ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୧୧।୬ ନବଜାତ ଶିଶୁର ମୃତ୍ୟୁକୁ ନେଇ ଶୁକ୍ରବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଅଧିକାରୀ ଓ ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜନା ଥମିଥିଲା। ଚିକିତ୍ସାରେ ଅବହେଳା ଓ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଦ୍ୱାରା ପ୍ରସବ କରାଯାଇଥିବାରୁ ନବଜାତକର ମୃତ୍ୟୁ ହୋଇଥିବା ମୃତ ଶିଶୁର ବାପା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୋର ବ୍ଲକ ସରଶଙ୍ଖ ଗ୍ରାମର ଦିବ୍ୟଜ୍ୟୋତି ଓଝାଙ୍କ ସ୍ତ୍ରୀଙ୍କ ପ୍ରସବଜନିତ ଯନ୍ତ୍ରଣା ହେବାରୁ ଗୁରୁବାର ତାଙ୍କୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଗର୍ଭଯନ୍ତ୍ରଣା ଅଧିକ ହେବାରୁ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ରାତି ପ୍ରାୟ ୨ଟା ବେଳେ ପରିବାର ଲୋକେ ପ୍ରସୂତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ରାତି ସାରା ପ୍ରସୂତି କକ୍ଷରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡ୍ୟୁଟିରେ ଥିବା ନର୍ସମାନେ ଡାକ୍ତର ନ ଥିବା କହି ଅପେକ୍ଷା କରିବାକୁ କହିଥିଲେ। ଡାକ୍ତର ଆସିଲେ ରୋଗୀଙ୍କୁ ଦେଖି ଚିକିତ୍ସା କରିବା ସହ ପ୍ରସବ କରାଯିବ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ଅପରପକ୍ଷେ ବିନା ଅସ୍ତ୍ରୋପଚାରରେ ପ୍ରସବ କରାଇଦେବାକୁ କହି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ପରିବାର ଲୋକେ ଏଥିରେ ରାଜି ହୋଇଥିବା ବେଳେ ନର୍ସମାନେ ପ୍ରସବ କରାଇବା ପାଇଁ ଉଦ୍ୟମ କରିଥିଲେ। ଶୁକ୍ରବାର ସକାଳ ସାଢେ ୭ଟାରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ମାତ୍ର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ନବଜାତ ଶିଶୁର ବେକରେ ଆଘାତ ଲାଗି କଳା ପଡ଼ିଥିବା ଦେଖି ନର୍ସମାନେ ଠିକ୍‌ ଭାବେ ପ୍ରସବ କରାଇ ନ ଥିବା ପରିବାର ଲୋକେ ଅଭିଯୋଗ କରି ମେଡ଼ିକାଲ ପରିସରରେ ପାଟିତୁଣ୍ଡ କରିଥିଲେ। ପ୍ରାୟ ୨ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ମେଡ଼ିକାଲ ଅଧିକାରୀ ଓ ଟାଉନ ଥାନା ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଏନେଇ ଫକୀରମୋହନ ମେଡ଼ିକାଲ କଲେଜ ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ କହନ୍ତି, ନବଜାତକର ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ସୋର ଡାକ୍ତରଖାନାରୁ ଯେତେବେଳେ ତାଙ୍କୁ ଅଣାଯାଇଥିଲା, ସେତେବେଳେ ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିଲା। ସମୟନୁସାରେ ପ୍ରସୂତି କକ୍ଷରେ ଥିବା ଡାକ୍ତର ଏବଂ ନର୍ସମାନେ ଯଥାସମ୍ଭବ ଚେଷ୍ଟା କରି ପ୍ରସବ କରାଇଥିଲେ ମଧ୍ୟ ପରେ ତା’ର ମୃତ୍ୟୁ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମହିଳାଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହୁ’

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଭାଜପା ମହିଳା ମୋର୍ଚ୍ଚ ପକ୍ଷରୁ ବିଶ୍ୱ ମହିଳା ଦିବସ ଅବସରରେ ‘ମହିଳାଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହୁ’ ଶୀର୍ଷକ ଆଲୋଚନାଚକ୍ର...

ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର...

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨)...

ମନ୍ତ୍ରୀଙ୍କ ଘର ଆଗରେ ବସିଲେ ସମବାୟ ସମିତି କର୍ମଚାରୀ

ଭୁବନେଶ୍ୱର,୪।୧୨ (ବ୍ୟୁରୋ): ସମବାୟ ସମିତିରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବକୁ ରଦ୍ଦ କରିବା ସହ ଓଡ଼ିଶାର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ସମିତି ଓ...

ମହାବୀର ମୃତ୍ୟୁର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ହେଲା। ଏବେ ‘ସୁନ୍ଦରୀ’ ନିଜ ଘରକୁ ଫେରିଯିବ। କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ...

ଭାଜପା ପକ୍ଷରୁ ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ, ୧୭।୪-ବାଲେଶ୍ୱର ଭାଜପା ପକ୍ଷରୁ ପ୍ରତ୍ୟହ ସହରର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ...

ରମାଦେବୀରୁ ପ୍ରଥମ ଡକ୍ଟରେଟ୍‌ ପାଇଲେ ରେଣୁ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ବିଶିଷ୍ଟ ବୈଜ୍ଞାନିକ ତଥା କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ବରୂପଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଥମ ସମ୍ମାନ ସୂଚକ...

Advertisement
Archives

Model This Week