ଅଛୁଆଁ ହେଲେ କରୋନା ରୋଗୀ

ଢେଙ୍କାନାଳ ଅଫିସ,୮।୫: କରୋନା ସଂକ୍ରମିତ ବୋଲି କେହି ପାଖ ମାଡ଼ିଲେନି। ଜୀବନ ଭୟରେ ଲୁଚିଲେ କୋଭିଡ୍‌ ଯୋଦ୍ଧା। ବହୁକଷ୍ଟରେ ହସ୍ପିଟାଲ ଯାଏ ଆସିଥିଲେ ହେଁ ଶଯ୍ୟା ପର୍ଯ୍ୟନ୍ତ ନେବାକୁ ପହଞ୍ଚତ୍ଲାନି କାହାରି ସହାୟତାର ହାତ। ଫଳରେ ଛଟପଟ ହୋଇ ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି, ଯାହା ଜିଲାର କୋଭିଡ୍‌ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଢେଙ୍କାନାଳ ଜିଲା ଯୋରନ୍ଦା ଅଞ୍ଚଳର ସମ୍ପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ସେ ନିଜ ଝିଅଙ୍କ ସହିତ ଏକ ଅଟୋରିକ୍ସାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟରୁ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ସେ ଘରେ ରହି ଚିକିତ୍ସିତ ହେବାକୁ ଇଚ୍ଛାପ୍ରକାଶ କରିଥିଲେ। ଆବଶ୍ୟକ ଔଷଧ ନେଇ ଫେରୁଥିବାବେଳେ ଡାକ୍ତରଖାନାଠାରୁ ୨ କିଲୋମିଟର ଦୂରରେ ସେ ପୁଣି ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ପୁଣି ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଗୁରୁତର ହୋଇପଡ଼ିଥିବା ମା’ଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଝିଅ ଆକୁଳ ନିବେଦନ କରିଥିଲେ ମଧ୍ୟ କୌଣସି ସ୍ବାସ୍ଥ୍ୟ କର୍ମଚାରୀ ପାଖ ମାଡ଼ି ନ ଥିଲେ। ଫଳରେ ଚିକିତ୍ସାଳୟ ସମ୍ମୁଖ ବାରଣ୍ଡାରେ ପଡ଼ି ପଡ଼ି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନା ପାଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର ପହଞ୍ଚତ୍ଥିଲେ। କେତେଜଣ ସାମାଜିକ କର୍ମୀ ପିପିଇ କିଟ୍‌ ପିନ୍ଧି ମୃତଦେହକୁ ମର୍ଚୁରୀରେ ଭର୍ତ୍ତି କରିଥିଲେ। କରୋନା ରୋଗୀଙ୍କୁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କୋଭିଡ୍‌ ରୋଗୀଙ୍କ ସେବାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆଗଧାଡ଼ିର ଯୋଦ୍ଧା ମାନ୍ୟତା ଦିଆଯାଇଛି। ଏହା ସତ୍ତ୍ୱେ ସ୍ବାସ୍ଥ୍ୟକର୍ମୀଙ୍କ ଆଖି ଆଗରେ ଛଟପଟ ହୋଇ ଜଣେ ରୋଗୀଙ୍କ ଜୀବନ ଚାଲିଯିବା ଜିଲାର କୋଭିଡ୍‌ ପରିଚାଳନାର ବାସ୍ତବତାକୁ ପଦାକୁ ଆଣିଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର କୁହନ୍ତି, ମହିଳା ରୋଗୀ ଜଣକ କୋଭିଡ୍‌ ପଜିଟିଭ୍‌ ଟିହ୍ନଟ ହୋଇଥିଲେ। ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ସେ ଘରେ ଚିକିତ୍ସିତ ହେବେ ବୋଲି କହି ଔଷଧ ନେଇଯାଇଥିଲେ। ପୁଣି ଅସୁସ୍ଥ ହେବାରୁ ଅଧା ରାସ୍ତାରୁ ଫେରି ଆସିଥିଲେ। ଅଟୋ ଚାଳକ ତାଙ୍କୁ ବାହାରେ ଛାଡ଼ି ପଳାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ମର୍ଚୁରିରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri