତଙ୍କ ପାଇଁ ପାପକ୍ଷମାର ବଳିଦାନ ଉତ୍ସର୍ଗ କରି ପ୍ରଭୁ ଯିଶୁ ପରମେଶ୍ୱରଙ୍କ ନିକଟକୁ ସମର୍ପିତ ହୋଇ ଫେରିଗଲେ ା ବାଇବଲ କହେ, ”ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ମୂଲ୍ୟ ଦେଇ ଆମ୍ଭମାନଙ୍କୁ ମୁକ୍ତ କଲେ। ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରକୁ ପାପମୟ ଶରୀରର ସଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେଲେ।“
ଶୁଭ ଶୁକ୍ରବାର ଆହ୍ବାନ ହେଉଛି:- ” ଈଶ୍ୱର ଜଗତକୁ ଏପରି ପ୍ରେମ କଲେ ଯେ, ଈଶ୍ୱର ଆପଣା ଏକମାତ୍ର ପୁତ୍ର ପ୍ରଭୁ ଯିଶୁଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଯେ କେହି ପ୍ରଭୁ ଯିଶୁଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟନ ହୋଇ ଅନନ୍ତ ଜୀବନ ପାଇବ। ପ୍ରଭୁ ଯିଶୁ କହିଲେ, ”ମୁଁ ପଥ ସତ୍ୟ ଓ ଜୀବନ। ପୁଣି କହିଲେ, ମୁଁ ପୁନରୁତ୍‌ଥାନ ଓ ଜୀବନ।“ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
ମୋ:୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri