ଆବଶ୍ୟକତାକୁ ଦେଖି ବ୍ୟଗ୍ର

ଭୁବନେଶ୍ୱର,୮।୫(ବ୍ୟୁରୋ) ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଏକ ଟିକା ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍‌) ସହ ୭ ବର୍ଷ ତଳେ ବୁଝାମଣାପତ୍ର(ଏମ୍‌ଓୟୁ)ସ୍ବାକ୍ଷର କରିଥିଲେ। ତେବେ ଉକ୍ତ କମ୍ପାନୀ ଓଡ଼ିଶା ୟୁନିଟକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଏ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା। ୨୦୨୦ରେ କୋଭିଡ୍‌-୧୯ ମହାମାରୀ ବ୍ୟାପିବାରୁ କମ୍ପାନୀ ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି) ସହ ମିଶି କୋଭାକ୍ସିନ ଟିକା ଉତ୍ପାଦନ କରିଛି। ଅଧିକ ଟିକା ଯୋଗାଇବା ପାଇଁ ଭାରତ ବାୟୋଟେକ୍‌ ଉପରେ ପ୍ରବଳ ଚାପ ପଡୁଛି। ଫଳରେ ଆବଶ୍ୟକତାକୁ ଦେଖି କମ୍ପାନୀ ଓଡ଼ିଶାରେ ଟିକା ଉତ୍ପାଦନ କରିବାକୁ ବ୍ୟଗ୍ର ହୋଇ ପଡ଼ିଛି। ୨୦୨୨ ଜୁନ୍‌ ସୁଦ୍ଧା ଅନ୍ଧାରୁଆଠାରେ ଟିକା ଉତ୍ପାଦନ ୟୁନିଟ କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।
ଅନ୍ଧାରୁଆ ଟିକା ଉତ୍ପାଦନ ୟୁନିଟ୍‌ ତ୍ୱରାନ୍ବିତ କରିବାକୁ ଓଡ଼ିଶା ବାୟୋଟେକ୍‌ ପାର୍କ ଓ ବିବିଆଇଏଲ୍‌ ମଧ୍ୟରେ ଏକ ସ୍ପେଶାଲ ପର୍ପସ ଭେଇକିଲ(ଏସ୍‌ପିଭି) ଗଠନ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଉକ୍ତ କମ୍ପାନୀକୁ ୩୦ ଏକର ଜମି ଯୋଗାଇ ଦେଇଛନ୍ତି। ବିବିଆଇଏଲ୍‌ ଏହି ୟୁନିଟ୍‌ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ପୁଞ୍ଜିବିନିଯୋଗ କରିବାକୁ ପ୍ରସ୍ତାବ ଦେଇଛି। ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି-୨୦୧୮ ଅନୁଯାୟୀ ରାଜ୍ୟ ସରକାର ବିବିଆଇଏଲ୍‌କୁ ମାଗଣାରେ ଜମି ଯୋଗାଇଦେବା ସହ ଟ୍ରେନିଂ ସବ୍‌ସିଡି ଏବଂ କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟରେ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଭାରତ ବାୟୋଟେକ୍‌ କୋଭିଡ୍‌-୧୯, ମ୍ୟାଲେରିଆ ସହ ୧୦ ପ୍ରକାର ଟିକା ଉତ୍ପାଦନ କରିବ।
ରାଜ୍ୟ ସରକାର ଗତ ଦୁଇ ବର୍ଷ ହେବ ଜମି, ପାଣି, ବିଦ୍ୟୁତ୍‌ ଯୋଗାଇ ଦେଇଥିଲେ ମଧ୍ୟ ଭାରତ ବାୟୋଟେକ୍‌ ପ୍ରକଳ୍ପ ଆରମ୍ଭ କରିବା ନେଇ ସମୟ ଗଡ଼ାଇ ଚାଲିଥିଲା । କୋଭିଡ୍‌ ଟିକା ଉତ୍ପାଦନ ପାଇଁ ଚାପ ପଡ଼ିବାରୁ ଓଡିଶା ୟୁନିଟ୍‌କୁ କାର୍ଯ୍ୟକ୍ଷମ କରିବାକୁ ବିବିଆଇଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ମୋହନ ଏଲ୍ଲା ଚିଠି ଲେଖି ଅନୁରୋଧ କରିଛନ୍ତି। ୨୦୨୧ ସେପ୍ଟେମ୍ବର ସୁଦ୍ଧା ଟିକା ଉତ୍ପାଦନ ପାଇଁ ଆବଶ୍ୟକ ଉପକରଣ ଓଡ଼ିଶାରେ ପହଞ୍ଚିଯିବ। ସମସ୍ତ କାର୍ଯ୍ୟ ୨୦୨୨ ଜୁନ୍‌ ପୂର୍ବରୁ ଶେଷ ହେବ ବୋଲି ବିବିଆଇଏଲ୍‌ ପକ୍ଷରୁ ସୂଚନା ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ଟିକା ଉତ୍ପାଦନ ପାଇଁ ବାୟୋ ରିଆକ୍ଟର, ଫିଲ୍‌ଟ୍ରେଶନ ଓ କ୍ରୋମାଟୋଗ୍ରାଫି, ଲୋଫିିଲାଜେଶନ ଉପକରଣ ଆଦିର ଆବଶ୍ୟକତା ରହିଛି। ଏସବୁ ସ୍ଥାପନ କରି ଭାରତ ବାୟୋଟେକ୍‌ ବର୍ଷକ ମଧ୍ୟରେ ଟିକା ଉତ୍ପାଦନ କରିପାରିବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି।
ଏ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଯୋଗାଯୋଗ କରାଯିବାରୁ ଓଡ଼ିଶା କୋଭାକ୍ସିନ ଟ୍ରାଏଲର ପ୍ରିନ୍ସିପାଲ ଇନ୍‌ଭେଷ୍ଟିଗେଟର ଡାକ୍ତର ଇ. ଭେଙ୍କେଟରାଓ କହିଛନ୍ତି ଯେ ଓଡ଼ିଶା ଜଳବାୟୁରେ ଟିକା ଉତ୍ପାଦନ ହେବାରେ କିଛି ଅସୁବିଧା ନାହିଁ। କାରଣ ତାପମାତ୍ରା ନେଇ ଟିକା ଉତ୍ପାଦନରେ କିଛି ସମସ୍ୟା କରେନାହିଁ। ବାୟୋ ସେଫ୍ଟି ଲେବଲ୍‌-୩ ଲାବ୍‌ ହେଉଛି ଏୟାର କଣ୍ଡିଶନର, ସେଥିରେ ଟିକା ଉତ୍ପାଦନ କରାଯାଇଥାଏ। ଭାରତ ବାୟୋଟେକ୍‌ ହେଉଛି ଘରୋଇ ସଂସ୍ଥା। କମ୍ପାନୀର କୋଲ୍ଡ ଷ୍ଟୋରେଜ ରହିଥାଏ, ଯାହା ଇକୋ ମେଥଡ୍‌ ଅନୁଯାୟୀ ଉତ୍ପାଦନ ହୋଇଥାଏ।
ସେହିପରି ମଧୁମେହ ଏବଂ ହରମୋନ୍‌ ରୋଗ ବିଶେଷଜ୍ଞ ସୁନୀଲ କୁମାର କୋଟା କହିଛନ୍ତି ଯେ ଟିକା ଉତ୍ପାଦନ ଲାଗି ପ୍ରଥମେ ଡିଜାଇନ ପ୍ରସ୍ତୁତି ଏବଂ ତାହାର ଟ୍ରାଏଲ ଏକ ବଡ଼ ସମସ୍ୟା। ଯେତେବେଳେ ସେସବୁ ସରିଯାଇଛି, ଏହାପରେ ଟିକା ଉତ୍ପାଦନ ବଡ଼କଥା ହୋଇ ରହିନାହିଁ। କମ୍ପାନୀ ପାଖରେ ଫର୍ମୁଲା ରହିଛି, ତେଣୁ ସେହି ଅନୁଯାୟୀ ସେମାନେ ଟିକା ଉତ୍ପାଦନ କରିବେ। ୨୦୨୨ ଜୁନ୍‌ ସୁଦ୍ଧା ଓଡ଼ିଶାରେ ଟିକା ଉତ୍ପାଦନ କେତେ ସମ୍ଭବ ସେକଥା କହିବା କଷ୍ଟକର। ସେ ବିଷୟରେ ପ୍ରଶାସନିକ ବ୍ୟବସ୍ଥା କହିପାରିବ। ଯେହେତୁ କରୋନା ଲାଗି ଟିକା ଏବେ ଗୁରୁତ୍ୱପୂର୍ଣ୍ଣ,ସେଥିଲାଗି ରାଜ୍ୟ ସରକାର ମଧ୍ୟ ସବୁପ୍ରକାର ସହଯୋଗ କରୁଥିବେ। କୋଭାକ୍ସିନ ହେଉ ବା କୋଭିଶିଲ୍ଡ ପ୍ରସ୍ତୁତି ଲାଗି ଷ୍ଟୋରେଜ ସମସ୍ୟା ମଧ୍ୟ ରହିବ ନାହିଁ। ହେଲେ କଞ୍ଚାମାଲ ଯାହା ଆବଶ୍ୟକ ଯେପରି ନିମ୍ନ ତାପମାତ୍ରାସମ୍ପନ୍ନ ଷ୍ଟୋରେଜ ତାହା ମଧ୍ୟ ପ୍ରାୟତଃ ସମ୍ଭବ ହୋଇଯିବ। ସବୁ ଜଳବାୟୁରେ ଟିକା ଉତ୍ପାଦନ ହୋଇପାରିବ ବୋଲି ଡାକ୍ତର କୋଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?