Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନ ରାୟକୁ ସଂରକ୍ଷିତ ରଖିଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯ା୭: ଅବକାରୀ ନୀତି ସହ ଜଡ଼ିତ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ରାୟ ସଂରକ୍ଷିତ ରଖିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ଆବାହକ ଏବଂ ତଦନ୍ତକାରୀ ସଂସ୍ଥା ସିବିଆଇ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍‌ ନୀନା ବଂଶଲ କ୍ରିଷ୍ଣାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। କେଜ୍‌ରିଓ୍ବାଲ ଅବକାରୀ ଦୁର୍ନୀତିର ସୂତ୍ରଧର ବୋଲି ଦର୍ଶାଇ ସିବିଆଇ ତାଙ୍କ ଜାମିନକୁ ବିରୋଧ କରିଥିଲା। ସେ ଜାମିନରେ ବାହାରିଲେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି ତଦନ୍ତକାରୀ ସଂସ୍ଥା କହିଥିଲା। ଅନ୍ୟପକ୍ଷରେ କେଜ୍‌ରିଓ୍ବାଲଙ୍କୁ ଜେଲରୁ ବାହାର କରାଇ ନ ଦେବା ପାଇଁ ତାଙ୍କୁ ସିବିଆଇ ଗିରଫ କରିଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି କହିଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ସିବିଆଇ କେଜ୍‌ରିଓ୍ବାଲଙ୍କ ବିରୋଧରେ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ସୂଚନାଯୋଗ୍ୟ, ମନିଲଣ୍ଡରିଂ ମାମଲା ଇଡି କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିବାବେଳେ ସିବିଆଇ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। ସେ ତିହାର ଜେଲରୁ ବାହାରିବା ପୂର୍ବରୁ ଜୁନ୍‌ ୨୬ରେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri